Latest Odisha News

BREAKING NEWS

Six Maoists Died: ୬ କ୍ୟାଡର ମାଓବାଦୀ ନିହତ, ବିପୁଳ ଅସ୍ତ୍ରଶସ୍ତ୍ର ଜବତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲାରେ ଏନକାଉଣ୍ଟର । ମାଓବାଦୀ ଏବଂ ପୋଲିସ ମଧ୍ୟରେ ଗୁଳିବିନିମୟ ଘଟି ୬ ଜଣ ମାଓବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ ହୋଇଛି ।

ତେବେ ଏହି ୬ ମୃତକଙ୍କ ମଧ୍ୟରେ ରହିଛନ୍ତି ମଦେଡ ଏରିଆ କମିଟିର ମୁଖ୍ୟ ବୁଚ ଅନ୍ନା ସମେତ କ୍ୟାଡର ମାଓବାଦୀ ରହିଛନ୍ତି । ଘଟଣାସ୍ଥଳରୁ ସ୍ବୟଂଚାଳିତ ଇନସାସ୍, ଏସଏଲଆର, ଷ୍ଟେନଗନ, ୩୦୩ ବନ୍ଧୁକ, ବିସ୍ଫୋରକ ସହ ମାଓ ସାମଗ୍ରୀ ଜବତ କରାଯାଇଥିବା ସୂଚନା ରହିଛି ।

ଖବର ମୁତାବକ, ବିଜାପୁର ଜିଲ୍ଲାରେ ମାଓବାଦୀଙ୍କ ଉପସ୍ଥିତି ଥିବା ଜାଣିପାରି ଡିଆରଜି, ସିଆରପିଏଫ ଏବଂ ଜିଲ୍ଲା ପୋଲିସ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲେ । ମାଓବାଦୀ ଏବଂ ଯବାନଙ୍କ ମଧ୍ୟରେ ଗୁଳିବିନିମୟ ଆରମ୍ଭ ହୋଇଥିଲା । ପରେ ମାଓବାଦୀମମାନେ ପୋଲିସ ଗୁଳିର ସାମ୍ନା କରିନପାରି ଛତ୍ରଭଙ୍ଗ ଦେଇଥିଲେ । ଘଟଣାସ୍ଥଳରେ ପୋଲିସ ସର୍ଚ୍ଚ ଅପରେସନ କରୁଥିବା ବେଳେ ୬ ଜଣ ମାଓବାଦୀଙ୍କର ମୃତ ଦେହ ଉଦ୍ଧାର କରିଥିଲା ।

 

Comments are closed.