Latest Odisha News

BREAKING NEWS

୨୫ଏକର ଜମିରେ ୧୧ କୋଟି ମୂଲ୍ୟର ଗଞ୍ଜେଇ ଗଛ ନଷ୍ଟ କଲା ପୋଲିସ

କନ୍ଧମାଳ:ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ । ରାଇକିଆ ପୋଲିସ ଓ ଅବକାରୀ ବିଭାଗ ଚଢ଼ାଉ କରି ସୁଗଡବାଡି ପଞ୍ଚାୟତର ନାଉଡ଼ିମାହା ନିକଟସ୍ଥ ଜଙ୍ଗଲରୁ ୨୫ ଏକର ଜମିରେ ଲାଗିଥିବା ବେଆଇନ ଗଞ୍ଜେଇ ଗଛ କାଟି ନଷ୍ଟ କରିଛି ।

ସୂଚନାଥାଉକି, ବିଶେଷସୂତ୍ରରୁ ସୂଚନା ପାଇ ରାଇକିଆ ଥାନା ଅଧିକାରୀ ଆଶୁତୋଷ ପାଇକରାୟ ,ରାଇକିଆ ତହସିଲଦାର ବରିୟାଲ ମୁର୍ମୁ ଏବଂ ଜିଲ୍ଲା ଅବକାରୀ ବିଭାଗ ମିଳିତ ଭାବେ ଚଢାଉ କରି ୨୫୦୦୦ ଗଞ୍ଜେଇ ଗଛ ଆଇଆରବି ଯବାନଙ୍କ ସହାୟତା ରେ ପୋଡ଼ି ନଷ୍ଟ କରିଥିଲେ ।

ଏନେଇ ରାଇକିଆ ଥାନାରେ ଏକ ମାମଲା ରୁଜୁ ହୋଇଛି । ଗଞ୍ଜେଇର ଆନୁମାନିକ ମୂଲ୍ୟ ୧୧ କୋଟି ହେବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।

Comments are closed.