Latest Odisha News

BREAKING NEWS

ଭାରତ-ଦକ୍ଷିଣ ଆଫ୍ରିକା ଟେଷ୍ଟ ପାଇଁ ସ୍ୱତନ୍ତ୍ର କଏନ

କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା କ୍ରିକେଟ ଟିମ ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବ । ନଭେମ୍ବର ୧୪ରୁ ଏହି ସିରିଜ ଆରମ୍ଭ ହେବ । ମହାତ୍ମା ଗାନ୍ଧୀ ଓ ନେଲସେନ ମାଣ୍ଡେଲାଙ୍କ ନାମରେ ଏହି ସିରିଜକୁ ନାମିତ କରାଯାଇଛି । ରିପୋର୍ଟ ମୁତାବକ ଇଡେନଗାର୍ଡେନରେ ଖେଳାଯିବାକୁ ଥିବା ପ୍ରଥମ ଟେଷ୍ଟରେ ଟସ ପାଇଁ ସ୍ୱତନ୍ତ୍ର କଏନର ବ୍ୟବହାର କରାଯିବ । ଏହି ମୁଦ୍ରାର ଗୋଟିଏ ପଟେ ଗାନ୍ଧୀଙ୍କର ଏବଂ ଅନ୍ୟ ପଟେ ମାଣ୍ଡେଲାଙ୍କ ଫଟୋ ରହିବ । ଉଭୟ ଦେଶର ମହାପୁରୁଷଙ୍କ ସମ୍ମାନ ପାଇଁ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

ଏହି ଟେଷ୍ଟ ସିରିଜ ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପର ଅଂଶବିଶେଷ । ଉଭୟ ଟିମ ଏହାକୁ ଜିତି ନିଜ ସ୍ଥିତି ମଜୁଭତ କରିବାକୁ ଚାହିଁବେ । ଇଡେନ ଗାର୍ଡେନରେ ଏହା ଓଭରାଲ ୪୩ତମ ଆନ୍ତର୍ଜାତୀୟ ଟେଷ୍ଟ ମୁକାବିଲା ହେବ । ଘରୋଇ ପରିବେଶରେ ଭାରତ ପଲା ଭାରୀ ମନେ କରାଯାଉଛି । ୧୫ ବର୍ଷ ହେବ ଦକ୍ଷିଣ ଆଫ୍ରିକା ଟିମ ଭାରତରେ କୌଣସି ସିରିଜରେ ବିଜୟ ହାସଲ କରିନି ।

 

Comments are closed.