Latest Odisha News

BREAKING NEWS

ରାଜନୀତି ଛାଡ଼ିଦେବେ ପ୍ରଶାନ୍ତ କିଶୋର ? JDU ୮୩ ଆସନ ପାଇବା ପରେ ବଢ଼ିଲା ଚର୍ଚ୍ଚା

ନୂଆଦିଲ୍ଲୀ: ବିହାର ବିଧାନସଭା ନିର୍ବାଚନର ଫଳାଫଳରେ NDAର ବିଜୟ ହୋଇଛି। ଯେଉଁଥିରେ JDU ୮୩ ଆସନରେ ଆଗୁଆ ରହିଛି । ତେବେ JDUର ଏହି ସଫଳତା ପରେ ଏବେ ଜନ ସୁରାଜର ପ୍ରତିଷ୍ଠାତା ନେତା ପ୍ରଶାନ୍ତ କିଶୋରଙ୍କ ଏକ ବୟାନ ଖୁବ ଭାଇରାଲ ହେବାରେ ଲାଗିଛି। ସେହି ବୟାନରେ ସେ କହିଥିଲେ ଯେ ଯଦି JDU ୨୫ଟି ସିଟ୍‌ରୁ ଅଧିକ ଆସିବ, ତେବେ ରାଜନୀତି ଛାଡ଼ି ଦେବି। କିଶୋର ୨୦୨୫ ଜୁଲାଇରେ ଏକ ସମ୍ବାଦ ଚ୍ୟାନେଲକୁ ଦେଇଥିବା ଇଣ୍ଟରଭ୍ୟୁରେ କହିଥିଲେ ଯେ ତୀର ଚିହ୍ନ (ଜେଡିଉର ନିର୍ବାଚନ ଚିହ୍ନ)କୁ ୨୫ରୁ ଅଧିକ ସିଟ୍‌ ଆସିଲେ ମୁଁ ରାଜନୀତି ଛାଡ଼ି ଦେବି।

ଏହି ବୟାନର ସନ୍ଦର୍ଭରେ ଯେତେବେଳେ ତାଙ୍କୁ ଆହୁରି ଏକ ସାକ୍ଷାତ୍କାରରେ ପଚାର ଯାଇଥିଲା, ସେଥିରେ ପ୍ରଶାନ୍ତ କିଶୋର କହିଥିଲେ, ‘ବିଲ୍କୁଲ୍ କହିଛି। ଏବେ ଏହି ବୟାନ ଖୁବ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ପିକେଙ୍କୁ ଛିଗୁଲାଇବା ସହ କେବେ ରାଜନୀତି ଛାଡ଼ୁଛନ୍ତି ବୋଲି ପ୍ରଶ୍ନ କରୁଛନ୍ତି ।

ସୂଚନା ଥାଉକି, ଏହି ନିର୍ବାଚନରେ ଜନ ସୁରାଜ ୨୪୩ଟି ସିଟ୍‌ରେ ପ୍ରାର୍ଥୀ ଦେଇଥିଲା, ଯେଉଁମାନଙ୍କ ମଧ୍ୟରୁ ୫ଜଣ ନିର୍ବାଚନ ଲଢ଼ିନଥିଲେ ଏବଂ ଦଳର ସହଯୋଗ ଛାଡ଼ି ଦେଇଥିଲେ। ଏହା ପରେ ବାକି ରହିଥିବା ୨୩୮ଟି ପ୍ରାର୍ଥୀଙ୍କ ମଧ୍ୟରୁ ୧୧୬ଜଣ ତୃତୀୟ ସ୍ଥାନରେ ରହିଥିଲେ ଏବଂ ୧୨୨ଜଣ ତୃତୀୟ ସ୍ଥାନରୁ ମଧ୍ୟ ତଳେ ରହିଥିଲେ। ବିହାର ୨୦୨୫ର ବିଧାନସଭା ନିର୍ବାଚନରେ ୨୩୮ଟି ସିଟ୍‌ରେ ନିର୍ବାଚନ ଲଢ଼ିବା ସତ୍ତ୍ୱେ ଜନ ସୁରାଜର ପ୍ରଦର୍ଶନ ନିରାଶଜନକ ରହିଛି।

Comments are closed.