Nuapada By-election: ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ପ୍ରସ୍ତୁତି ଚୂଡାନ୍ତ, ତ୍ରିସ୍ତରୀୟ ସୁରକ୍ଷା ବଳୟରେ ହେବ ଭୋଟ ଗଣତି
ନୂଆପଡା: କାହାର ହେବ ନୂଆପଡ଼ା ? ଆଉ କିଛି ଘଣ୍ଟାର ଅପେକ୍ଷା। ଆସନ୍ତାକାଲି ସକାଳ ୮ଟାରୁ ଭୋଟ ଗଣତି ଆରମ୍ଭ ହେବ। ୧୪ ଟି ଟେବୁଲ, ୨୬ ରାଉଣ୍ଡ ଗଣତି କରାଯିବ। ପ୍ରଥମେ ବାଲାଟ, ପରେ ଇଭିଏମ କାଉଣ୍ଟିଂ ହେବ। କାଉଣ୍ଟିଂର ୨ ଘଣ୍ଟା ପୂର୍ବରୁ ପ୍ରସ୍ତୁତି କରାଯିବ। କାଉଣ୍ଟିଂ ପାଇଁ ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପ୍ରତି ରାଉଣ୍ଡରେ ରେଜଲ୍ଟ ଘୋଷଣା କରାଯିବ । ଏନେଇ ସୂଚନା ଦେଇଛନ୍ତି ଜିଲ୍ଲାପାଳ।
ଆସନ୍ତାକାଲି ନୂଆପଡ଼ା ଉପନିର୍ବାଚନର ଭୋଟ ଗଣତି ହେବ। ଏନେଇ ପ୍ରସ୍ତୁତି ଚୂଡାନ୍ତ ହୋଇଛି। ଭୋଟ ଗ୍ରହଣ ଓ ଗଣନା ପ୍ରକ୍ରିୟାକୁ ସମ୍ପୁର୍ଣ୍ଣ ସ୍ବଚ୍ଛ, ସୁସ୍ଥ ଓ ପାରଦର୍ଶୀ ଭାବରେ ଆୟୋଜନ କରିବା ପାଇଁ ଆବଶ୍ୟକ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଇଛି। ନ୍ୟାସନାଲ କଲେଜରେ ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଷ୍ଟ୍ରଙ୍ଗରୁମ ମଧ୍ୟରେ ଥିବା ସମସ୍ତ ଇଭିଏମ ଓ ଭିଭିପାଟ ମେସିନ୍ ଗୁଡ଼ିକ ଆସନ୍ତାକାଲି କାଉଣ୍ଟିଂ ହଲକୁ ଅଣାଯିବ । ଭୋଟ ଗଣତି ପାଇଁ ୧୪ଟି ଗଣତି ଟେବୁଲ୍ ଓ ପୋଷ୍ଟାଲ ଭୋଟ ପାଇଁ ଗୋଟିଏ ଟେବୁଲ୍ ବ୍ୟବସ୍ଥା କରାଯାଇଛି ।
ପ୍ରଥମେ ପୋଷ୍ଟାଲ ବାଲାଟ ସକାଳ ୮ଟା ସମୟରେ ଗଣାଯିବ । ଏହାପରେ ୮ଟା ୩୦ରେ ଇଭିଏମ ମେସିନ୍ର ଭୋଟ ଗଣନା ଆରମ୍ଭ ହେବ। ଏହା ୨୬ ରାଉଣ୍ଡରେ ସମାପ୍ତ ହେବ । ଭୋଟିଂ ମେସିନର ତଥ୍ୟକୁ ଫର୍ମ ୧୭-ସି ସହିତ ମେଳ କରାଯିବ। ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ଅନୁଯାୟୀ ପାଞ୍ଚଟି ପୋଲିଂ ସେଣ୍ଟରର ଭିଭିପାଟ ସ୍ଲିପ୍ଗୁଡ଼ିକ ଗଣାଯାଇ ଇଭିଏମ ଫଳାଫଳ ସହ ମେଳ କରାଯିବ । ଏହି ସମସ୍ତ ବ୍ୟବସ୍ଥା ପାଇଁ ଅଧିକାରୀ ଓ କର୍ମଚାରି ଙ୍କ ସ୍ୱତନ୍ତ୍ର ତାଲିମ ଦିଆଯାଇଛି।
ସମସ୍ତ ଗଣନା ପ୍ରକ୍ରିୟା ସିସିଟିଭି ନଜରରେ କରାଯିବ ଓ ଏସବୁର ଭିଡିଓ ରେକର୍ଡିଂ ହେବ। ଏହାର ତଦାରଖ ପାଇଁ କେନ୍ଦ୍ରୀୟ ପର୍ଯ୍ୟବେକ୍ଷକ, ଜିଲ୍ଲା ନିର୍ବାଚନ ଅଧିକାରୀ ଓ ପୋଲିସ ପ୍ରଶାସନ ଉପସ୍ଥିତ ରହିବେ। ଅନ୍ତିମ ରାଉଣ୍ଡ ଶେଷ ହେବା ପରେ ନିର୍ବାଚନ ଅଧିକାରୀ ଦ୍ୱାରା ବିଜେତା ପ୍ରାର୍ଥୀଙ୍କ ନାମ ଘୋଷଣା ହେବ ଓ ତାଙ୍କୁ ଜୟ ସନଦ ପ୍ରଦାନ କରାଯିବ।
ଅପରପକ୍ଷରେ ଭୋଟ କାଉଣ୍ଟିଂ ପୂର୍ବରୁ ଷ୍ଟ୍ରଙ୍ଗରୁମ ସୁରକ୍ଷା ନେଇ ସମୀକ୍ଷା କରିଛନ୍ତି ଏସ୍ପି । ତ୍ରିସ୍ତରୀୟ ସୁରକ୍ଷା ବ୍ୟବସ୍ଥାରେ ଷ୍ଟ୍ରଂଗ ରୁମ। ବାହାରେ ବି କଡ଼ା ସୁରକ୍ଷା ବ୍ୟବସ୍ଥା ଲାଗୁ କରାଯିବ । ଦୁଇ କମ୍ପାନୀ କେନ୍ଦ୍ରୀୟ ବଳ ମୁତୟନ ହୋଇଛନ୍ତି । ଅଧିକୃତ ଓ ପ୍ରବେଶ ଅନୁମତି ପାଇଥିବା ବ୍ୟକ୍ତି ହିଁ ପ୍ରବେଶ କରି ପାରିବେ । ଭିତରକୁ ପ୍ରବେଶ ପୂର୍ବରୁ ତିନି ଜାଗାରେ ଚେକିଙ୍ଗ ହେବ। ଆବଶ୍ୟକ ପଡିଲେ ସୁରକ୍ଷା କର୍ମୀ ବଢ଼ାଯିବ ବୋଲି ନୂଆପଡା ଏସପି ଅମ୍ରିତ ପାଳ ସିଂ କହିଛନ୍ତି।
Comments are closed.