Latest Odisha News

BREAKING NEWS

Nowgam Blast: ନୌଗାମ ପୋଲିସ ଷ୍ଟେସନରେ ବିସ୍ଫୋରଣ ଏକ ଦୁର୍ଘଟଣା, କୌଣସି ଆତଙ୍କୀ ହମଲା ନୁହେଁ: ଡିଜିପି

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଶ୍ରୀନଗରର ସ୍ଥିତ ନୌଗାମ ଥାନାରେ ବିସ୍ଫୋରଣକୁ ଦୁର୍ଘଟଣା ବୋଲି କହିଲେ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ (ଡିଜିପି) ନଳିନ ପ୍ରଭାତ । ଆଜି ଏକ ସାମ୍ନାଦିକ ସମ୍ମିଳନୀରେ ଡିଜିପି କହିଛନ୍ତି ଯେ, ନୌଗାମ ପୁଲିସ ଷ୍ଟେସନରେ ହୋଇଥିବା ବିସ୍ଫୋରଣ କେବଳ ଏକ ଦୁର୍ଘଟଣା ଥିଲା, କୌଣସି ଆତଙ୍କୀ ହମଲା ହୋଇନାହିଁ ।

ଫରିଦାବାଦରୁ ଜବତ ହୋଇଥିବା ୩୬୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଖୋଲା ସ୍ଥାନରେ ରଖାଯାଇଥିଲା । ବିସ୍ଫୋରଣ ହେବା ସମୟରେ ଦୁଇ ଦିନ ଧରି ନମୁନା ପରୀକ୍ଷା ଚାଲିଥିଲା । ଏହି ଘଟଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ବିସ୍ଫୋରଣରେ ଜଣେ ଏସଆଇଏ କର୍ମୀ, ୩ ଏଫଏସଏଲ, ୨ କ୍ରାଇମସିନ ଫଟୋଗ୍ରାଫର, ୨ ରାଜସ୍ୱ ଅଧିକାରୀ ଓ ଜଣେ ଟେଲରଙ୍କର ମୃତ୍ୟୁ ହୋଇଛି ।

ଦୁର୍ଘଟଣାରେ ପ୍ରାୟ ୩୦ରୁ ଅଧିକ ଜଣ ଆହତ ହୋଇଛନ୍ତି ଏବଂ ଅନେକ ଯାନବାହନ ମଧ୍ୟ ଜଳିଯାଇଛି । ବିସ୍ଫୋରଣରେ ପୋଲିସ ଷ୍ଟେସନ କୋଠା ଏବଂ ଆଖପାଖର ଘର ଏବଂ କୋଠାଗୁଡ଼ିକୁ ମଧ୍ୟ ବ୍ୟାପକ କ୍ଷତି ହୋଇଛି । ବିସ୍ଫୋରଣର କାରଣ ନିର୍ଣ୍ଣୟ କରିବା ପାଇଁ ଏକ ସରକାରୀ ତଦନ୍ତ ଆରମ୍ଭ ହୋଇଛିବୋଲି ଡିଜିପି କହିଛନ୍ତି ।

Comments are closed.