ନୂଆଦିଲ୍ଲୀ: ଆଇପିଏଲ ୨୦୨୬ ପାଇଁ ଫ୍ରାଂଚାଇଜମାନେ ଦଳରେ ଅନେକ ପରିବର୍ତନ କରିଛନ୍ତି । ସବୁଠାରୁ ବଡ ଟ୍ରେଡ ଡିଲ ଚେନ୍ନାଇ ସୁପର କିଙ୍ଗସ ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ହୋଇଛି । ରାଜସ୍ଥାନ ଅଧିନାୟକ ସଞ୍ଜୁ ସାମସନ ୧୪ କୋଟି ଟ୍ରେଡ ଡିଲରେ ଚେନ୍ନାଇ ସହିତ ଯୋଡି ହୋଇଛନ୍ତି । ରବୀନ୍ଦ୍ର ଜାଡେଜା ଓ ସାମ କରନ ରାଜସ୍ଥାନ ପକ୍ଷରୁ ଖେଳିବେ । ସାମସନ ୧୭୭ ଆଇପିଏଲ ମ୍ୟାଚ ଖେଳିଛନ୍ତି । ୨୦୧୬ ଓ ୨୦୧୭ରେ ସେ ଦିଲ୍ଲୀ କ୍ୟାପିଟାଲ୍ସ ପକ୍ଷରୁ ଖେଳିଥିଲେ । ଅନ୍ୟ ସବୁ ସଂସ୍କରଣରେ ସେ ରାଜସ୍ଥାନ ପକ୍ଷରୁ ଖେଳିଥିଲେ । ଗତ ସଂସ୍କରଣରେ ସଞ୍ଜୁ ଏବଂ ରାଜସ୍ଥାନ ଟିମ ସହିତ ମତଭେଦ ରହିଥିବା ଖବର ପ୍ରକାଶ ପାଇଥିଲା ।
କେକେଆର ଓ ଚେନ୍ନାଇ ତାଙ୍କୁ ନେବା ପାଇଁ ଉଦ୍ୟମ କରିଥିଲେ । ଶେଷରେ ଚେନ୍ନାଇ ବାଜି ମାରିଛି । ଚେନ୍ନାଇ ପକ୍ଷରୁ ଜାଡେଜା ୧୨ଟି ସିଜନ ଖେଳିଛନ୍ତି । ରାଜସ୍ଥାନ ତାଙ୍କୁ ୧୮ ବଦଳରେ ୧୪ କୋଟି ଦେବା ପାଇଁ ରାଜି ହୋଇଥିଲା । ରିପୋର୍ଟ ମୁତାବକ ଜାଡେଜା ରାଜସ୍ଥାନର ଅଧିନାୟକ ହେବେ । ରାଜସ୍ଥାନରୁ ଜାଡେଜା ତାଙ୍କ ଆଇପିଏଲ କ୍ୟାରିୟର ଆରମ୍ଭ କରିଥିଲେ । ୨୦୧୫ରେ ସେ ଚେନ୍ନାଇ ସହିତ ଯୋଡି ହୋଇଥିଲେ । ୨୦୧୮ ପରଠାରୁ ସେ କ୍ରମାଗତ ଚେନ୍ନାଇ ପକ୍ଷରୁ ଖେଳି ଆସୁଛନ୍ତି ।
Comments are closed.