Latest Odisha News

ପୋଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା, ଜଣେ ଅଟକ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୁରୁଣାକଟକ ଥାନା ଯାଜପୁର ଗ୍ରାମର ବାଲିସାହିରେ ପୋଲିସ କନେଷ୍ଟବଳଙ୍କୁ ବୀଭତ୍ସ ହତ୍ୟା କରାଯାଇଥିବା ଘଟଣା ସାମ୍ନାକୁ ଆସିଛି । ମୃତ କନେଷ୍ଟବଳ ଜଣକ ହେଲେ ଉଦୟ ରଞ୍ଜନ ପଟ୍ଟନାୟକ । ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟା କରିଥିବା ସନ୍ଦେହ କରାଯାଉଛି ।

ହତ୍ୟା କରିଥିବା ସନ୍ଦେହରେ ଜଣେ ଯୁବକକୁ ଅଟକ ରଖାଯାଇଛି । ଅଭିଯୁକ୍ତ ପଡ଼ୋଶୀଙ୍କୁ ଅଟକ ରଖି ପଚରାଉଚରା କରୁଛି ପୁରୁଣାକଟକ ପୋଲିସ । କନେଷ୍ଟବଳଙ୍କୁ ହତ୍ୟା କରି ଘର ପଛ ପଟେ ଅଳିଆ ଗଦାରେ ଲୁଚାଇଥିଲା ଦୁର୍ବୃତ୍ତ । ଦୁର୍ଗନ୍ଧ ବାହାରିବା ପରେ ସ୍ଥାନୀୟ ଲୋକେ ପୋଲିସକୁ ସୂଚନା ଦେଇଥିଲେ ।

ବାଲିସାହିରେ ଜଣଙ୍କ ଘର ବାଡ଼ିପଟେ ମୃତଦେହ ପତ୍ର ଢାଙ୍କି ହୋଇଥିବା ପୋଲିସ ଠାବ କରିଥିଲା । ମୃତଦେହଟି ୨ ଦିନରୁ ଅଧିକ ହେବା ନେଇ ଅନୁମାନ କରାଯାଉଛି । ଏସଡ଼ିପିଓ ଲରେନ୍ସ ରାଉତରାୟ ସାଇଣ୍ଟିଫିକ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

Comments are closed.