Latest Odisha News

ସୁଧୁରୁଛି ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା, ଭେଣ୍ଟିଲେଟରରୁ ମେଡିସିନ୍ ୱାର୍ଡକୁ ସ୍ଥାନାନ୍ତରିତ କରାଗଲା

ଭୁବନେଶ୍ଵର: ଧିରେ ଧିରେ କଣ୍ଠଶିଳ୍ପୀ ତଥା ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ୍ ମଜୁମଦାରଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ଆସୁଛି । ଆଜି ଭେଣ୍ଟିଲେଟରରୁ ବାହାରି ମେଡିସିନ ୱାର୍ଡକୁ ସ୍ଥାନାନ୍ତର ହୋଇଛନ୍ତି । ଏନେଇ ଭୁବନେଶ୍ଵର ଏମ୍ସ ପକ୍ଷରୁ ହେଲଥ୍ ବୁଲେଟିନ ଜାରି କରି ସୂଚନା ଦିଆଯାଇଛି ।

ସଙ୍ଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାର ଅସମୋଟିକ୍ ଡେମିଲେସନ ସିଣ୍ଡ୍ରୋମ ନାମକ ଏକ ସ୍ନାୟୁ ଜନୀତ ରୋଗରେ ପୀଡ଼ିତ ଅଛନ୍ତି। ନିମୋନିଆ ସହିତ ତାଙ୍କର ଫୁସଫୁସରେ ସଂକ୍ରମଣ ହୋଇଥିଲା । ରକ୍ତରେ ସଂକ୍ରମଣ ଓ ପୁରୁଣା କିଡନୀ ରୋଗ ସହ ଭିଟାମିନ ‘ଡି’ ଓ ଫଲିକ୍ ଏସିଡ୍ ଭଳି ପୋଷକ ତତ୍ତ୍ୱର ଅଭାବ ରହିଥିବା ଜଣାପଡ଼ିଥିଲା ।

ଗତ ସେପ୍ଟେମ୍ବର ୪ ତାରିଖରେ ଗୁରୁତର ଅବସ୍ଥାରେ ଅଭିଜିତ ମଜୁମଦାରଙ୍କୁ ଭୁବନେଶ୍ବର ଏମ୍‌ସରେ ଭର୍ତ୍ତି କରାଯାଇଥିଲା । ସେତେବେଳେ ସେ କୋମାରେ ଥିଲେ । ସେପ୍ଟେମ୍ଵର ୨୫ ତାରିଖରେ ଅଭିଜିତଙ୍କ ସ୍ୱାସ୍ଥ୍ୟରେ ସାମାନ୍ୟ ସୁଧାର ଆସିଥିଲା। ସେଥିପାଇଁ ତାଙ୍କୁ ଆଇସିୟୁରୁ ବାହାର କରାଯାଇ ସାଧାରଣ ୱାର୍ଡକୁ ଅଣାଯାଇଥିଲା । ହେଲେ ଅକ୍ଟୋବର ୧୧ରେ ଅସୁସ୍ଥତା ଯୋଗୁଁ ତାଙ୍କୁ ପୁଣିଥରେ ଆଇସିୟୁକୁ ସ୍ଥାନାନ୍ତର କରାଯାଇଥିଲା। ତାଙ୍କୁ ଭେଣ୍ଟିଲେଟର ସପୋର୍ଟରେ ରଖାଯାଇଥିଲା ।

Comments are closed.