ନୂଆଦିଲ୍ଲୀ: ୨୬/୧୧ ପରେ ୧୦/୧୧ର ସେ କଳା ରାତି…ଆତଙ୍କୀ ଆକ୍ରମଣ ବୋଲି ଘୋଷଣା କରିସାରିଛନ୍ତି ସରକାର…ସୂତାଖିଅ ଖୋଜୁଛି ଏନଆଇଏ…ତୁର୍କୀରୁ ପାକିସ୍ତାନ ସବୁ ରାଡାରରେ…ନିଜେ ପାକିସ୍ତାନୀ ସାମ୍ବାଦିକ କଲେ ଚାଞ୍ଚଲ୍ୟକର ଖୁଲାସା…କହିଦେଲେ ଦିଲ୍ଲୀ ବିସ୍ଫୋରଣର ଯୋଜନା କାହାର?
ସାରା ବିଶ୍ବ ଆଗରେ ପାକିସ୍ତାନ ଆତଙ୍କବାଦର ଶିକାର ବୋଲି ଦାବି କରେ । ହେଲେ ସତ ସମସ୍ତେ ଜାଣନ୍ତି । ସରକାରଙ୍କ ଠାରୁ ଆରମ୍ଭ କରି ସେନା ପର୍ଯ୍ୟନ୍ତ ସମସ୍ତେ ସାପକୁ କିପରି ଖିର ପିଆଇ ପାଳୁଛନ୍ତି, ତାହା ବା କାହାକୁ ଅଛପା । ଯାହାର ପର୍ଦ୍ଦାଫାସ୍ ଅପରେସନ ସିନ୍ଦୂର ପରେ ହୋଇସାରିଛି । ଆତଙ୍କବାଦୀଙ୍କ ପଛରେ ରହି ଏକ ପ୍ରକ୍ସି ଯୁଦ୍ଧ ଲଢୁଛି ଆତଙ୍କୀ ରାଷ୍ଟ୍ର ପାକିସ୍ତାନ । ଆଉ ଏବେ ପାକିସ୍ତାନ ସବୁ ସୀମା ଟପିଛି । ଯେତେବେଳେ ନଭେମ୍ବର ୧୦ ତାରିଖରେ ଦିଲ୍ଲୀରେ ବିସ୍ଫୋରଣ ହୋଇଥିଲା, ନଭେମ୍ବର ୧୧ ତାରିଖରେ ପାକିସ୍ତାନରେ ସମାନ ବିସ୍ଫୋରଣ ହୋଇଥିଲା, ଯାହା ସ୍ପଷ୍ଟ ଭାବରେ ସୂଚାଇ ଦେଉଛି ଯେ ପାକିସ୍ତାନ ପୂର୍ବରୁ ଏହାର ଆତଙ୍କବାଦୀ କାର୍ଯ୍ୟକୁ କିପରି ଲୁଚାଇବ ତାହା ଯୋଜନା କରିସାରିଥିଲା।
ନିଜେ ପାକିସ୍ତାନୀ ଖୋଲିଲେ ପୋଲ୍
ଭାରତୀୟ ତଦନ୍ତକାରୀ ସଂସ୍ଥାଗୁଡ଼ିକ ଦିଲ୍ଲୀ ବିସ୍ଫୋରଣ ପଛର କାହାଣୀ ଏକାଠି କରୁଛନ୍ତି। ଏହି ସମୟରେ, ଜଣେ ପାକିସ୍ତାନୀ ସାମ୍ବାଦିକଙ୍କ ଚାଞ୍ଚଲ୍ୟକର ବୟାନ ସାମ୍ନାକୁ ଆସିଛି । ସବୁଠୁ ବଡ କଥା ହେଉଛି, ଏହା ଏବେକାର ନୁହେଁ, ପାଞ୍ଚ ମାସ ପୂର୍ବରୁ ସେ ଦାବି କରିଥିଲେ ଯେ ଭାରତରେ ଏପରି ଆକ୍ରମଣ ହେବ । ଆଉ ଏଥିରେ ମସୁଦ ଆଝାର ଏବଂ ହାଫିଜ ସଇଦ ଭଳି ପାକିସ୍ତାନୀ କୁଖ୍ୟାତ୍ ଆତଙ୍କବାଦୀଙ୍କ ହାତ ଅଛି । ଯାହାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ପୁଣି ପାକିସ୍ତାନର କଳା ଚେହେରା ପଦାରେ ପଡିଛି । ଏହି ଭିଡିଓରେ, ବରିଷ୍ଠ ପାକିସ୍ତାନୀ ସାମ୍ବାଦିକ ଜାଭେଦ ଚୌଧୁରୀ ସ୍ପଷ୍ଟ ଭାବରେ କହିଛନ୍ତି ଯେ ଭାରତରେ ଆତଙ୍କବାଦୀ ଆକ୍ରମଣ ହେବ। ଯାହା ପଛରେ ମସୁଦ ଆଝାର ଏବଂ ହାଫିଜ ସଇଦର ହାତ ଅଛି । ଯାହାଙ୍କର ପରିବାର ଅପରେସନ ସିନ୍ଦୂରରେ ନିପାତ ହୋଇଥିଲା । ଆଉ ଇଏ ସେହି ଜାଭେଦ ଚୌଧୁରୀ ଯାହାକୁ ପାକିସ୍ତାନର ଗୁଇନ୍ଦା ସଂସ୍ଥା, ISI ର ବହୁତ ନିକଟତର ବୋଲି ବିବେଚନା କରାଯାଏ। ଖାଲି ସେତିକି ନୁହେଁ, ଭିଡିଓରେ, ଜାଭେଦ ଚୌଧୁରୀ ସ୍ପଷ୍ଟ ଭାବରେ କହୁଥିବା ଶୁଣାଯାଉଛି ଯେ ଅପରେସନ୍ ସିନ୍ଦୂର ପରେ ମସୁଦ ଆଝାରକୁ ହୋଇଥିବା କ୍ଷତି ପରେ, ତାକୁ ଭାରତରେ ଆତଙ୍କବାଦୀ ଆକ୍ରମଣ କରିବା ପାଇଁ ମୁକ୍ତ ଭାବରେ ଛାଡି ଦିଆଯାଇଛି। ଏହି ଆକ୍ରମଣଗୁଡ଼ିକ ଭାରତରେ କାର୍ଯ୍ୟ କରୁଥିବା ତାଙ୍କ ସ୍ଲିପର ସେଲ୍ ଦ୍ୱାରା କରାଯିବ। ଆଶ୍ଚର୍ଯ୍ୟର କଥା, ଭିଡିଓଟି ଚଳିତ ବର୍ଷ ମେ ମାସର, ଠିକ୍ ଅପରେସନ୍ ସିନ୍ଦୂର ପରେ, ଯେଉଁଥିରେ ପାକିସ୍ତାନୀ ଆତଙ୍କବାଦୀମାନେ ନିହତ ହୋଇଥିଲେ। ଯାହା ଏବେ ସତ ହୋଇଥିବା ବେଳେ ଭାରତରେ ଆତଙ୍କବାଦୀ ଆକ୍ରମଣ ସମ୍ପର୍କରେ ଜାଭେଦ ଚୌଧୁରୀଙ୍କ ଭବିଷ୍ୟବାଣୀ ସ୍ପଷ୍ଟ କରୁଛି ଦିଲ୍ଲୀ ଆକ୍ରମଣ ପୁରୁଣା ଯୋଜନା ଏବଂ ବର୍ତ୍ତମାନ କାର୍ଯ୍ୟକାରୀ ହୋଇଛି।
ଅଳ୍ପକେ ବଞ୍ଚିଗଲା ଭାରତ
ଜାଭେଦର ଭିଡିଓ ସ୍ପଷ୍ଟ କରୁଛି ଯେ ଅପରେସନ ସିନ୍ଦୂରରେ ଶୋଚନୀୟ ପରାଜୟ ପରେ ଭାରତରେ ଅଶାନ୍ତି ସୃଷ୍ଟି ପାଇଁ ପାକିସ୍ତାନ ପୁଣି ଆତଙ୍କବାଦର ସହାୟତା ନେଉଛି । ଆଉ ଯଦି ଏବେ ଦେଶରେ ଗତ କିଛି ଦିନ ହେବ ଘଟଣାକୁ ଏକାଠି କରାଯାଏ, ତେବେ ପାକିସ୍ତାନ କିଛି ବଡ ଯୋଜନା ଥିଲା ବୋଲି ସନ୍ଦେହ କରାଯାଉଛି । ଯାହାର ପ୍ରଭାବରୁ ଭାରତ ଅଳ୍ପକେ ବଞ୍ଚିଯାଇଛି । ଆତଙ୍କୀଙ୍କ ସବୁ ଯୋଜନାକୁ ସୌଭାଗ୍ୟବଶତଃ ଜମ୍ମୁ-କାଶ୍ମୀର ପୋଲିସ୍ ପଣ୍ଡ କରିଥିଲା । କିଛି ବଡ ଘଟିବା ପୂର୍ବରୁ ଡାକ୍ତର ମଡ୍ୟୁଲ୍ ପର୍ଦ୍ଦାଫାସ୍ ହୋଇଥିଲା । ଫରିଦାବାଦର ଏକ ଗୋଦାମରୁ ପ୍ରାୟ ୨୯୦୦ କିଲୋଗ୍ରାମ ଆମୋନିୟମ୍ ନାଇଟ୍ରେଟ୍ ଜବତ ହେବା ପରେ ଜଣଙ୍କ ପରେ ଜଣେ ସବୁ ଧରା ପଡିଥିଲେ । ଫଳରେ ଦେଶ ଏକ ବଡ ବିପଦରୁ ବର୍ତ୍ତି ଯାଇଥିଲା ସତ, ହେଲେ ୧୦ ତାରିଖରେ ଏକ ଆତଙ୍କିତ ବିସ୍ଫୋରଣ ଘଟିଲା। ଯେଉଁଥିରେ ୧୩ ଜଣଙ୍କ ଜୀବନ ଯାଇଥିବା ବେଳେ ଏବେ ବି ଅନେକ ଜୀବନ ମୃତ୍ୟୁ ସହ ସଂଗ୍ରାମ କରୁଛି ।
Comments are closed.