Latest Odisha News

BREAKING NEWS

ନେପାଳ ପରେ ଏହି ଦେଶରେ ଜେନ୍-ଜି ବିକ୍ଷୋଭ, ନାକେଦମ୍ ପୋଲିସ

ନୂଆଦିଲ୍ଲୀ: ନେପାଳରେ ଜେନ୍-ଜି ପ୍ରତିବାଦ ସମୟରେ ଲକ୍ଷ ଲକ୍ଷ ଲୋକ ରାସ୍ତାକୁ ଓହ୍ଲାଇଥିଲେ ଓ ଏଥିରେ ପ୍ରଧାନମନ୍ତ୍ରୀଙ୍କ ଘର ପୋଡ଼ିବା ସହ ଅନେକ ହିଂସାତ୍ମକ କାଣ୍ଡ ହୋଇଥିଲା। ଯାହାଫଳରେ ନେପାଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିଲା। ସେହିପରି କିଛି ସମାନ ପରିସ୍ଥିତି ବର୍ତ୍ତମାନ ମେକ୍ସିକୋରେ ଦେଖିବାକୁ ମିଳିଛି।

ମେକ୍ସିକୋର ରାଜଧାନୀ ମେକ୍ସିକୋ ସିଟିରେ ବର୍ତ୍ତମାନ ହଜାର ହଜାର ଜେନ୍-ଜି ପ୍ରତିବାଦକାରୀ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି। ସେମାନେ ରାଷ୍ଟ୍ରପତି କ୍ଲାଉଡିଆ ସେନ୍ବାଉମଙ୍କ ସୁରକ୍ଷା ନୀତି ବିରୋଧରେ ପ୍ରତିବାଦ କରିଛନ୍ତି। ଯେଉଁଥିରେ ଡ୍ରଗ୍ ହିଂସା ମଧ୍ୟ ଅନ୍ତର୍ଭୁକ୍ତ ରହିଅଛି। ରାଷ୍ଟ୍ରପତି ସେନ୍ବାଉମ ଅକ୍ଟୋବର ୨୦୨୪ ରେ କ୍ଷମତାକୁ ଆସିଥିଲେ। ପରେ ସେନ୍ବାଉମଙ୍କ ସୁରକ୍ଷା ନୀତି ସାରା ଦେଶରେ ସମାଲୋଚନାର ସମ୍ମୁଖୀନ ହୋଇଥିଲା।

ତେବେ ମେକ୍ସିକୋ ସିଟିରେ ଅନେକ ହାଇ-ପ୍ରୋଫାଇଲ୍ ହତ୍ୟା ଘଟଣା ରିପୋର୍ଟ ହୋଇଛି। ଯାହାକୁ ନେଇ ଜେନ୍-ଜି ବର୍ତ୍ତମାନ୍ ଏହି ଅଭିଯାନ ଆରମ୍ଭ କରିଛନ୍ତି। ରାଷ୍ଟ୍ରପତି ସେନ୍ବାଉମ ରହୁଥିବା ସ୍ଥାନରେ ସମସ୍ତେ ଏକତ୍ରିତ ହୋଇ ଆମେ ସମସ୍ତେ କାର୍ଲୋସ୍ ମାଞ୍ଜୋ” ଏବଂ ଜାପାନୀ ମାଙ୍ଗା “ୱାନ୍ ପିସ୍”  ଲେଖାଥିବା ବ୍ୟାନରରେ ସମ୍ପୂର୍ଣ୍ଣ ରାସ୍ତାକୁ ଘେରାଉ କରିଥିଲେ।ଏଥିସହିତ ଉତ୍ତେଜିତ ବିକ୍ଷୋଭକାରୀ ରାଷ୍ଟ୍ରପତିଙ୍କ ସୁରକ୍ଷା ପାଇଁ ବ୍ୟବହୃତ ହେଉଥିବା ଅନେକ ଉପକରଣକୁ ମଧ୍ୟ ଭାଙ୍ଗି ଦେଇଥିଲେ। ଭିଡ଼କୁ ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲୁହ ବୁହା ଗ୍ୟାସ୍ ସହ ପାଣି ମଧ୍ୟ ସ୍ପ୍ରେ କରାଯାଇଥିଲା।

କାର୍ଲୋସ୍ ମାଞ୍ଜୋ ମିଚୋଆକାନର ମେୟର ଥିଲେ ଯିଏ କି ସହରରେ ନିଶା କାରବାର ବିରୋଧରେ ଏକ ଅଭିଯାନର ନେତୃତ୍ୱ ନେଇଥିଲେ। କିନ୍ତୁ ତାଙ୍କୁ ନିର୍ମମ ଭାବରେ ହତ୍ୟା କରାଯାଇଥିଲା। ଯାହାଫଳରେ ଜେନ-ଜି ମାନଙ୍କ ମଧ୍ୟରେ କ୍ରୋଧ ସୃଷ୍ଟି ହୋଇ ଏହି ପ୍ରତିବାଦ ଆରମ୍ଭ ହୋଇଥିଲା।

 

Comments are closed.