ନୂଆଦିଲ୍ଲୀ: ଯଦି ଆପଣ କେବେ ଭାବନ୍ତି ଯେ କମ୍ ଟଙ୍କାରେ ବିଦେଶ ବୁଲି କୋଟିପତି ଭଳି ଅନୁଭବ କରାଯାଇପାରେ, ତେବେ ଲାଓସ୍ ଆପଣଙ୍କ ପାଇଁ ଠିକ୍ ସ୍ଥାନ। ଦକ୍ଷିଣ ପୂର୍ବ ଏସିଆର ଏହି ଛୋଟ ସୁନ୍ଦର ଦେଶ ତା’ର ସସ୍ତା ମୁଦ୍ରା, ପ୍ରକୃତି ଓ ଶାନ୍ତ ପରିବେଶ ପାଇଁ ପରିଚିତ। ଏଠାକୁ ପହଞ୍ଚିଲେ ପ୍ରତ୍ୟେକ ଭାରତୀୟ କୋଟିପତି ହୋଇଯା’ନ୍ତି। ଏହାର କାରଣ ଲାଓସ୍ର ମୁଦ୍ରା ଲାଓ କିପ୍। ଏହି ଦେଶର ମୁଦ୍ରା ଏତେ ସସ୍ତା ଯେ ଗୋଟିଏ ଭାରତୀୟ ଟଙ୍କା ପ୍ରାୟ ୨୫୧.୯୧ ଲାଓ କିପ୍ର ସମାନ। ଅର୍ଥାତ୍ ଆପଣଙ୍କ ପାଖେ ୫୦,୦୦୦ ଟଙ୍କା ଥିଲେ ଲାଓସ୍ ପହଞ୍ଚି ଆପଣ ପ୍ରାୟ ୧.୨୬ କୋଟି ଲାଓ କିପ୍ର ମାଲିକ ହୋଇଯିବେ।
ଲାଓସ୍ର ଭାରତ ସହ ପୁରୁଣା ସମ୍ପର୍କ
ଲାଓସ୍ର ପ୍ରକୃତ ନାମ ଲାଓ ପିପଲ୍ସ ଡେମୋକ୍ରାଟିକ୍ ରିପବ୍ଲିକ୍ ଏବଂ ଏହାର ରାଜଧାନୀ ଭିଏଙ୍ଗ ଚାନ୍। ଭାରତ ଓ ଲାଓସ୍ର ସମ୍ପର୍କ ବହୁ ପୁରୁଣା। କୁହାଯାଏ, ଯେତେବେଳେ ସମ୍ରାଟ ଅଶୋକ କଳିଙ୍ଗ ଯୁଦ୍ଧ କରିଥିଲେ, ଦକ୍ଷିଣ ଭାରତର ଅନେକ ଲୋକ ଆସାମ ଓ ମଣିପୁର ଦେଇ ହିନ୍ଦ ଚୀନ ଅଞ୍ଚଳରେ ପହଞ୍ଚିଥିଲେ। ଆଜି ବି ଲାଓସ୍ର ଲୋକେ ନିଜକୁ ଭାରତୀୟ ମୂଳର ବୋଲି ମାନନ୍ତି। ଏହା ଦକ୍ଷିଣ ପୂର୍ବ ଏସିଆର ଏକମାତ୍ର ଦେଶ ଯାହାର କୌଣସି ସମୁଦ୍ର ତଟଭୂମି ନାହିଁ। ଅର୍ଥାତ୍ ଅନ୍ୟ ଦେଶ ଭଳି ଏହା ସମୁଦ୍ର ଦ୍ୱାରା ଘେରା ନୁହେଁ।
ଲାଓସ୍ରେ ସସ୍ତାରେ ଲଗ୍ଜୁରି ଜୀବନର ମଜା
ଲାଓସ୍ ଯଦିଓ ଛୋଟ ଦେଶ, କିନ୍ତୁ ଏହାର ସୌନ୍ଦର୍ଯ୍ୟ ଦେଖିବାକୁ ଯୋଗ୍ୟ। ଏଠାର କଫି ଓ ସ୍ଥାନୀୟ ପାନୀୟ ବହୁତ ପ୍ରସିଦ୍ଧ। ସବୁଠାରୁ ବିଶେଷ କଥା ଏଠାରେ ରହିବା ଓ ବୁଲିବା ଅତ୍ୟନ୍ତ ସସ୍ତା। ଏଠାରେ ହୋଟେଲ୍ ୧୦୦୦ରୁ ୨୫୦୦ ଟଙ୍କା ଭିତରେ ମିଳିଯାଏ। ଭାରତୀୟ ମୁଦ୍ରାର ଶକ୍ତି ଯୋଗୁଁ କମ୍ ଟଙ୍କାରେ ମଧ୍ୟ ଲଗ୍ଜୁରି ଜୀବନର ଆନନ୍ଦ ନେଇପାରିବେ। ଏହା ବ୍ୟତୀତ ଲାଓସ୍ର ଷ୍ଟ୍ରିଟ୍ ଫୁଡ୍ ଓ ଛୋଟ ରେଷ୍ଟୁରାଁଟ୍ରେ କେବଳ ୨୦ରୁ ୪୦ ଟଙ୍କାରେ ପେଟପୂରା ଖାଇପାରିବେ। ଏଠାର ପାରମ୍ପରିକ ଖାଦ୍ୟ ଯେମିତି ଷ୍ଟିକ୍ ରାଇସ୍, ଲାର୍ବ ଓ ନୁଡଲ୍ ସୁପ୍ ମଧ୍ୟ ବହୁତ ଜନପ୍ରିୟ। ଏଠାରେ ବୁଲିବା ପାଇଁ ବସ୍ ଓ ଟୁକ୍-ଟୁକ୍ର ଭଡ଼ା ମଧ୍ୟ ଅତି କମ୍। ସାଧାରଣତଃ ୧୨ରୁ ୪୦ ଟଙ୍କା ଭିତରେ ବସ୍ ଓ ଟୁକ୍-ଟୁକ୍ ଯାତ୍ରା କରିପାରିବେ।
ଲାଓସ୍ରେ ଗୋଟିଏ ଦିନର ଖର୍ଚ୍ଚ କେତେ?
ରହିବା, ଖାଇବା ଓ ବୁଲିବାର ସମସ୍ତ ଖର୍ଚ୍ଚ ଯୋଡ଼ିଲେ ଲାଓସ୍ରେ ଗୋଟିଏ ଦିନର ହାରାହାରି ଖର୍ଚ୍ଚ ୧୫୦୦ରୁ ୩୦୦୦ ଟଙ୍କା ଭିତରେ ଆସେ। ଅର୍ଥାତ୍ ଭାରତର କୌଣସି ବଡ଼ ସହରରେ ଯେତିକି ଖର୍ଚ୍ଚ ହୁଏ, ସେତିକି ଟଙ୍କାରେ ଆପଣ ଲାଓସ୍ର ମଜା ନେଇପାରିବେ। ଯଦି ଆପଣ ଏଠାରେ ସାତ ଦିନିଆ ଟ୍ରିପ୍ ଯୋଜନା କରନ୍ତି, ତେବେ ମୋଟ୍ ଖର୍ଚ୍ଚ ୪୦,୦୦୦ରୁ ୭୦,୦୦୦ ଟଙ୍କା ଭିତରେ ଆସିପାରେ। ଏଥିରେ ହୋଟେଲ୍, ଖାଦ୍ୟ, ଯାତାୟତ ଓ ବୁଲିବାର ସମସ୍ତ ଖର୍ଚ୍ଚ ସାମିଲ। ଏହା ବ୍ୟତୀତ ଲାଓସ୍ ଭାରତୀୟଙ୍କ ପାଇଁ ବହୁତ ସହଜ ଦେଶ ବୋଲି କୁହାଯାଏ। କାରଣ ଏଠାକୁ ଆସିଲେ ଭିସା ଅନ୍ ଆରାଇଭାଲ୍ ସୁବିଧା ମିଳେ, ଯାହାର ଅର୍ଥ ପୂର୍ବରୁ ଭିସା ପାଇଁ ଆବେଦନ କରିବାର ଆବଶ୍ୟକତା ନାହିଁ। ସାଙ୍ଗକୁ ଏଠାରେ ମୁଦ୍ରା ବିନିମୟ ସୁବିଧା ମଧ୍ୟ ସହଜ।
BREAKING NEWS
- Puri Police: ପୋଲିସ ପକ୍ଷରୁ ସ୍ୱତନ୍ତ୍ର ଆଣ୍ଟି-ସ୍ନାଚିଂ ଅଭିଯାନ ଜାରି; ରଥଯାତ୍ରାରୁ ୧୦୩ ସ୍ନାଚର ଗିରଫ, ୨୦୩ମୋବାଇଲ ଉଦ୍ଧାର
- ଆରପାରିରେ କ୍ରିକେଟ ଇତିହାସର ମହାନ ଅଲରାଉଣ୍ଡର
- ବିପଦ ସଙ୍କେତ ଉପରେ ସାପୁଆ ଓ ବଡ଼ଜୋରା ନଈ;ପୋଲ ଉପରେ ୩ଫୁଟ ପାଣି
- ନାବାଳକୁ ଉଲଗ୍ନ କରି ନିର୍ଘାତ ମାଡ଼, ଥାନାରେ ଏତଲା ଦେଲେ ପରିବାର
- ସୋନମ୍ ୱାଂଙ୍ଗଚୁକଙ୍କ ଆମରଣ ଅନଶନ ପ୍ରତି ସମର୍ଥନ ଜଣାଇ ପ୍ରତିବାଦ କରିବ ନାଗରିକ ସମାଜ
- Amrit Bharat Station:ନୂଆ ରୂପ ପାଇଲା ଓଡ଼ିଶାର ୭ ରେଳ ଷ୍ଟେସନ;ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
- ଛାତିରେ ଯନ୍ତ୍ରଣା ଅନୁଭବ ହେବାରୁ ହସ୍ପିଟାଲରେ ଭର୍ତ୍ତି ହେଲେ ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲ
- ରଥଯାତ୍ରାରେ ଭକ୍ତଙ୍କ ସେବାରେ TPCODL;୧୦ ହଜାରରୁ ଅଧିକ ଶ୍ରଦ୍ଧାଳୁଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଲା
- Puri Rath Yatra 2026:ପୁରୀରେ ଅତ୍ୟଧିକ ଭିଡ଼କୁ ଦେଖି ଡିଜିପିଙ୍କର ଅନୁରୋଧ;ବୃଦ୍ଧ-ଶିଶୁଙ୍କୁ ଆଣନି
- ଚୟନ କମିଟିଙ୍କ ନିଷ୍ପତି ଉପରେ ପ୍ରଶ୍ନ ଉଠାଇଲେ ଅଶ୍ୱୀନ
Comments are closed.