ନୂଆଦିଲ୍ଲୀ: ପଟନାର ବାଙ୍କୀପୁରରେ ମତଦାନ ସମୟରେ ସମସ୍ତୀପୁର ସାଂସଦ ଶାମ୍ଭବୀ ଚୌଧୁରୀଙ୍କ ଏକ ଭିଡିଓ ସାମ୍ନାକୁ ଆସିଛି, ଯାହା ନିର୍ବାଚନ ମହଲରେ ନୂଆ ଉତ୍ତେଜନା ସୃଷ୍ଟି କରିଛି। କଂଗ୍ରେସ କହୁଛି ଯେ ଭିଡିଓରେ ତାଙ୍କ ଉଭୟ ହାତର ଆଙ୍ଗୁଳିରେ କାଳି ଚିହ୍ନ ଦେଖାଯାଉଛି, ଯାହା ଦୁଇଥର ମତ ଦେଇଥିବାର ସନ୍ଦେହ ସୃଷ୍ଟି କରୁଛି। ନିର୍ବାଚନ ସମୟରେ ଗୋଟିଏ ମତର ମୂଲ୍ୟ କେତେ ତାହା ସମସ୍ତେ ଜାଣନ୍ତି, କିନ୍ତୁ ଯଦି କେହି ଦୁଇଥର ଭୋଟ ଦେଇଦେଲା ତେବେ କ’ଣ ହେବ? ଗୋଟିଏ ନିର୍ବାଚନରେ ଦୁଇ ସ୍ଥାନରେ ଭୋଟ ଦେବା କିମ୍ବା ଦୁଇଥର ଭୋଟ ଦାନ କରିବା ମଜାକ ନୁହେଁ, ଭାରତୀୟ ଆଇନ ଅନୁଯାୟୀ ଏହା ଗମ୍ଭୀର ଅପରାଧ।
ଅନେକ ଲୋକ ଏହାକୁ ଛୋଟ ଭୁଲ ଭାବୁଛନ୍ତି, କିନ୍ତୁ ବାସ୍ତବରେ ଏହା ନିର୍ବାଚନୀ ଅପରାଧର ପରିସରକୁ ଆସିଛି। ଆସନ୍ତୁ ଜାଣିବା ଏଥିପାଇଁ କ’ଣ ଦଣ୍ଡ ରହିଛି।
ଦୁଇଥର ଭୋଟ ଦେବା ଅପରାଧ
ଭାରତର ସମ୍ବିଧାନ ଓ ଜନପ୍ରତିନିଧିତ୍ୱ ଆଇନ ୧୯୫୧ ଅନୁଯାୟୀ, ପ୍ରତ୍ୟେକ ନାଗରିକଙ୍କୁ କେବଳ ଗୋଟିଏ ଥର ଓ ଗୋଟିଏ ନିର୍ବାଚନ କ୍ଷେତ୍ରରେ ମତ ଦାନ କରିବାର ଅଧିକାର ରହିଛି। ଯଦି କୌଣସି ବ୍ୟକ୍ତି ଜାଣିଶୁଣି କିମ୍ବା ଠକାମି କରି ଦୁଇଥର ଭୋଟ ଦେଇଦିଏ, ତେବେ ଏହା ଧାରା ୬୨(୪) ଓ ଧାରା ୩୧ ଅନ୍ତର୍ଗତ ଅପରାଧ ବୋଲି ଗଣାଯାଏ।
ଏହି ନିୟମ କେବଳ ମତଦାନ ଦିବସରେ ନୁହେଁ, ମତଦାତା ତାଲିକାରେ ନାମ ପଞ୍ଜୀକରଣ ସମୟରେ ମଧ୍ୟ ପ୍ରଯୁଜ୍ୟ। ଅର୍ଥାତ୍ ଯଦି କାହାର ନାମ ଦୁଇ ଭିନ୍ନ ନିର୍ବାଚନ କ୍ଷେତ୍ରରେ ପଞ୍ଜୀକୃତ ହୋଇଥାଏ, ତେବେ ତାହା ମଧ୍ୟ ଆଇନଗତ ଅପରାଧ।
କେଉଁ ଧାରାରେ ଅପରାଧ ଓ କେତେ ଦଣ୍ଡ ହୋଇପାରେ?
ଜନପ୍ରତିନିଧିତ୍ୱ ଆଇନର ଧାରା ୩୧ କହୁଛି ଯେ ଯଦି କୌଣସି ବ୍ୟକ୍ତି ଜାଣିଶୁଣି ନିଜ ନାମକୁ ଏକାଧିକ ନିର୍ବାଚନ କ୍ଷେତ୍ରର ମତଦାତା ତାଲିକାରେ ପଞ୍ଜୀକରଣ କରାଏ କିମ୍ବା ଦୁଇ ସ୍ଥାନରୁ ମତ ଦାନ କରେ, ତେବେ ତାହାକୁ ଅପରାଧୀ ବୋଲି ଗଣାଯିବ।
ଏହି ଅପରାଧ ପାଇଁ ସର୍ବାଧିକ ଦଣ୍ଡ ଛଅ ମାସ ଜେଲ କିମ୍ବା ଜରିମାନା, କିମ୍ବା ଉଭୟ ହୋଇପାରେ। ଅର୍ଥାତ୍ ଯଦି କେହି ଜାଣିଶୁଣି ଏକାଧିକ ସ୍ଥାନରୁ ମତ ଦେଇଦିଏ, ତେବେ ତାକୁ ଜେଲ ଦଣ୍ଡ ଓ ଆର୍ଥିକ ଜରିମାନା ଉଭୟ ଭୋଗିବାକୁ ପଡ଼ିପାରେ।
ଏହି ଅପରାଧ କିପରି ପ୍ରମାଣିତ ହୁଏ
ନିର୍ବାଚନ ଆୟୋଗଙ୍କ ପାଖରେ ବର୍ତ୍ତମାନ ଇଭିଏମ୍ ଓ ମତଦାତା ତାଲିକା ଯାଞ୍ଚ ସିଷ୍ଟମ୍ ମାଧ୍ୟମରେ ଏଭଳି ଅସଙ୍ଗତିକୁ ଧରିବାର ଉପାୟ ରହିଛି। ଯଦି କାହାରି ନାମ, ପରିଚୟପତ୍ର କିମ୍ବା ଫିଙ୍ଗରପ୍ରିଣ୍ଟରେ ପ୍ରମାଳ ମିଳେ, ତେବେ ତାହାକୁ ଡୁପ୍ଲିକେଟ୍ ମତଦାତା ଘୋଷଣା କରାଯାଇପାରେ। ଏଭଳି ମାମଲାରେ ଜିଲ୍ଲା ନିର୍ବାଚନ ଅଧିକାରୀ କିମ୍ବା ପୁଲିସ ମାଧ୍ୟମରେ ଏଫ୍ଆଇଆର୍ ଦାଖଲ କରାଯାଏ।
ମତଦାନ ବୁଥରେ ଗୋଟିଏ ବ୍ୟକ୍ତି ବାରମ୍ବାର ମତ ଦେବାର ମାମଲା ଯଦି କୌଣସି ସ୍ଥାନରେ ଧରାପଡ଼େ, ତେବେ ତାହାକୁ ସେଠାରୁ ଗିରଫ କରାଯାଇପାରେ।
ଜାଣିଶୁଣି ନା ଭୁଲରେ
ଯଦି କେହି ଜାଣିଶୁଣି ଦୁଇଥର ମତ ଦେଇଦିଏ, ତେବେ ଏହା ଅପରାଧୀ ଉଦ୍ଦେଶ୍ୟ ବୋଲି ଗଣାଯିବ ଓ ଦଣ୍ଡ ନିଶ୍ଚିତ। କିନ୍ତୁ ଯଦି ଏହା ଭୁଲରେ ହୋଇଥାଏ, ଯେମିତି ନାମ ଦୁଇ ସ୍ଥାନରେ ରହିଯାଇଥାଏ ଓ ତାହା ଜଣା ନଥାଏ, ତେବେ ନିର୍ବାଚନ ଅଧିକାରୀ ତଦନ୍ତ ପରେ ଚେତାବନୀ ଦେଇ ମାମଲା ବନ୍ଦ କରିପାରନ୍ତି। ତଥାପି ଡିଜିଟାଲ୍ ଯାଞ୍ଚ ସିଷ୍ଟମ୍ ଯୋଗୁ ଏବେ ଏଭଳି ମାମଲାର ସମ୍ଭାବନା ବହୁତ କମ୍ ରହିଛି।
ଭାରତୀୟ ନିର୍ବାଚନ ଆୟୋଗ ସ୍ପଷ୍ଟ କରିଛନ୍ତି ଯେ ଗୋଟିଏ ବ୍ୟକ୍ତି ଗୋଟିଏ ମତ ହେଉଛି ଗଣତନ୍ତ୍ରର ମୂଳ ଆତ୍ମା। କୌଣସି ନାଗରିକ ଯଦି ଏହାକୁ ଭାଙ୍ଗେ, ତେବେ ସେ କେବଳ ଆଇନ ନୁହେଁ, ଗଣତନ୍ତ୍ରର ବିଶ୍ୱାସ ସହ ମଧ୍ୟ ଠକାମି କରୁଛି। ଆୟୋଗ ଏଭଳି ପ୍ରତ୍ୟେକ ମାମଲାକୁ ଗମ୍ଭୀରତାର ସହ ନେଇ ଆବଶ୍ୟକ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି।
BREAKING NEWS
- Delimitation Bill Sparks: ପରିସୀମନ ବିଲ୍କୁ ନେଇ INDIA ମେଣ୍ଟରେ ଫାଟ! କଂଗ୍ରେସ ବୈଠକରେ NCP ଗାଏବ, ମୋଦୀ ସରକାରଙ୍କ ବିଲ୍କୁ DMKର ସମର୍ଥନ, BJD ଉପରେ ନଜର…
- ମୁମ୍ବାଇରେ ଲଜ୍ଜା ! ରେଳଷ୍ଟେସନ ଶୌଚାଳୟରେ ୬୦ ବର୍ଷୀୟ ମହିଳାଙ୍କୁ ଦୁଷ୍କର୍ମ, ଯୁବକ ଗିରଫ
- କଟକ ଢେଲାପଥର ମାଡ଼ରେ ଜଣଙ୍କର ମୃତ୍ୟୁ ଘଟଣା: ୨୧ ଜଣଙ୍କୁ ଅଟକ, ମୁଖ୍ୟ ଅଭିଯୁକ୍ତ ମାନଙ୍କୁ କୋର୍ଟ ଚାଲାଣ
- Rohit Sharma: କାହିଁକି MI କମାଣ୍ଡ ସମ୍ଭାଳିବାକୁ ପ୍ରଥମେ ରାଜି ନଥିଲେ ହିଟ୍ମ୍ୟାନ୍? ଆକାଶଙ୍କ ପ୍ରସ୍ତାବକୁ କରିଦେଇଥିଲେ ନା…
- ବାଲିଯାତ୍ରାରେ ମାରାତ୍ମକ ଦୁର୍ଘଟଣା: ସମସ୍ତ ମନୋରଞ୍ଜନ ଦୋଳି ପାଇଁ ଲାଗୁ ହେଲା ନୂଆ ସୁରକ୍ଷା ନିୟମାବଳୀ
- କେବଳ ଆଇରନରେ ଠିକ୍ ହେବନି ରକ୍ତହୀନତା: AIIMS ରିସର୍ଚରୁ ବଡ଼ ଖୁଲାସା, ଭିଟାମିନ୍-D ର ରହିଛି ବଡ଼ ଭୂମିକା
- ୧୦୦୦ କୋଟି ନେଟ୍ ଆୟ କରି ଇତିହାସ ରଚିଲା ‘ରାମାୟଣ’, ଦ୍ୱିତୀୟ ବଲିଉଡ୍ ଫିଲ୍ମ ଭାବେ ହାସଲ କଲା ସଫଳତା
- Raw Milk: କଞ୍ଚା କ୍ଷୀର ପିଉଛନ୍ତି କି? ସାବଧାନ୍!
- Peru Highway Robbery: ପେରୁ ରାଜପଥରେ ମାସ୍କମ୍ୟାନଙ୍କ ଦୌରାତ୍ମ୍ୟ,୩୦ ରାଉଣ୍ଡ ଗୁଳି ଚଳାଇ ସୁନା ଲୁଟ୍, ଦମ୍ପତ୍ତି ଗୁରୁତର
- ନନ୍ଦନକାନନରେ ଆଖି ବୁଜିଲା ମହାବଳ ‘ସେଫ୍’, ପ୍ରାଣୀଉଦ୍ୟାନରେ ହ୍ରାସ ପାଇଲା ବାଘ ସଂଖ୍ୟା
Comments are closed.