ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନ ୨୦୨୫ ରେକର୍ଡ ଭାଙ୍ଗି ୬୬.୯୦% ମତଦାନ ସହିତ ସମାପ୍ତ ହୋଇଛି। ଏବେ ପୂରା ଦେଶରେ ରାଜନୈତିକ ଚର୍ଚ୍ଚା ବିହାର ଉପରେ କେନ୍ଦ୍ରୀଭୂତ ହେଉଛି, ଅନ୍ୟପଟେ ଅକ୍ଜିଟ ପୋଲ୍ ଆସିବା ପରେ ଷ୍ଟକ୍ ମାର୍କେଟ୍ରେ ଉତ୍ସାହ ଖେଳିଯାଇଛି। ବାସ୍ତବରେ ଷ୍ଟକ୍ ମାର୍କେଟ୍ ରାଜନୈତିକ ସ୍ଥିରତା ଖୋଜୁଛି। ପ୍ରତ୍ୟେକ ନିର୍ବାଚନ ଋତୁରେ ମାର୍କେଟ୍ରେ ହଲଚଲ ଦେଖାଯାଏ। ଏହାରିଭିତରେ ଆସନ୍ତୁ ଜାଣିବା କାହିଁକି ନିର୍ବାଚନ ସମୟରେ ଷ୍ଟକ୍ ମାର୍କେଟ୍ ଉପରେ ଏତେ ଗଭୀର ପ୍ରଭାବ ପଡ଼ୁଛି।
ନିର୍ବାଚନ ସମୟରେ ଷ୍ଟକ୍ ମାର୍କେଟ୍ ଉପରେ ପ୍ରଭାବ ପଡ଼ିବାର ସବୁଠାରୁ ବଡ଼ କାରଣ ହେଉଛି ନୀତିଗତ ଅନିଶ୍ଚିତତା। ପ୍ରତ୍ୟେକ ରାଜନୈତିକ ଦଳ ନିଜ ସହିତ ଭିନ୍ନ ଅର୍ଥନୈତିକ ଏଜେଣ୍ଡା ଆଣୁଛନ୍ତି। ଏହା ଦେଶର ଅର୍ଥନୀତି ସ୍ତରରେ ଅନେକ ପ୍ରଭାବ ପକାଇଥାଏ। ନିବେଶକମାନେ କେଉଁ ନୀତିଗୁଡ଼ିକ ଆଗାମୀ ବର୍ଷଗୁଡ଼ିକରେ ଆସିବ ତାହା ଦେଖିବାକୁ ଅତି ସୂକ୍ଷ୍ମଭାବେ ନଜର ରଖନ୍ତି।
ଯଦି ଆଗାମୀ ସରକାରଠାରୁ ବିକାଶର ଆଶା କରାଯାଏ ଯେପରିକି ସାର୍ବଜନିକ ନିବେଶ ବୃଦ୍ଧି, ଟ୍ୟାକ୍ସ୍ ସରଳୀକରଣ କିମ୍ବା ଶିଳ୍ପ ବିସ୍ତାରକୁ ପ୍ରୋତ୍ସାହନ, ତେବେ ନିବେଶକମାନେ ସକାରାତ୍ମକ ପ୍ରତିକ୍ରିୟା ଦିଅନ୍ତି ଓ ମାର୍କେଟ୍ରେ ଉତ୍ଥାନ ଦେଖାଯାଏ। ଅନ୍ୟପକ୍ଷରେ ଯଦି ରାଜକୋଷୀୟ ଅନୁଶାସନ କିମ୍ବା ବ୍ୟବସାୟିକ ନୀତିଗୁଡ଼ିକୁ ନେଇ ଅନିଶ୍ଚିତତା ଥାଏ, ତେବେ ନିବେଶକମାନେ ସତର୍କ ହୋଇଯାଆନ୍ତି ଓ ମାର୍କେଟ୍ରେ ଅବନତି ଦେଖାଯାଏ।
ଷ୍ଟକ୍ ମାର୍କେଟ୍ ପୂର୍ବାନୁମାନ ଓ ସ୍ଥିରତା ଉପରେ ଚାଲେ। ନିବେଶକମାନେ ସ୍ପଷ୍ଟ ବହୁମତ ସହିତ ସରକାରକୁ ପସନ୍ଦ କରନ୍ତି କାରଣ ଏହା ସୁସ୍ଥିର ନୀତି ଓ ସୁଚାରୁ ନିଷ୍ପତ୍ତି ନିଶ୍ଚିତ କରେ। ଯେତେବେଳେ ନିର୍ବାଚନ ଏକ ବଳିଷ୍ଠ ସ୍ଥିର ସରକାରର ସଙ୍କେତ ଦିଏ, ତେବେ ବିଶ୍ୱାସ ବଢ଼େ ଓ ବିଦେଶୀ ନିବେଶକମାନେ ନିବେଶ ବଢ଼ାନ୍ତି। ଏହା ମାର୍କେଟ୍ରେ ଉତ୍ଥାନ ଆଣେ। ଏହାର ଠିକ୍ ବିପରୀତରେ ଏକ ଅନିଶ୍ଚିତ ବିଧାନସଭା କିମ୍ବା ଅସ୍ଥିର ମେଣ୍ଟ ନୀତି ଅନେକ ଆଶଙ୍କା ସୃଷ୍ଟି କରିପାରେ। ଏପରି ସ୍ଥିତିରେ ମାର୍କେଟ୍ରେ ନରମତା ଆସିପାରେ।
ନିର୍ବାଚନ ସମୟରେ ଷ୍ଟକ୍ ମାର୍କେଟ୍ କେବଳ ଅର୍ଥଶାସ୍ତ୍ର ନୁହେଁ ବରଂ ଭାବନା ଓ ଅନୁମାନ ଦ୍ୱାରା ମଧ୍ୟ ପ୍ରେରିତ ହୋଇଥାଏ। ନିର୍ବାଚନ ଫଳାଫଳ ପୂର୍ବରୁ ନିବେଶକମାନେ ଏକ୍ଜିଟ୍ ପୋଲ୍ ଓ ରାଜନୈତିକ ଭବିଷ୍ୟବାଣୀ ଉପରେ ତୀବ୍ର ପ୍ରତିକ୍ରିୟା ଦେଖାନ୍ତି। ଯଦି ପ୍ରାରମ୍ଭିକ ଟ୍ରେଣ୍ଡ ବ୍ୟବସାୟକୁ ସମର୍ଥନ କରୁଥିବା ସରକାର ସପକ୍ଷରେ ଆସୁଥାଏ, ତେବେ ମାର୍କେଟ୍ ଉପରକୁ ଚଢ଼େ। କିନ୍ତୁ ଯେତେବେଳେ ପ୍ରକୃତ ଫଳାଫଳ ଆଶା ଠାରୁ ଭିନ୍ନ ହୋଇଥାଏ, ତେବେ ମାର୍କେଟ୍ରେ ଦ୍ରୁତ ଅବନତି ଦେଖାଯାଏ।ଭାରତର ଷ୍ଟକ୍ ମାର୍କେଟ୍ ଫରେନ୍ ଇନଷ୍ଟିଚ୍ୟୁସନାଲ୍ ଇନଭେଷ୍ଟର୍ସଙ୍କଠାରୁ ବହୁତ ପ୍ରଭାବିତ। ବୈଶ୍ୱିକ ନିବେଶକମାନେ ସ୍ଥିର ସରକାର ଓ ସ୍ପଷ୍ଟ ନୀତିଗତ ଦିଗକୁ ଅଧିକ ପସନ୍ଦ କରନ୍ତି କାରଣ ଏହା ନିବେଶର ବିପଦ ହ୍ରାସ କରେ।
BREAKING NEWS
- Heavy Rain & Floods in Odisha:ବିଭିନ୍ନ ଜିଲ୍ଲାରେ ବନ୍ୟା ପରିସ୍ଥିତି; ଏରିଅଲ ସର୍ଭେରେ ଯିବେ ମୁଖ୍ୟମନ୍ତ୍ରୀ
- ବ୍ୟାଙ୍କ ଗ୍ରାହକଙ୍କୁ ଆଶ୍ୱସ୍ତି: ୩ ଦିନିଆ ଧର୍ମଘଟ ବେଳେ ମାଗଣାରେ ଏଟିଏମ୍ରୁ ଉଠାଇ ପାରିବେ ଟଙ୍କା, ଲାଗିବନି ଏକ୍ସଟ୍ରା ଚାର୍ଜ
- ଶସ୍ତା ଇନ୍ଧନ ଓ କମ୍ ପ୍ରଦୂଷଣ: ଖୁବଶୀଘ୍ର ରାସ୍ତାକୁ ଓହ୍ଲାଇବ ଶହେ ପ୍ରତିଶତ ଇଥାନଲ୍ ଚାଳିତ ଗାଡ଼ି
- ଯାତ୍ରୀଙ୍କ ଭିଡ଼କୁ ଦୃଷ୍ଟିରେ ରଖି ପୂର୍ବତଟ ରେଳପଥର ବଡ଼ ପଦକ୍ଷେପ: ଭୁବନେଶ୍ୱର, ପୁରୀ ଓ ସମ୍ବଲପୁର ଟ୍ରେନ୍ରେ ଲାଗିବ ଅତିରିକ୍ତ ବଗି
- ଦେଶରେ ପ୍ରଥମ ଥର ଓଡ଼ିଶାରେ ଉନ୍ମୋଚିତ ହେଲା ‘ମାନସିକ ସ୍ୱାସ୍ଥ୍ୟ ମାର୍ଗଦର୍ଶିକା’
- Hospital in Western Odisha:ପଶ୍ଚିମ ଓଡ଼ିଶାରେ ୧୦୦୦ ଶଯ୍ୟା ବିଶିଷ୍ଟ ଡାକ୍ତରଖାନା ପ୍ରତିଷ୍ଠା କରିବ ବେଦାନ୍ତ
- ମୋଦୀଙ୍କୁ ଭୂୟସୀ ପ୍ରଶଂସା କଲେ ଅଷ୍ଟ୍ରେଲିଆ ପ୍ରଧାନମନ୍ତ୍ରୀ:ଭାରତ ନିଜର ରଣନୈତିକ ନୀତି ଯୋଗୁଁ ନିଜର ଇନ୍ଧନ ଯୋଗାଣକୁ ସ୍ଥିର ରଖିବାରେ ସଫଳ
- ଜାପାନର ୧୧ ବର୍ଷୀୟ ଇ-ସ୍ପୋର୍ଟସ୍ ଖେଳାଳି ୟୁକି କୁରିହାରା ଏସୀୟ କ୍ରୀଡ଼ାରେ ସ୍ଵର୍ଣ୍ଣ ପଦକ ଜିତି ରଚିଲେ ଇତିହାସ
- Spurious liquor:ମଦ୍ୟପାନ ନିଷିଦ୍ଧ ରାଜ୍ୟରେ ବିଷାକ୍ତ ମଦ ପିଇ ୧୯ ଜଣଙ୍କ ଗଲା ଜୀବନ
- ଏସୀୟ କ୍ରୀଡ଼ା ୨୦୨୬: କବାଡ଼ିରେ ଭାରତକୁ ଡବଲ ସ୍ୱର୍ଣ୍ଣ

Comments are closed.