Latest Odisha News

BREAKING NEWS

ଏସିଆ କପ ଟ୍ରଫି ବିବାଦ: ସମାଧାନ ନେଇ ବିସିସିଆଇ, ପିସିବି ମଧ୍ୟରେ ସହମତ

ନୂଆଦିଲ୍ଲୀ: ଏସିଆ କପ ୨୦୨୫ରେ ଭାରତୀୟ କ୍ରିକେଟ ଟିମ ଚାମ୍ପିୟନ ହୋଇଥିଲେ ମଧ୍ୟ ଏ ପର୍ଯ୍ୟନ୍ତ ଟ୍ରଫି ପାଇପାରି ନାହାନ୍ତି । ଆଇସିସି ବୈଠକରେ ବିସିସିଆଇ ଓ ପିସିବି ମଧ୍ୟରେ ଉପୁଜିଥିବା ବିବାଦର ସମଧାନ ସୂତ୍ର ବାହାରିଛି ବୋଲି ଭାରତୀୟ ବୋର୍ଡର ସେକ୍ରେଟାରୀ ଦେବିଜତ ସାଇକିଆ କହିଛନ୍ତି । ଏସିଆ କପ ଫାଇନାଲରେ ଭାରତୀୟ ଟିମ ପିସିବି ଚେୟାରମ୍ୟାନ ତଥା ଏସିସି ଅଧ୍ୟକ୍ଷ ମୋହସୀନ ନକଭିଙ୍କ ନିକଟରୁ ଟ୍ରଫି ନେବା ପାଇଁ ମନା କରି ଦେଇଥିଲେ । ଏହା ପରେ ନକଭି ଟ୍ରଫି ନେଇ ପଳାଇ ଆସିଥିଲେ ।

ନଭେମ୍ବର ୧୦ରେ ଦୁବାଇରେ ଆୟୋଜିତ ଏକ ସମାରୋହରେ ଟ୍ରଫି ନେବ ପାଇଁ ମୋହସୀନ ନକଭୀ ବିସିସିଆଇକୁ ପ୍ରସ୍ତାବ ଦେଇଥିଲେ । ବିସିସିଆଇ ଏହାକୁ ପ୍ରତ୍ୟାଖ୍ୟାନ କରିଥିଲା । ଏହା ପରେ ବିସିସିଆଇ ଆଇସିସି ବୋର୍ଡ ବୈଠକରେ ଏହି କଥା ଉଠାଇଥିଲା । ଆଇସିସିର ହସ୍ତକ୍ଷେପ ପରେ ଏହି ବିବାଦର ସମାଧାନ ହୋଇଯିବ ବୋଲି ଆଶା କରାଯାଉଛି । ଏସିଆ କପରେ ଭାରତ ଗ୍ରୁପ ପର୍ଯ୍ୟାୟ, ସୁପର ଫୋର ଓ ଫାଇନାଲରେ ପାକିସ୍ତାନକୁ ହରାଇଥିଲା । ଟସ ପରେ ମଧ୍ୟ ଭାରତୀୟ ଟିମ ଅଧିନାୟକ ସୂର୍ଯ୍ୟକୁମାର ଯାଦବ ହାତ ମିଳାଇବାକୁ ମନା କରିଥିଲେ ।

Comments are closed.