Latest Odisha News

ମୃତ୍ୟୁ ଗୁଜବ ମଧ୍ୟରେ ହସ୍ପିଟାଲରୁ ଡିସଚାର୍ଜ ହେଲେ ଅଭିନେତା ଧର୍ମେନ୍ଦ୍ର

ମୁମ୍ବାଇ: ବଲିଉଡର ବରିଷ୍ଠ ଅଭିନେତା ଧର୍ମେନ୍ଦ୍ର ନିଶ୍ୱାସ ପ୍ରଶ୍ଵାସ ନେବାରେ ସମସ୍ୟା ଅନୁଭବ କରିବା ପରେ ନଭେମ୍ବର ୧ ରେ ତାଙ୍କୁ ବ୍ରିଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ତାଙ୍କ ମୃତ୍ୟୁକୁ ନେଇ ଗୁଜବ ସୃଷ୍ଟି ହୋଇଥିଲା।

ତେବେ ୮୯ ବର୍ଷୀୟ ଏହି ବରିଷ୍ଠ ଅଭିନେତାଙ୍କୁ ହସ୍ପିଟାଲରୁ ଡିସଚାର୍ଜ ମିଳିବା ପରେ ସେ ବୁଧବାର ସକାଳେ ଘରକୁ ଫେରିଥିବା ନେଇ ସୂଚନା ମିଳିଛି। ସେ ପ୍ରାୟ ୧୧ ଦିନ ଧରି ଡାକ୍ତରୀ ତଦାରଖରେ ରହିଥିଲେ ଓ ବର୍ତ୍ତମାନ୍ ତାଙ୍କର ସ୍ୱାସ୍ଥ୍ୟବସ୍ଥା ସ୍ଥିର ଥିବା ନେଇ ଡାକ୍ତର କହିଛନ୍ତି। ସେ ବର୍ତ୍ତମାନ ଘରେ ବିଶ୍ରାମ ନେବା ସହ ତାଙ୍କର ନିୟମିତ ସ୍ୱାସ୍ଥ୍ୟ ପରୀକ୍ଷା କରିବାକୁ ଡାକ୍ତର ମାନେ ପରାମର୍ଶ ଦେଇଥିବା ଜଣାପଡ଼ିଛି।

ତେବେ ଏହି ସମୟରେ ତାଙ୍କର ପରିବାର ସଦସ୍ୟ ତଥା ପତ୍ନୀ ହେମା ମାଳିନୀ, ଇଶା ଦେଓଲ, ସନି ଦେଓଲ ଏବଂ ବବି ଦେଓଲ ହସ୍ପିଟାଲରେ ରହି ତାଙ୍କର ଯତ୍ନ ନେଇଥିଲେ।

Comments are closed.