Latest Odisha News

BREAKING NEWS

ଚୋରାଚାଲାଣ ବେଳେ ୨୩୦ ଜୀବନ୍ତ କଇଁଛ ଉଦ୍ଧାର, ୨ ଚାଲାଣକାରୀ ଅଟକ

ପିପିଲି: ପୁରୀ ଜିଲ୍ଲାର ପିପିଲି ଟୋଲ୍ ଗେଟ୍ ନିକଟରେ ଚେକିଂ ବେଳେ ୮ ବସ୍ତା କଇଁଛ ଜବତ କଲା ପିପିଲି ପୋଲିସ । ଏଥିରେ ୨୩୦ଟି କଇଁଛ ଥିବା ଜଣାପଡିଛି । ଏହି ଘଟଣାରେ ୨ ଜଣଙ୍କୁ ଅଟକ ରଖାଯାଇଛି । ଉଭୟ ପଶ୍ଚିମବଙ୍ଗର ବୋଲି ଜଣାପଡିଛି । ଜବତ କଇଁଛ ଗୁଡିକୁ ବନ ବିଭାଗକୁ ହସ୍ତାନ୍ତର କରାଯାଇଥିବା ସୂଚନା ରହିଛି ।

ସୂଚନା ଅନୁଯାୟୀ, ଶୁକ୍ରବାର ରାତିରେ ଏକ କାର୍ ରେ ବେଆଇନ ଭାବେ କଇଁଛ ଚାଲାଣ ହେଉଥିବା ନେଇ ପିପିଲି ପୋଲିସକୁ ଗୁପ୍ତ ସୂଚନା ମିଳିଥିଲା । ଏହାପରେ ପୋଲିସ ପକ୍ଷରୁ ତୁରନ୍ତ ଚଢ଼ାଉ କରାଯାଇ ପିପିଲି ଟୋଲ୍ ଗେଟ୍ ନିକଟରେ ସନ୍ଦିଗ୍ଧ କାରଟିକୁ ଅଟକାଯାଇଥିଲା । କାରଟିକୁ ଯାଞ୍ଚ କରିବା ସମୟରେ ସେଥିରୁ ୨୩୦ଟି ଜୀବନ୍ତ କଇଁଛ ମିଳିଥିଲା ।

ଉଦ୍ଧାର ହୋଇଥିବା ସମସ୍ତ କଇଁଛ ଓ ଚାଲାଣରେ ବ୍ୟବହୃତ କାରକୁ ଆଇନଗତ ବାଲିପାଟଣା ବନ ବିଭାଗକୁ ହସ୍ତାନ୍ତର କରାଯାଇଛି ।ଏହି ବେଆଇନ ବନ୍ୟଜନ୍ତୁ ଚାଲାଣ ପଛରେ ଆଉ କାହାର ସମ୍ପୃକ୍ତି ରହିଛି, ସେନେଇ ବନ ବିଭାଗ ପକ୍ଷରୁ ତଦନ୍ତ ଜାରି ରହିଛି।

Leave A Reply

Your email address will not be published.