Latest Odisha News

BREAKING NEWS

କଟକରେ କୋଠା ଭୁଶୁଡ଼ିବା ଘଟଣା; ମୃତକଙ୍କ ପରିବାରକୁ ୪ ଲକ୍ଷ କ୍ଷତିପୂରଣ..

କଟକ: କଟକ ମଣିସାହୁ ଛକରେ ଶନିବାର ସନ୍ଧ୍ୟାରେ ଏକ କୋଠା ଭୁଶୁଡ଼ି ୩ଜଣଙ୍କ ମୃତ୍ୟୁ ଘଟିଛି। ମଣିସାହୁ ଛକ ନିକଟରେ ଥିବା ହାଡ଼ିବନ୍ଧୁ ସ୍କୁଲ ନିକଟରେ ପୁରୁଣା କୋଠା ଭୁଶୁଡ଼ିବାରୁ ଏଭଳି ଅଘଟଣ ଘଟିଛି। ଏହି ଘଟଣାରେ ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ କ୍ଷତିପୂରଣ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି।

କଟକରେ ଘଟିଥିବା ଏକ ଦୁଃଖଦ ଘଟଣାରେ ଗୋଟିଏ ପରିବାରର ୩ଜଣ (ଅବଦୁଲ ମୁଜାହିଦ, ଅବଦୁଲ ଜାହିଦ ଓ ଅବଦୁଲ ଜଲିଲ) ଙ୍କର ପ୍ରାଣହାନିକୁ ନେଇ ମୁଖ୍ୟମନ୍ତ୍ରୀ ଗଭୀର ଶୋକ ପ୍ରକାଶ କରିବା ସହ ତାଙ୍କ ପରିବାର ବର୍ଗଙ୍କ ପ୍ରତି ସମବେଦନା ଜଣାଇଛନ୍ତି। ଏଥିସହ ସମସ୍ତ ମୃତକଙ୍କ ପରିବାରର ନିକଟତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଲେଖାଏଁ ଅନୁକମ୍ପାମୂଳକ ସହାୟତା ସେ ଘୋଷଣା କରିଛନ୍ତି।

ତେବେ ଏହି ଘଟଣାରେ ସମସ୍ତ ଆହତଙ୍କ ଉତ୍ତମ ଚିକିତ୍ସାର ବ୍ୟବସ୍ଥା ରାଜ୍ୟ ସରକାରଙ୍କ ପକ୍ଷରୁ କରାଯାଇଥିବା ନେଇ ଜଣାପଡିଛି।

Comments are closed.