ନୂଆପଡା: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ । ସୁନାବେଡା ଅଞ୍ଚଳ ମାଓବାଦୀ ପ୍ରଭାବିତ ହୋଇଥିବାରୁ ବୁଥ୍ ପାଇଁ ପରିବହନ ନିମନ୍ତେ ଭାରତୀୟ ବାୟୁସେନାର ବିମାନ ଉପଯୋଗ କରାଯିବ ।
ଆଗାମୀ ଉପ-ନିର୍ବାଚନ ପାଇଁ ଏକ ପ୍ରକୃତ ଉପଲବ୍ଧି ହେବ । କାରଣ ସୁନାବେଡ଼ା ଉପତ୍ୟକାରେ ନିର୍ବାଚନ ସରିବା ବିଳମ୍ବ ହୋଇପାରେ l ଏବେ ପୋଲିଂ ଦଳକୁ ନୂଆପଡ଼ା ଫେରାଇ ଆଣିବା ପାଇଁ କୌଣସି ସମସ୍ୟା ହେବନାହିଁ । ଏହା ବ୍ୟତୀତ ଇଭିଏମ୍ ସୁରକ୍ଷିତ ଭାବରେ ନୂଆପଡ଼ାରେ ପହଞ୍ଚିପାରିବ l
ତେବେ ଆଗରୁ ଗୋତମା ହେଲିପ୍ୟାଡ୍ ହେଲିକପ୍ଟରର ରାତ୍ରି ଅବତରଣ ପରିଚାଳନା ପାଇଁ ସକ୍ଷମ ନଥିଲା । ଏଥିପାଇଁ NGV (ରାତ୍ରି ଗଗଲ୍ ଭିଜନ୍) ସଜ୍ଜିତ IR ଲାଇଟ୍ ର ଆବଶ୍ୟକତା ଥିଲା l ଏହାକୁ ବିମାନର ପାଇଲଟ୍ ଅନ୍ଧାର ରାତି ଆକାଶରେ ୫ କିଲୋମିଟର ପର୍ଯ୍ୟନ୍ତ ପରିସରରୁ ଚିହ୍ନଟ କରିପାରିବେ। ଏହି ଅସୁବିଧାକୁ ଲକ୍ଷ୍ୟ ରଖି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ପୂର୍ତ୍ତ ବିଭାଗକୁ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ l ଏହି ସଫଳତା ପାଇଁ ଜିଲ୍ଲାପାଳ ସଂପୃକ୍ତ ବିଭାଗମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି l
Comments are closed.