Latest Odisha News

BREAKING NEWS

ବୁଥକୁ ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି, ସନ୍ଧ୍ୟାରୁ ବୁଥ ଯାତ୍ରା ଆରମ୍ଭ

ନୂଆପଡା: ନୂଆପଡା ଉପନିର୍ବାଚନରେ ବ୍ୟବହାର ହେବ ବାୟୁସେନାର ବିମାନ । ପ୍ରଥମ ଥର ପାଇଁ ରାତିରେ ଗୋତମା ଏୟାରଷ୍ଟ୍ରିପରେ ଅବତରଣ କରିଛି ବାୟୁସେନାର ବିମାନ । ନୂଆପଡ଼ା ଉପନିର୍ବାଚନରେ ସାମିଲ ପୋଲିଂ ପାର୍ଟିଗୁଡ଼ିକୁ ସହାୟତା କରିବ ଏହି ବିମାନ । ସୁନାବେଡା ଅଞ୍ଚଳ ମାଓବାଦୀ ପ୍ରଭାବିତ ହୋଇଥିବାରୁ ବୁଥ୍ ପାଇଁ ପରିବହନ ନିମନ୍ତେ ଭାରତୀୟ ବାୟୁସେନାର ବିମାନ ଉପଯୋଗ କରାଯିବ । ଆଉ ବୁଥକୁ ହେଲିକପ୍ଟରରେ ଯିବେ ପୋଲିଂ ପାର୍ଟି ।

ଆଜି ସନ୍ଧ୍ୟା ୭ଟାରୁ ବୁଥ ଯାତ୍ରା କରିବେ ପୋଲିଂ ପାର୍ଟି। ଆସନ୍ତାକାଲି ୧୧ ଟା ସୁଦ୍ଧା ବୁଥରେ ପହଁଚିବେ ପୋଲିଂ ପାର୍ଟି । ଏନେଇ ଡିସପୋଜାଲ ସେଣ୍ଟରରେ ସମସ୍ତ ପ୍ରସ୍ତୁତି ସରିଥିବା କହିଛନ୍ତି ନୂଆପଡ଼ା ନିର୍ବାଚନ ଅଧିକାରୀ ମଧୁସୂଦନ ଦାସ । ୩୮୫ଟି ବୁଥରେ ଭୋଟଗ୍ରହଣ କରାଯିବ। ଅତି ସମ୍ବେଦନଶୀଳ ବୁଥରେ ସୁରକ୍ଷ ବ୍ୟବସ୍ଥା କଡ଼ାକଡ଼ି କରାଯିବ। ନକ୍ସଲ ପ୍ରଭାବିତ ଅଞ୍ଚଳର ୮ଟି ବୁଥକୁ ହେଲିକପ୍ଟର ଯୋଗେ ଯିବେ ପୋଲିଂ ପାର୍ଟି। ଡିସପୋସାଲ ସେଣ୍ଟରରେ ୩୭ଟି କାଉଣ୍ଟର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ନୂଆପଡ଼ା ନିର୍ବାଚନ ଅଧିକାରୀ ମଧୁସୂଦନ ଦାସ ।

ସୁନାବେଡା ଅଞ୍ଚଳ ମାଓବାଦୀ ପ୍ରଭାବିତ ହୋଇଥିବାରୁ ବୁଥ୍ ପାଇଁ ପରିବହନ ନିମନ୍ତେ ଭାରତୀୟ ବାୟୁସେନାର ବିମାନ ଉପଯୋଗ କରାଯିବ । ଆଗାମୀ ଉପ-ନିର୍ବାଚନ ପାଇଁ ଏକ ପ୍ରକୃତ ଉପଲବ୍ଧି ହେବ । କାରଣ ସୁନାବେଡ଼ା ଉପତ୍ୟକାରେ ନିର୍ବାଚନ ସରିବା ବିଳମ୍ବ ହୋଇପାରେ। ଏବେ ପୋଲିଂ ଦଳକୁ ନୂଆପଡ଼ା ଫେରାଇ ଆଣିବା ପାଇଁ କୌଣସି ସମସ୍ୟା ହେବନାହିଁ । ଏହା ବ୍ୟତୀତ ଇଭିଏମ୍ ସୁରକ୍ଷିତ ଭାବରେ ନୂଆପଡ଼ାରେ ପହଞ୍ଚିପାରିବ।

ତେବେ ଆଗରୁ ଗୋତମା ହେଲିପ୍ୟାଡ୍ ହେଲିକପ୍ଟରର ରାତ୍ରି ଅବତରଣ ପରିଚାଳନା ପାଇଁ ସକ୍ଷମ ନଥିଲା । ଏଥିପାଇଁ NGV (ରାତ୍ରି ଗଗଲ୍ ଭିଜନ୍) ସଜ୍ଜିତ IR ଲାଇଟ୍ ର ଆବଶ୍ୟକତା ଥିଲା। ଏହାକୁ ବିମାନର ପାଇଲଟ୍ ଅନ୍ଧାର ରାତି ଆକାଶରେ ୫ କିଲୋମିଟର ପର୍ଯ୍ୟନ୍ତ ପରିସରରୁ ଚିହ୍ନଟ କରିପାରିବେ। ଏହି ଅସୁବିଧାକୁ ଲକ୍ଷ୍ୟ ରଖି ଜିଲ୍ଲାପାଳ ତଥା ଜିଲ୍ଲା ନିର୍ବାଚନ ଅଧିକାରୀ ମଧୁସୂଦନ ଦାଶ ପୂର୍ତ୍ତ ବିଭାଗକୁ ଏହାର ସମାଧାନ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଏହି ସଫଳତା ପାଇଁ ଜିଲ୍ଲାପାଳ ସଂପୃକ୍ତ ବିଭାଗମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Comments are closed.