ବାରବାଙ୍କି: ବାରବାଙ୍କି ଜିଲ୍ଲାର ସରାଇ ବାରାଇ ଗ୍ରାମରେ ଆଜି ଅପରାହ୍ନରେ ଏକ ବାଣ ତିଆରି ୟୁନିଟରେ ଭୟଙ୍କର ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ପାଞ୍ଚ ଜଣ ଆହତ ହୋଇଛନ୍ତି।
ଜିଲ୍ଲା ଅଧିକାରୀଙ୍କ ଅନୁଯାୟୀ, ଅପରାହ୍ନରେ କାରଖାନାରେ ନିୟମିତ କାର୍ଯ୍ୟ ସମୟରେ ବିସ୍ଫୋରଣ ଘଟିଥିଲା। ବିସ୍ଫୋରଣର ଶବ୍ଦ ଅନେକ କିଲୋମିଟର ଦୂର ଯାଏଁ ଶୁଣାଯାଇଥିଲା। ଫଳରେ ସ୍ଥାନୀୟ ବାସିନ୍ଦା ଭୟଭୀତ ହୋଇପଡ଼ିଥିଲେ।
ଖବର ପାଇ ଉଦ୍ଧାରକାରୀ ଦଳ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ତୁରନ୍ତ ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲେ। ତେବେ ନିଆଁ ନିୟନ୍ତ୍ରଣ କରିବାକୁ ଅଗ୍ନିଶମ କର୍ମଚାରୀମାନଙ୍କୁ ବେଶ କିଛି ଘଣ୍ଟା ସମୟ ଲାଗିଥିଲା।
ଉପଖଣ୍ଡ ମାଜିଷ୍ଟ୍ରେଟ୍ (SDM) ଅନୁରାଗ ସିଂହ ସ୍ପଷ୍ଟ କରିଛନ୍ତି ଯେ ବିସ୍ଫୋରଣରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଛି। ପ୍ରାଥମିକ ତଦନ୍ତରୁ ଜଣାପଡୁଛି ଯେ କାରଖାନାର କାର୍ଯ୍ୟରେ ଅବହେଳା ଏହି ଦୁର୍ଘଟଣାର ଏକ ପ୍ରମୁଖ କାରଣ ହୋଇପାରେ। ସେହିପରି
ଅନ୍ୟ ପାଞ୍ଚ ଜଣ ଗୁରୁତର ଆହତ ହୋଇଥିଲେ ଏବଂ ସେମାନଙ୍କୁ ପ୍ରଥମେ ସ୍ଥାନୀୟ ହସ୍ପିଟାଲକୁ ନିଆଯାଇଥିଲା। ପରେ ଅବସ୍ଥା ଖରାପ ହେବାରୁ ସେମାନଙ୍କୁ ଉନ୍ନତ ଚିକିତ୍ସା ପାଇଁ ଲକ୍ଷ୍ନୌର ଟ୍ରମା ସେଣ୍ଟରକୁ ପଠାଯାଇଥିଲା।
Comments are closed.