Latest Odisha News

BREAKING NEWS

ନୂଆପଡ଼ାରେ ଆଜି ଉପନିର୍ବାଚନ ପ୍ରଚାରର ଶେଷଦିନ, ନୀରବ ଅବଧି ପୂର୍ବରୁ ସମସ୍ତ ପ୍ରଚାର ସାରିବାକୁ ନିର୍ଦ୍ଦେଶ

ନୂଆପଡ଼ା: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ପ୍ରଚାରର ଶେଷଦିନ । ଅପରାହ୍ନ ୪ଟାରୁ ଲାଗୁ ହେବ ସାଇଲେନ୍ସ ପିରିୟଡ୍ । ନୀରବ ଅବଧି ପୂର୍ବରୁ ସମସ୍ତ ପ୍ରଚାର ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ବାହାର ଲୋକଙ୍କୁ ନୂଆପଡ଼ା ଛାଡ଼ିବାକୁ କଡ଼ା ନିର୍ଦ୍ଦେଶାନାମା ଜାରି ହୋଇଛି ।

ଭୋଟିଂର ୪୮ ଘଣ୍ଟା ପୂର୍ବରୁ ନିର୍ବାଚନ କଣ୍ଟେଣ୍ଟ ପ୍ରସାରଣ ନ କରିବାକୁ ଅପିଲ ହୋଇଛି । ମୁକ୍ତ, ଅବାଧ ଓ ଶାନ୍ତିପୂର୍ଣ୍ଣ ପରିବେଶରେ ମତଦାନ କରିବାକୁ ନିର୍ଦ୍ଦେଶାବଳୀ । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଏହି ଗୁରୁତ୍ୱପୂର୍ଣ୍ଣ ନିର୍ଦ୍ଦେଶନାମା ଜାରି କରାଯାଇଛି ।

ଅନ୍ୟପଟେ, ବିହାରରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମଧ୍ୟ ଆଜି ସରିବ ପ୍ରଚାର । ଆସନ୍ତା ୧୧ ତାରିଖରେ ୧୨୨ଟି ବିଧାନସଭା ଆସନରେ ମତଦାନ ହେବ । ନଭେମ୍ବର ୧୪ ତାରିଖରେ ଭୋଟ୍ ଗଣତି ପରେ ଫଳାଫଳ ଘୋଷଣା କରାଯିବ । ପ୍ରଥମ ପର୍ଯ୍ୟାୟରେ ୧୨୧ଟି ଆସନ ପାଇଁ ହୋଇସାରିଛି ଭୋଟିଂ । ନଭେମ୍ବର ୨୨ରେ ସରୁଛି ୨୪୩ ସଦସ୍ୟ ବିଶିଷ୍ଟ ବିହାର ବିଧାନସଭାର କାର୍ଯ୍ୟକାଳ ।

Comments are closed.