Latest Odisha News

୩୫୮ ବୁଥ୍ ପାଇଁ ବାୟୁସେନା ହେଲିକପ୍ଟରରେ ଗଲେ ୮ ଗୋଟି ପୁଲିଂ ପାର୍ଟି

ନୂଆପଡା: ନଭେମ୍ବର ୧୧ ତଥା ମଙ୍ଗଳବାର ହେବ ଉପନିର୍ବାଚନ ପାଇଁ ମତଦାନ l ବର୍ତ୍ତମାନ ପୁଲିଂ ବୁଥ୍ କୁ EVM ଧରି ପ୍ରିଜାଇଣ୍ଡିଙ୍ଗ ଅଫିସର ମାନଙ୍କ ସହ ପୋଲିଂ ଅଫିସର ମାନେ ପହଞ୍ଚି ସାରିଛନ୍ତି l ଉପ-ନିର୍ବାଚନ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । କାରଣ ଏହି ସମୟରେ ନୂଆପଡା ଛତିଶଗଡକୁ ସୀମାକୁ ଲାଗି ରହିଥିବାରୁ ଭୋଟ ପାଇଁ ନକ୍ସଲମାନଙ୍କ ଚ୍ୟାଲେଞ୍ଜ ସାମ୍ନା କରିବାର ଆଶଙ୍କା ରହିଛି । ନକ୍ସଲବାଦୀ ଦୃଷ୍ଟିକୋଣରୁ ଏଠାରେ ସମସ୍ୟା ରହିଛି ।

ନକ୍ସଲମାନଙ୍କର ଏହି ଅଞ୍ଚଳରେ ଏବେ ମଧ୍ୟ ପ୍ରଭାବ ରହିଛି, ଉପ ନିର୍ବାଚନକୁ ମୁକ୍ତ, ଅବାଧ ଓ ନିରପେକ୍ଷ କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି । ଓଡ଼ିଶା ପୋଲିସ ସହିତ ସେଣ୍ଟ୍ରାଲ ରିଜର୍ଭ ପୋଲିସ୍ ଫୋର୍ସ CRPF ର ୧୪ କମ୍ପାନୀ ନିୟୋଜିତ ହୋଇଛନ୍ତି । ନିର୍ବାଚନ ଅଧିକାରୀ ଓ ପୋଲିସ ମିଳିତ ସମୀକ୍ଷା କରି ଏପରି ବ୍ୟବସ୍ଥା କରାଯାଇଛି ।

ନୂଆପଡ଼ାରେ ମୋଟ ୩୫୮ଟି ବୁଥ୍ ରହିଛି । ସେଥିମଧ୍ୟରୁ ପ୍ରାୟ ୪୭ଟି ବୁଥ୍ ସମ୍ବେଦନଶୀଳ ଓ ମାଓବାଦୀ ପ୍ରଭାବିତ ଅଞ୍ଚଳ । ବିଶେଷକରି ସୁନାବେଡ଼ା ଅଭୟାରଣ୍ୟ ଭିତରେ ଥିବା ମାଓପ୍ରବଣ ୮ଟି ବୁଥ୍ ଉପରେ କଡ଼ା ନଜର ରଖାଯାଇଛି । ଏହିସବୁ ବୁଥ୍‌କୁ ପୋଲିଂ ପାର୍ଟିଙ୍କୁ ନେବାକୁ ବାୟୁସେନାର ସ୍ବତନ୍ତ୍ର ହେଲିକପ୍ଟରର ବ୍ୟବସ୍ଥା କରାଯାଇଛି । ଏହି ମାଓପ୍ରବଣ ବୁଥ୍ ଅଭିମୁଖେ ହେଲିକାପ୍ଟରରେ ବାହାରିଛନ୍ତି ପୋଲିଂ ପାର୍ଟି । ସେପଟେ ନୂଆପଡ଼ା ଉପନିର୍ବାଚନ ସୁନାବେଡ଼ା ଅଭୟାରଣ୍ୟ ମାଓ ପ୍ରଭାବିତ ଅତି ସମ୍ବେଦଶୀଳ ୮ ବୁଥ୍‌ର ଭୋଟରଙ୍କୁ ଭରସା ଦେଇଛନ୍ତି ସିଆରପିଏଫ କମାଣ୍ଡାଣ୍ଟ ଏରିକ ଗିଲବର୍ଟ ଜୋଶ ।

ସେ କହିଛନ୍ତି, ଭୟଭୀତ ହୁଅନ୍ତୁ ନାହିଁ । ସିଆରପିଏଫ ପକ୍ଷରୁ ସୁରକ୍ଷା ନେଇ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି । ସମ୍ବେଦନଶୀଳ ଅଞ୍ଚଳରେ ସିଆରପିଏଫର ଏରିଆ ଡମିନେନ୍ସ ରହିଛି । ମାଓଭୟ ନାହିଁ । ଏହାକୁ ନେଇ ଫୋର୍ସ ମୁତୟନ ହୋଇ ରହିଛନ୍ତି । ପ୍ରତି ବୁଥ୍‌ର ଆଉଟ୍ ଏରିଆ ଫୋର୍ସ ମୁତୟନ କରାଯାଇଛି । ସୁରକ୍ଷା ବ୍ୟବସ୍ଥା ପୁରାପୁରି କଡାକଡି କରାଯାଇଛି । ନିର୍ବାଚନ ସୁରୁଖୁରୁରେ ହେବ । ମାଓ ପ୍ରଭାବିତ ଭୋଟରଙ୍କୁ କହିଛନ୍ତି କୌଣସି ପ୍ରକାର ଭୟଭୀତ ହୁଅନ୍ତୁ ନାହିଁ । ଜିଲ୍ଲା ପ୍ରଶାସନ, ପୋଲିସ ପ୍ରଶାସନ ମିଳିତ ଭାବେ ନିର୍ବାଚନକୁ ପରିଚାଳନା କରୁଛନ୍ତି ।

ଉଲ୍ଲେଖଯୋଗ୍ୟ ଯେ, ଆସନ୍ତା ନଭେମ୍ବର ୧୧ ତାରିଖରେ ନୂଆପଡ଼ା ଉପନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଉପନିର୍ବାଚନ ଫଳାଫଳ ନଭେମ୍ବର ୧୪ ତାରିଖରେ ପ୍ରକାଶ ପାଇବ । ବିଜେଡିର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ଦେହାନ୍ତ ପରେ ନୂଆପଡ଼ାରେ ଉପନିର୍ବାଚନ ଅନୁଷ୍ଠିତ ହେଉଛି । ଉପନିର୍ବାଚନ ପାଇଁ ବିଜେପି ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ଜୟ ଢୋଲକିଆଙ୍କୁ ପ୍ରାର୍ଥୀ କରିଛି । ସେହିଭଳି ବିଜେଡି ସ୍ନେହାଙ୍ଗିନୀ ଛୁରିଆଙ୍କୁ ପ୍ରାର୍ଥୀ କରିଥିବା ବେଳେ କଂଗ୍ରେସ ଘାସିରାମ ମାଝୀଙ୍କୁ ପ୍ରାର୍ଥୀ କରି ମୈଦାନରେ ଓହ୍ଲାଇଛି ।

Comments are closed.