କୋଲକାତା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨ ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଶୁକ୍ରବାରଠାରୁ ଇଡେନ ଗାର୍ଡେନରେ ଆରମ୍ଭ ହେବ । ପ୍ରାରମ୍ଭିକ ପିଚ ରିପୋର୍ଟରେ ଆଶ୍ଚର୍ଯ୍ୟଜନକ ତଥ୍ୟ ସମ୍ମୁଖକୁ ଆସିଛି । ଖେଳ ଆଗକୁ ବଢ଼ିବା ସହ ପିଚରେ ସୁଇଂ ବିଶେଷ କରି ରିଭର୍ସ ସୁଇଂ ଦେଖିବାକୁ ମିଳିବ ବୋଲି ଅନୁମାନ କରାଯାଇଛି । ଯାହା ଦକ୍ଷିଣ ଆଫ୍ରିକା ପାଇଁ ଚିନ୍ତାର କାରଣ ସାଜିଛି । ଯଶପ୍ରୀତ ବୁମରାହ ଏହି ପିଚରୁ ଭରପୂର ଫାଇଦା ଉଠାଇବେ ବୋଲି ଆଶା କରାଯାଉଛି । ଅବଶ୍ୟ ଦକ୍ଷିଣ ଆଫ୍ରିକା ବୋଲରମାନେ ମଧ୍ୟ ରିଭର୍ସ ସୁଇଂରେ ସିଦ୍ଧହସ୍ତ ।
ବ୍ୟାଟ୍ସମ୍ୟାନ ପ୍ରଥମ ଇନିଂସରେ ବିଶେଷ ଅସୁବିଧାରେ ସମ୍ମୁଖୀନ ହେବେ ନାହିଁ ବୋଲି ଉକ୍ତ ରିପୋର୍ଟରେ ଉଲ୍ଲେଖ ରହିଛି । ରିଭର୍ସ ସୁଇଂ ବ୍ୟତୀତ ଏହା ସ୍ପିନରଙ୍କୁ ମଧ୍ୟ ସୁହାଇବ । ପିଚ ଫାଟିବା ସମ୍ଭାବନା ଥିବାର ଏହା ସ୍ପିନରଙ୍କୁ ବଲ ଟର୍ଣ୍ଣ କରାଇବାରେ ସହାୟ ହେବ । ଏହା ସମ୍ପୂର୍ଣ୍ଣ ଭାବେ ଏକ ୫ ଦିନିକିଆ ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି । ପ୍ରଥମ ଇନିଂସରେ ବଡ ସ୍କୋର କରିଥିବା ଦଳ ଫାଇଦାରେ ରହିବ । ୱାର୍ଲ୍ଡ ଟେଷ୍ଟ ଚାମ୍ପିୟନଶିପରେ ସ୍ଥିତି ମଜଭୁତ କରିବା ପାଇଁ ଭାରତର ନିକଟରେ ଏହି ସିିରିଜ ବେଶ ଗୁରୁତ୍ୱପୂର୍ଣ୍ଣ ।
Comments are closed.