ମୁମ୍ବାଇ: ହୁରୁନ୍ ପରୋପକାର ତାଲିକା ୨୦୨୫ ଅନୁଯାୟୀ ଚଳିତ ବର୍ଷ ଶିବ ନାଦର ୨୭୦୮ କୋଟି ଟଙ୍କା ଦାନ କରି ହୁରୁନ୍ ତାଲିକାର ଶୀର୍ଷରେ ଅଛନ୍ତି। ୮୦ ବର୍ଷୀୟ ଶିବ ନାଦର ଟେକ୍ ଜାଏଣ୍ଟ ଏଚସିଏଲ ର ପ୍ରତିଷ୍ଠାତା ହେବା ସହ ଦେଶର ସବୁଠାରୁ ଧନୀ ବ୍ୟକ୍ତିଙ୍କ ମଧ୍ୟରେ ସାମିଲ ଅଛନ୍ତି।
ଅପରପକ୍ଷେ ମୁକେଶ ଅମ୍ବାନୀ ପରିବାର ୬୨୬ କୋଟି ଟଙ୍କା ଦାନ କରି ଦ୍ୱିତୀୟ ସ୍ଥାନରେ ଓ ବଜାଜ ପରିବାର ୪୪୬ କୋଟି ଟଙ୍କା ଦାନ କରି ତୃତୀୟ ସ୍ଥାନରେ ଅଛନ୍ତି।
ତେବେ ଶିବ ନାଦର ଗତ ପାଞ୍ଚ ବର୍ଷ ମଧ୍ୟରେ ଚାରି ଥର ଭାରତରେ ସର୍ବାଧିକ ଦାନୀ ତାଲିକାରେ ସ୍ଥାନ ପାଇଛନ୍ତି। ତାଙ୍କ ସମ୍ପତ୍ତିର ମୂଲ୍ୟ ମୋଟ ୩୪.୧ ବିଲିୟନ ଥିବା ନେଇ ଫୋବର୍ସର ରିଅଲ୍-ଟାଇମ୍ ବିଲିନେୟର୍ସ ଇଣ୍ଡେକ୍ସରେ ପ୍ରକାଶ ପାଇଥିଲା। ଏଥିସହିତ ବର୍ତ୍ତମାନ ଶିବ ନାଦର ଦେଶର ଧନୀ ବ୍ୟକ୍ତିଙ୍କ ମଧ୍ୟରେ ଚତୁର୍ଥ ସ୍ଥାନରେ ଅଛନ୍ତି। ତେବେ ଶିବ ନାଦର ୧୯୭୬ ମସିହାରେ ତାଙ୍କର ପାଞ୍ଚ ଜଣ ବନ୍ଧୁଙ୍କ ସହିତ ମିଶି ଏଚସିଏଲ ପ୍ରତିଷ୍ଠା କରିଥିଲେ ଓ ସମୟ କ୍ରମେ ବର୍ତ୍ତମାନ ଏହା ଟେକ୍ ଜଗତର ଏକ ପ୍ରମୁଖ ନାମ ଭାବରେ ଜଣାଶୁଣା ଅଟେ।
ପ୍ରଥମେ ଏହା କେବଳ କାଲକୁଲେଟର ଏବଂ ମାଇକ୍ରୋପ୍ରୋସେସର ହିଁ ତିଆରି କରୁଥିଲା। ୨୦୨୦ ମସିହାରେ ଶିବ ନାଦର ଏହାର ଅଧ୍ୟକ୍ଷ ପଦ ଛାଡିଥିଲେ ଏବଂ ତାଙ୍କ ଝିଅ ରୋଶନି ନାଦର ମାଲହୋତ୍ରା ତାଙ୍କ ସ୍ଥାନ ନେଇଥିଲେ।ବର୍ତ୍ତମାନ HCL ବିଶ୍ଵର ୬୦ଟି ଦେଶରେ ବ୍ୟାପିବା ସହ ୨୨୩୦୦୦ ଲୋକ ନିଯୁକ୍ତି ମଧ୍ୟ ପାଇଛନ୍ତି। ତେବେ ଶିବ ନାଦର୍ ଓ ତାଙ୍କ ପରିବାର ପ୍ରାୟ ପ୍ରତିଦିନ ୭ କୋଟିରୁ ଅଧିକ ଟଙ୍କା ଦାନ କରନ୍ତି। ଦାନ କରାଯାଇଥିବା ୨୭୦୮ କୋଟି ମଧ୍ୟରୁ ଏହାର ଅଧିକାଂଶ ଶିବ ନାଦର ଫାଉଣ୍ଡେସନ ମାଧ୍ୟମରେ ଖର୍ଚ୍ଚ କରାଯାଇଥିଲା। ଶିକ୍ଷା, କଳା ଏବଂ ସଂସ୍କୃତି ଉପରେ ମଧ୍ୟ ଖର୍ଚ୍ଚ କରାଯାଇଥିଲା।
Comments are closed.