Latest Odisha News

BREAKING NEWS

ପାକିସ୍ତାନରେ ଜୋରଦାର ବିସ୍ଫୋରଣ, ୧୨ ମୃତ

କରାଚି: ଭାରତରେ ସକ୍ରିୟ ଭାବରେ ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ମଙ୍ଗଳବାର ଦିନ ଆତଙ୍କବାଦୀ ଆକ୍ରମଣର ଶିକାର ହୋଇଛି। ରାଜଧାନୀ ଇସଲାମାବାଦରେ ଏକ ଆତ୍ମଘାତୀ ଆକ୍ରମଣରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି।

ବୋମା ବିସ୍ଫୋରଣ ଏତେ ଶକ୍ତିଶାଳୀ ଥିଲା ଯେ ଏହା G-11 ଅଞ୍ଚଳରେ ଥିବା କୋଠାଗୁଡ଼ିକୁ ବ୍ୟାପକ କ୍ଷତି ପହଞ୍ଚାଇଥିଲା। ବିସ୍ଫୋରଣ ସ୍ଥଳଟି ଏକ କୋର୍ଟ ନିକଟରେ ଥିବା ନେଇ ଜଣାପଡ଼ିଛି।

ପାକିସ୍ତାନର ରାଷ୍ଟ୍ରପତି ଆସିଫ ଅଲି ଜର୍ଦ୍ଦାରୀ ଏହି ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି। ସେ ଏହି ଘଟଣାରେ ମୃତକଙ୍କ ପରିବାର ପ୍ରତି ସମବେଦନା ପ୍ରକାଶ କରିଛନ୍ତି। ସେହିପରି ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ କହିଛନ୍ତି ଯେ ଏହି ଘଟଣା ଏକ ସତର୍କ ବାଣୀ। ସେ ବିସ୍ଫୋରଣ ପାଇଁ ଆଫଗାନିସ୍ତାନକୁ ପରୋକ୍ଷ ଭାବରେ ଦାୟୀ କରି କହିଛନ୍ତି ଯେ କାବୁଲ ଶାସକଙ୍କ ସହିତ ଆଲୋଚନାର ଆଶା ନିରର୍ଥକ।

ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଘଟଣାର ଭିଡିଓଗୁଡ଼ିକରେ G-11 ଅଞ୍ଚଳରୁ ହୁତୁହୁତୁ ଧୂଆଁ ଉଠୁଥିବା ଦେଖାଯାଉଛି। ତେବେ ସୁରକ୍ଷା ବାଡ଼ ନିକଟରେ ମଧ୍ୟ ନିଆଁ ଲାଗିଥିବା ଦେଖାଯାଇଛି।

 

Comments are closed.