Latest Odisha News

BREAKING NEWS

ପାକିସ୍ତାନ ଏବଂ ଆଫଗାନିସ୍ତାନ ଶାନ୍ତିଚୁକ୍ତି ବାତିଲ…

ନୂଆଦିଲ୍ଲୀ: ପାକିସ୍ତାନ ଏବଂ ଆଫଗାନିସ୍ତାନ ସୀମାରେ ଚାଲିଥିବା ଭୟଙ୍କର ସଂଘର୍ଷରେ ଗତ କିଛି ସପ୍ତାହ ମଧ୍ୟରେ ଏକାଧିକ ସୈନିକଙ୍କ ସହ ସାଧାରଣ ନାଗରିକଙ୍କ ମଧ୍ୟ ମୃତ୍ୟୁ ଘଟିଛି।

ଯଦି ଏହି ପରି ଅଚଳାବସ୍ଥା ଜାରି ରହେ ତେବେ ଏହା ଆଞ୍ଚଳିକ ସ୍ଥିରତା ଉପରେ ଗଭୀର ପ୍ରଭାବ ପକାଇପାରେ ବୋଲି ଆଶା କରାଯାଉଛି। ତେବେ ଏ ଉତ୍ତେଜନାକୁ ନେଇ ଶୁକ୍ରବାର ବିଳମ୍ବିତ ରାତିରେ ଆଲୋଚନା ହେବା ସତ୍ତ୍ୱେ ମଧ୍ୟ ସମସ୍ୟାକୁ ନେଇ କୌଣସି ସମାଧାନ ହୋଇ ପାରିନଥିଲା। ଯାହାକୁ ନେଇ ଆଫଗାନିସ୍ତାନ ତାଲିବାନ ସରକାରଙ୍କ ମୁଖପାତ୍ର ଜାବିଉଲ୍ଲା ମୁଜାହିଦ ପାକିସ୍ତାନକୁ ଦାୟୀ କରିଥିଲେ। ଏଥିସହିତ ବର୍ତ୍ତମାନ ପାଇଁ ଶାନ୍ତି ଆଲୋଚନା ସ୍ଥଗିତ ରହିଥିବା ନେଇ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ମଧ୍ୟ ଜଣାଇଥିଲେ। ଶନିବାର ଦକ୍ଷିଣ ଆଫଗାନିସ୍ତାନ ସହର କାନ୍ଦାହାରରେ ଏକ ସାମ୍ବାଦିକ ସମ୍ମିଳନୀରେ ମୁଜାହିଦ ଜୋର ଦେଇ କହିଛନ୍ତି ଯେ ଯୁଦ୍ଧ ଆମର ପ୍ରଥମ ବିକଳ୍ପ ନୁହେଁ, କିନ୍ତୁ ଯଦି ଯୁଦ୍ଧ ହୁଏ ତେବେ ନିଜକୁ ରକ୍ଷା କରିବାର ସମ୍ପୂର୍ଣ୍ଣ ଅଧିକାର ଆମର ଅଛି।

ପୂର୍ବରୁ ଅକ୍ଟୋବର ୯ରେ ପାକିସ୍ତାନ କାବୁଲରେ ଏକ ଡ୍ରୋନ୍ ଆକ୍ରମଣ କରିଥିବା ନେଇ ତାଲିବାନ ଅଭିଯୋଗ କରିଥିଲା।ପରେ ଅକ୍ଟୋବର ୧୯ ତାରିଖରେ କାତାର ଦ୍ୱାରା ହୋଇଥିବା ଯୁଦ୍ଧବିରତି ସଂଘର୍ଷ କିଛିଟା ହ୍ରାସ ପାଇଥିଲା।

 

Comments are closed.