Latest Odisha News

BREAKING NEWS

୨ ମିନିଟ ଡେରିରେ ପହଞ୍ଚିଲେ ବୋଲି ରାହୁଲଙ୍କୁ ମିଳିଲା ଦଣ୍ଡ, ମାରିଲେ ୧୦ଟି ପୁଶ୍‌ଅପ୍

ନୂଆଦିଲ୍ଲୀ:  ଲୋକସଭାର ବିରୋଧୀ ଦଳନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ନର୍ମଦାପୁରମ ଜିଲ୍ଲାର ଚାଲିଥିବା କଂଗ୍ରେସ୍ ପ୍ରଶିକ୍ଷଣ ଶିବିରରେ ରବିବାର ୨ ମିନିଟ୍ ଡେରିରେ ପହଞ୍ଚିଥିଲେ। ଏହାର ‘ସଜା’ ସ୍ୱରୂପ ସେ ୧୦ଟି ପୁଶ୍‌ଅପ୍ ଲଗାଇଥିଲେ। ଦଳର ଜଣେ ନେତା ଏହି ସୂଚନା ଦେଇଛନ୍ତି।ମଧ୍ୟପ୍ରଦେଶ କଂଗ୍ରେସ୍ ମିଡିଆ ସମନ୍ୱୟକ ଅଭିନବ ବରୋଲିଆ ଫୋନ୍‌ରେ PTIକୁ କହିଛନ୍ତି, “ଆମର ନେତା ରାହୁଲ ଜୀଙ୍କ ପାଇଁ ଏହା କୌଣସି ନୂଆ ବା ଆଶ୍ଚର୍ଯ୍ୟର କଥା ନୁହେଁ। ଆମର ଶିବିରରେ ଆମେ ଅନୁଶାସନର କଡ଼ା ପାଳନ କରୁ। ଦଳରେ ଗଣତନ୍ତ୍ର ରହିଛି, ଯେଉଁଠି ସମସ୍ତେ ସମାନ ଏବଂ ସମାନ ବ୍ୟବହାର ପାଆନ୍ତି। ଆମର ଦଳରେ ବିଜେପି ଭଳି କୌଣସି ବସ୍‌ଗିରି ନାହିଁ।”

ଡେରି ହେଲେ ସଜା ନିର୍ଦ୍ଧାରିତ ଥିଲା

ଦଳୀୟ ସୂତ୍ରରୁ ଜଣାପଡ଼ିଛି ଯେ, ଅଖିଳ ଭାରତୀୟ କଂଗ୍ରେସ୍ କମିଟି (ଏଆଇସିସି)ର ପ୍ରଶିକ୍ଷଣ ବିଭାଗର ପ୍ରମୁଖ ସଚିନ ରାଓ ସଂଗଠନ ସୃଜନ ଅଭିଯାନ ଅଧୀନରେ ଚାଲିଥିବା ଶିବିରରେ ଡେରି ହେଲେ ୧୦ଟି ପୁଶ୍‌ଅପର ସଜା ନିର୍ଦ୍ଧାରଣ କରିଥିଲେ।
ସଂଗଠନ ସୃଜନ ଅଭିଯାନ (ଏସ୍‌ଏସ୍‌ଏ)ର ଉଦ୍ଦେଶ୍ୟ ହେଉଛି ୨୦୨୮ ବିଧାନସଭା ନିର୍ବାଚନ ପୂର୍ବରୁ ଦଳକୁ ତୃଲମୂଳ ସ୍ତରରେ ମଜବୁତ କରିବା। ଏହି ପ୍ରଶିକ୍ଷଣ ଶିବିର ୧୧ ନଭେମ୍ବରରେ ସମାପ୍ତ ହେବ।

ବରୋଲିଆ କହିଛନ୍ତି ଯେ, ରାହୁଲ ଗାନ୍ଧୀ ରବିବାର ନିର୍ବାଚନ ପ୍ରଚାର ପାଇଁ ବିହାର ଫେରିଛନ୍ତି। ପାଞ୍ଚ ମାସ ମଧ୍ୟରେ ବିପକ୍ଷ ନେତାଙ୍କର ଏହା ମଧ୍ୟପ୍ରଦେଶର ଦ୍ୱିତୀୟ ଗସ୍ତ। ରାହୁଲ ଗାନ୍ଧୀ ଜୁନ୍ ମାସରେ ଭୋପାଳରୁ ମଧ୍ୟପ୍ରଦେଶରେ ସଂଗଠନ ସୃଜନ ଅଭିଯାନ ଆରମ୍ଭ କରିଥିଲେ।

Comments are closed.