Latest Odisha News

Delhi Terror Attack: ଦିଲ୍ଲୀ ବିସ୍ଫୋରଣ ପଛରେ ଏମାନଙ୍କ ହାତ…

ନୂଆଦିଲ୍ଲୀ: ପୂରା ଦେଶ ଦୋହଲାଇ ଦେଇଛି ଦିଲ୍ଲୀ ବିସ୍ଫୋରଣ…ଛାରଖାର କରିଦେଲା ଅନେକ ଜୀବନ…ଦୃଶ୍ୟ ଦେଖିଲେ ଛାତି ଥରି ଉଠିବ…କାର ଖଣ୍ଡ ଖଣ୍ଡ ଅଂଶ ସାଙ୍ଗକୁ ଖଣ୍ଡବିଖଣ୍ଡିତ ହୋଇପଡିଛି ମଣିଷ ଶରୀର…ଏବେ ବି ମୃତ୍ୟୁ ସାଙ୍ଗରେ ସଂଘର୍ଷ କରୁଛି ଅନେକ ଜୀବନ…

ସୋମବାର ସନ୍ଧ୍ୟାରେ ଲାଲକିଲ୍ଲା ନିକଟରେ ଏକ କାର ବିସ୍ଫୋରଣ ଏବେ ସାରା ଦେଶରେ ଆତଙ୍କ୍ ଖେଳାଇଛି । ଚାରିଆଡେ ହାଇଆଲର୍ଟ ଜାରି ହୋଇଥିବା ବେଳେ ଦିଲ୍ଲୀ ଲାଲକିଲ୍ଲା କାର ବିସ୍ଫୋରଣକୁ ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ସହିତ ଯୋଡାଯାଉଛି। ସନ୍ଧ୍ୟା ୬.୫୨ ରେ ଘଟିଥିବା ଏହି ବିସ୍ଫୋରଣରେ ୯ ଜଣ ଲୋକ ପ୍ରାଣ ହରାଇଥିବା ବେଳେ ୨୦ ଜଣ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ଏବେ ବି ବଢୁଛି । ଥିଲେ। ଏହି କାର ବିସ୍ଫୋରଣର ରହସ୍ୟ ଉନ୍ମୋଚନ ପାଇଁ ପ୍ରୟାସ ଜାରି ରହିଛି। ଏହି ସମୟରେ, ପୋଲିସ ତଦନ୍ତରେ ନୂତନ ସୁରାକ ଉନ୍ମୋଚନ କରୁଛି। ବିସ୍ଫୋରଣରେ ଏକ ଶକ୍ତିଶାଳୀ ବିସ୍ଫୋରକ, ଆମୋନିୟମ୍ ନାଇଟ୍ରେଟ୍ ଇନ୍ଧନ ତେଲ (ANFO) ବ୍ୟବହାର କରାଯାଇଥିଲା।

ଦିଲ୍ଲୀ କାର ବିସ୍ଫୋରଣ ଏକ ଆତ୍ମଘାତୀ ଆକ୍ରମଣ ଥିଲା…ଅଭିଯୁକ୍ତ ଡାକ୍ତର ଉମର ମହମ୍ମଦ ନିଜ କାରରେ ନିଜକୁ ଉଡ଼ାଇ ଦେଇଥିଲେ…ସିସି ଟିଭି ଫୁଟେଜରେ ସାମ୍ନାକୁ ଆସିଲା ତାଙ୍କର କଟା ହାତ…ଡିଏନଏ ପରୀକ୍ଷା ଖୋଲିବ ପୂରା ସତ

ତେବେ ସୋମବାର ସକାଳେ ହରିୟାଣାର ଫରିଦାବାଦ ୨୯୦୦ କେଜି ଆରଡିଏକ୍ସ ଜବତ ହୋଇଥିଲା । ଏହା ପୂର୍ବରୁ ଅନନ୍ତନାଗର ସରକାରୀ ମେଡିକାଲ କଲେଜରେ ଡାକ୍ତର ଆଦିଲଙ୍କ ଲକରରୁ ଏକ AK-47 ରାଇଫଲ୍ ଜବତ କରାଯାଇଥିଲା। ତାଙ୍କ ସହ ଆଉ ଜଣେ ଡାକ୍ତରଙ୍କୁ ମଧ୍ୟ ଗିରଫ କରାଯାଇଥିଲା । ଯେଉଁମାନେ ଡକ୍ଟର ମହମ୍ମଦ ଉମର, ଯିଏକି ଏହି ବ୍ଲାଷ୍କଟ ପଛର ମୁଖ୍ୟ ଅଭିଯୁକ୍ତ ବୋଲି କୁହାଯାଉଛି, ତାଙ୍କ ସହଯୋଗୀ ଥିଲେ । ଆଉ ଡାକ୍ତର ଉମର ତାଙ୍କ ତିନି ଜଣ ସହଯୋଗୀ ଡାକ୍ତରଙ୍କ ଗିରଫଦାରୀରେ ଭୟଭୀତ ହୋଇଯାଇଥିଲେ। ଆଉ ଭୟଭୀତ ହୋଇ ସେ ଲାଲକିଲ୍ଲା ନିକଟରେ ନିଜ କାରରେ ନିଜକୁ ଉଡ଼ାଇ ଦେଇଥିଲେ ବୋଲି ଆଶଙ୍କା କରୁଛି ଯାଞ୍ଚ ଏଜେନ୍ସି । ଏହି ଆଶଙ୍କାଙ୍କୁ ଆହୁରି ଘନିଭୂତ କରିଛି ସିସି ଟିଭି ଫୁଟେଜରେ ବିସ୍ଫୋରଣରେ ବ୍ୟବହୃତ i20 କାରର ଡ୍ରାଇଭର, ଯାହାକୁ ଆତ୍ମଘାତୀ ଆକ୍ରମଣ ସନ୍ଦିଗ୍ଧ ବୋଲି ବିବେଚନା କରାଯାଉଛି। ଆଉ ପ୍ରାଥମିକ ଯାଞ୍ଚରୁ ଜଣାପଡୁଛି ଯେ ସେ ଡକ୍ଟର ମହମ୍ମଦ ଉମର । ଯିଏ ନିଜକୁ ଏହି ଆକ୍ରମଣରେ ଆଇଡି ବ୍ୟବହାର କରି ଉଡ଼ାଇ ଦେଇଛନ୍ତି ।

ଯାହାକୁ ନେଇ ଏବେ ସନ୍ଦେହ ସୃଷ୍ଟି ହୋଇଛି ଯେ, କ’ଣ ଚାରି ଜଣ ଆତଙ୍କବାଦୀ ପରସ୍ପର ସହିତ ଜଡିତ ଏବଂ ସେମାନଙ୍କର ଏକ ବଡ଼ ଯୋଜନା ଥିଲା କି? ତାଙ୍କ ସହଯୋଗୀ ଡାକ୍ତରଙ୍କୁ ଗିରଫ କରାଯିବା ପରେ ଉମର ଭୟରେ ଏହି ଆତଙ୍କରାଜ କରିଥିଲେ କି?

ତେବେ ପ୍ରାଥମିକ ତଦନ୍ତରୁ ଯାହା ଜଣାପଡିଛି, ଡାକ୍ତର ଉମର ଫରିଦାବାଦର ଅଲ୍ ଫଲାହ ମେଡିକାଲ୍ କଲେଜରେ ନିଯୁକ୍ତ ଥିଲେ। ହତ୍ୟାକାରୀ ଡାକ୍ତର ଉମର ମହମ୍ମଦଙ୍କର ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ୍ ସହିତ ସମ୍ପର୍କ ଅଛି। ସେହି ମାମଲାରେ ତିନି ଜଣ ଡାକ୍ତରଙ୍କୁ ପୂର୍ବରୁ ଗିରଫ କରାଯାଇଛି। ଭାରୀ ମାତ୍ରାରେ ବିସ୍ଫୋରଣ ଜବତ ହେବା ପରେ ଏଥିରେ ଡାକ୍ତର ଉମରକୁ ଖୋଜୁଥିଲା ପୋଲିସ୍ । ଫରିଦାବାଦ ଘଟଣାରେ ଗିରଫ ହୋଇଥିବା ତିନି ଜଣ ଡାକ୍ତର ଆମୋନିୟମ୍ ନାଇଟ୍ରେଟ୍ ଯୋଗାଣ, ବୋମା ତିଆରି ଯୋଜନା ଏବଂ ଲଜିଷ୍ଟିକ୍ସରେ ସମ୍ପୃକ୍ତ ଥାଇପାରନ୍ତି। ଯାହାକୁ ନେଇ ଏବେ ଅଧିକ ଖୋଳତାଡ କରାଯାଉଛି । ତେବେ ବ୍ଲାଷ୍ଟ ପରେ କାରରୁ ମିଳିଥିବା ଶରୀରର ଅଂଶ ଡିଏନଏ ଟେଷ୍ଟ ପରେ ଏନେଇ ସବୁ ସତ ଉପରୁ ପରଦା ଉଠିବ ।

ତେବେ କିଏ ସବୁ ଏହି ଡାକ୍ତର? କ’ଣ ରହିଛି ଏମାନଙ୍କର ପୃଷ୍ଠ ଭୂମି ?

ବିସ୍ଫୋରଣ ହୋଇଥିବା କାର ହୁଣ୍ଡାଇ i20 ର ତଦନ୍ତରୁ ଜଣାପଡ଼ିଛି ଯେ ସଲମାନ ନାମକ ଜଣେ ବ୍ୟକ୍ତି ଗୁରୁଗ୍ରାମରେ ଏହି କାର କିଣିଥିଲେ। ବିଭିନ୍ନ ମାଲିକାନା ଦେଇ ଏହା ଶେଷରେ ଉମର ମହମ୍ମଦଙ୍କ ପାଖରେ ପହଞ୍ଚିଲା, ଯିଏ ଏହାକୁ ବିସ୍ଫୋରଣରେ ବ୍ୟବହାର କରିଥିଲେ। ତଦନ୍ତରୁ ଆଉ ଏକ ନାମ ବି ସାମ୍ନାକୁ ଆସିଛି, ତାହା ହେଉଛି ତାରିକ, ଯାହାର ନାମ ପୂର୍ବରୁ ପୁଲୱାମା ଘଟଣାରେ ମଧ୍ୟ ଜଡିତ ଥିଲା । ସେ ଉମରଙ୍କୁ କାର ପହଞ୍ଚାଇବାରେ ସାହାଯ୍ୟ କରିଥିଲା। ଫରିଦାବାଦ ମଡ୍ୟୁଲ୍ ସହିତ ସଂଯୋଗ ଥିବା ଡାକ୍ତର ମୁଝମିଲ୍ ଶକିଲ୍, ଯାହାକୁ ମୁଜାମ୍ମିଲ୍ ଶକିଲ୍ ନାମରେ ମଧ୍ୟ ଜଣାଶୁଣା, ସେ ପୁଲୱାମାର ବାସିନ୍ଦା। ସେ ଧୌଜ ଏବଂ ଫତେହପୁର ଟାଗା ଗାଁରେ ଦୁଇଟି ଘର ଭଡା ନେଇଥିଲେ ଏବଂ ସେଠାରେ ବିସ୍ଫୋରକ ଗଚ୍ଛିତ କରିଥିଲେ। ପୋଲିସ ତାଙ୍କୁ ନଭେମ୍ବର ୧୦ ତାରିଖ ସକାଳେ ଗିରଫ କରିଥିଲା। ଏହାପରେ ଡାକ୍ତର ଆଦିଲ୍ ଅହମ୍ମଦ ରାଥର, ଯିଏକି ଜମ୍ମୁ ଏବଂ କାଶ୍ମୀରର ଅନନ୍ତନାଗର ବାସିନ୍ଦା। ତାଙ୍କୁ ଉତ୍ତର ପ୍ରଦେଶର ସାହାରାନପୁରରୁ ଗିରଫ କରାଯାଇଥିଲା। ସେ ଜୈଶ୍-ଏ-ମହମ୍ମଦର ପ୍ରଚାର ପୋଷ୍ଟର ଲଗାଇଥିଲା ଏବଂ ଗୋଷ୍ଠୀକୁ ପ୍ରୋତ୍ସାହିତ କରିବା ପାଇଁ ସୋସିଆଲ ମିଡିଆ ବ୍ୟବହାର କରିଥିଲା। ଅନ୍ୟଜଣେ  ହେଲେ ଡାକ୍ତର ଶାହିନ ଶାହିଦ, ଯିଏ ଫରିଦାବାଦରେ ରହୁଥିଲେ, ସେ ତାଙ୍କ କାରରେ ଅସ୍ତ୍ରଶସ୍ତ୍ର ଲୁଚାଇ ରଖିବାରେ ସାହାଯ୍ୟ କରିଥିଲେ। ତଦନ୍ତରୁ ଜଣାପଡିଛି ଯେ ସେ ମଧ୍ୟ ଏହି ଆତଙ୍କବାଦୀ ନେଟୱାର୍କର ଅଂଶ ଥିଲେ।

Comments are closed.