Latest Odisha News

BREAKING NEWS

Landmine Explosion: ଲ୍ୟାଣ୍ଡମାଇନ୍‌ ବିସ୍ଫୋରଣରେ ଯବାନ ଗୁରୁତର, ସନ୍ଧାନୀ କୁକୁର ସହିଦ

ସୁନ୍ଦରଗଡ: ଓଡ଼ିଶା-ଝାଡ଼ଖଣ୍ଡ ସୀମାନ୍ତ ପଶ୍ଚିମ ସିଂହ ଭୂମି ଛୋଟା ନାଗରା ଥାନା ସରଣ୍ଡା ଜଙ୍ଗଲରେ ଆଇଇଡି ବିସ୍ଫୋରଣ । ମାଓବାଦୀଙ୍କ ଆଇଡି ବିସ୍ଫୋରଣରେ ଜଣେ ସିଆରପିଏଫ୍ ଯବାନ ଗୁରୁତର ହୋଇଥିବାବେଳେ, ଏକ ସନ୍ଧାନୀ କୁକୁର ସହିଦ ହୋଇଛି । ଗୁରୁତର ଯବାନ ଜଣକ ହେଲେ ସୁମିତ ଏମ୍ । ତାଙ୍କର ଚିକିତ୍ସା ଜାରି ରହିଛି ।

ସହିଦ ହୋଇଥିବା ସନ୍ଧାନୀ କୁକୁର ଷ୍ଟନର ନିଜ ଜୀବନ ଦେଇ ଅନେକ ଯବାନଙ୍କ ଜୀବନ ରକ୍ଷାକରିଛି ବୋଲି କୁହାଯାଇଛି । ସେ ଜଙ୍ଗଲରେ ନକ୍ସଲଙ୍କ ଦ୍ୱାରା ଲଗା ଯାଇଥିବା ବୋମା ଖୋଜିବାରେ ସୁଦକ୍ଷ ଥିଲା ।

ସୂଚନା ଅନୁଯାୟୀ, କୋବ୍ରା ୨୦୯ ବାଟାଲିଅନ୍‌ର ଏକ ଦଳ ସରଣ୍ଡା ଜଙ୍ଗଲରେ ନକ୍ସଲବିରୋଧୀ ଅଭିଯାନ ଚଳାଇଥିଲେ । ଏହି ସମୟରେ ବାଲିବା ନିକଟରେ ହଠାତ୍ ଲ୍ୟାାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଘଟଣା ପରେ ଉକ୍ତ ଅଞ୍ଚଳରେ ସର୍ଚ୍ଚ ଅପରେସନକୁ ଜୋରଦାର କରାଯାଇଛି ।

ସୁରକ୍ଷା ବାହିନୀ ଦୁଇଟି ଏସଏଲଆର୍‌ ରାଇଫଲ୍ ଏବଂ ଗୋଟିଏ ୩୦୩ ରାଇଫଲ୍ ଜବତ କରିଛି । ଏହା ସହ ଏକେ ୪୭, ଏସଏଲଆର ସହ ୩୦୩ ରାଇଫଲର ୨୪୫ଟି ଗୁଳି ସହ ୧୩ଟି IED ଏବଂ ୧୦ଟି ଡେଟୋନେଟର ସହ ୧୬ କିଲୋ ବିସ୍ଫୋରୋକ ଜବତ ହୋଇଛି ।

Comments are closed.