ନାଗପୁର: ଚଳିତ ରଣଜୀ ଟ୍ରଫି କ୍ରିକେଟରେ ଚାମ୍ପିୟନ ବିଦର୍ଭ ବିପକ୍ଷରେ ଆରମ୍ଭରୁ ଓଡିଶା ଭଲ ବୋଲିଂ ପ୍ରଦର୍ଶନ କରିଥିଲେ ମଧ୍ୟ ଶେଷରେ ଏହାକୁ ହାତଛଡା କରିଛି । ପ୍ରଥମେ ବ୍ୟାଟିଂ କରି ପ୍ରଥମ ଦିବସ ଖେଳ ଶେଷ ସୁଦ୍ଧା ବିଦର୍ଭ ୫ ୱିକେଟ ବିନିମୟରେ ୨୩୪ ରନ ସଂଗ୍ରହ କରିିଛି । ଧ୍ରୁବ ସୋରେ ୧୨୮ ରନ କରି ଅପରାଜିତ ରହିଛନ୍ତି । ଟସ ଜିତିି ଓଡିଶା ଅଧିନାୟକ ଶୁଭ୍ରାଂଶୁ ସେନାପତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତି ନେଇଥିଲେ । ଓଡିଶା ଆରମ୍ଭରୁ ଚମତ୍କାର ବୋଲିଂ ପ୍ରଦର୍ଶନ କରି ୬ ରନରେ ବିପକ୍ଷ ଦଳରେ ୩ଟି ୱିକେଟ ଅକ୍ତିଆର କରି ଭଲ ସ୍ଥିତିରେ ରହିଥିଲା । ମାତ୍ର ଶେଷ ଭାଗରେ ବିଦର୍ଭକୁ ମ୍ୟାଚରେ ପ୍ରତ୍ୟାବର୍ତନ କରିବା ପାଇଁ ସୁଯୋଗ ପ୍ରଦାନ କରିଛନ୍ତି ।
୪ର୍ଥ ୱିକେଟରେ ଧ୍ରୁବ ଓ ରବିକୁମାର ସାମର୍ଥ ୪ର୍ଥ ୱିକେଟରେ ୧୪୧ ରନ ଯୋଗ କରିଥିଲେ । ସାମର୍ଥ ୪୯ ରନ କରି ଆଉଟ ହୋଇଥିଲେ । ୫ମ ୱିକେଟରେ ଧ୍ରୁବ ଓ ୟଶ ରାଠୋର ୮୩ ରନ ଯୋଗ କରିଥିଲେ । ପ୍ରଥମ ଦିବସ ଖେଳ ଶେଷ ବେଳକୁ ୟଶ ୩୮ ରନ କରି ଆଉଟ ହୋଇଥିଲେ । ଓଡିଶା ପକ୍ଷରୁ ତାପସ ଦାସ ଓ ରାଜେଶ ମହାନ୍ତି ୨ଟି ଲେଖାଏଁ ୱିକେଟ ନେଇଥିଲେ । ଦ୍ୱିତୀୟ ଦିବସରେ ଓଡିଶା ବୋଲର ବିଦର୍ଭ ବ୍ୟାଟ୍ସମ୍ୟାନଙ୍କୁ ଯେତେ ଶୀଘ୍ର ଆଉଟ କରିବେ ସେତେ ଫାଇଦାରେ ରହିବ ।
Comments are closed.