ସର୍ବଦା ମଣିଷ ଭାବେ ଏ ଭଳି ଏକ ଥିୟୋରୀ ଓ ଟେକ୍ନୋଲୋଜି ଆସନ୍ତା କି ସମସ୍ତେ ଅମର ହୋଇଯାନ୍ତେ । ସମ୍ଭବପର ମନେ ହେଉ ନ ଥିଲେ ମଧ୍ୟ ଏବେ ଏଆଇକୁ ନେଇ ଜଣେ ବୈଜ୍ଞାନିକ ଆଶ୍ଚର୍ଯ୍ୟଜନକ ଦାବୀ କରିଛନ୍ତି । ସେ କହିଛନ୍ତି ୨୦୩୦ ପରେ ଏଆଇ ମଣିଷକୁ ସହଜରେ ମରିବାକୁ ଦେବନି । ସତରେ କଣ ଏହା ସମ୍ଭବ ? ରେ କୁରଜୱିଲ ନାମକ ଜଣେ କମ୍ପ୍ୟୁଟର ବୈଜ୍ଞାନିକ ଏହି ଭବିଷ୍ୟବାଣୀ କରିଛନ୍ତି । ସେ ଗୁଗଲରେ ଇଂଜିନିୟର ଥିଲେ । ବାୟୋଟେକ୍ନୋଲୋଜି, ନ୍ୟାନୋଟେକ୍ନୋଲୋଜି ଓ ଏଆଇ ସହାୟତାରେ ମଣିଷଙ୍କ ଜୀବନ ଦୀର୍ଘ କରିହେବ । ଏଆଇ ଟେକ୍ନୋଲୋଜି ଦିନକୁ ଦିନ ମନୁଷ୍ୟ ବୁଦ୍ଧିର ନିକଟତର ହେଉଛି ।
୨୦୪୫ରେ ସିଙ୍ଗୁଲ୍ୟାରେଟି ଆସିବ । ଏହି ସମୟରେ ମନୁଷ୍ୟର ବୁଦ୍ଧି ଓ ଏଆଇ ଏକାକାର ହୋଇଯିବେ । ଆମର ବୁଦ୍ଧି ଏବଂ ବୁଝିବା କ୍ଷମତା ବହୁତ ଗୁଣ ବଢ଼ିଯିବ । ମେଶିନ ସହିତ ମିଶି ମନୁଷ୍ୟ ସୁପର ପାୱାର ହୋଇଯିବ । ନ୍ୟାନୋବଟସ ଶରୀର ଭିତରେ ରହି ସମସ୍ୟାକୁ ସମାଧାନ କରିବ । ଏହା ଏତେ ଛୋଟ ରୋବଟ ହୋଇଥିବ ଯେ ଖାଲି ଆଖିରେ ଦେଖାଯିବନି । ଶରୀର ଭିତରର ସ୍ୱାସ୍ଥ୍ୟାବସ୍ଥା ନେଇ ସେ ଆଗୁଆ ସୂଚନା ଦେବ । ପୂର୍ବରୁ କୂରଜୱାଲ କରିଥିବା ଅନେକ ଭବିଷ୍ୟବାଣୀ ସତ୍ୟ ସାବ୍ୟସ୍ତ ହୋଇଛି । ଏହା ମଧ୍ୟରେ ଲ୍ୟାପଟପର ବ୍ୟବହାର, ଚେସରେ ମନୁଷ୍ୟକୁ ହରାଇବ କମ୍ପ୍ୟୁଟର, ହାଇସ୍ପିଡ ଇଂଟନେଟର ବ୍ୟବହାର ସମ୍ପର୍କରେ ସେ ୯୦ ଦଶକରେ ଭବିଷ୍ୟବାଣୀ କରିଥିଳେ । ଯାହା ସତ୍ୟ ପ୍ରମାଣିତ ହୋଇଛି ।
Comments are closed.