ଜଗତସିଂହପୁର: ରାଜ୍ୟରେ ଧରାପଡିଛନ୍ତି ଦୁଇ ବାଂଲାଦେଶୀ । ଜଗତସିଂହପୁର ସଦର ଥାନା ବେହେରାମପୁର ବସ୍ତିରୁ ଦୁଇ ସନ୍ଦିଗ୍ଧ ବାଂଲାଦେଶୀଙ୍କୁ ଅଟକ ରଖାଯାଇଛି । ଚଢ଼ାଉ ବେଳେ ଗୋଟିଏ ବନ୍ଧୁକ ଜବତ ସହିତ ୫ଟି କଟୁରୀ ଓ ଆପତ୍ତି ଜନକ ସାମଗ୍ରୀ ଜବତ କରିଛି ପୋଲିସ ।
ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଚଢ଼ାଉ କରିବା ସମୟରେ ସନ୍ଦିଗ୍ଧ ବାଂଲାଦେଶୀ ମାନଙ୍କ ସହିତ ପୋଲିସର ଧସ୍ତାଧସ୍ତି ହୋଇଥିଲା । ଏଥିରେ ଆଡିସନାଲ ଏସପିଙ୍କ ସହ ୨ ଜଣ କନେଷ୍ଟବଳ ଆହତ ହୋଇଛନ୍ତି । ୧୦ ରୁ ଅଧିକ ବାଂଲାଦେଶୀ ଘଟଣା ସ୍ଥଳରୁ ଫେରାର ମାରିଥିବା ପୋଲିସ କହିଛି ।
ଭଡା ଘରେ ୩୦ରୁ ଅଧିକ ବାଂଲାଦେଶୀ ରହୁଥିବା ସୂଚନା ମିଳିଛି । ବନ୍ଦ ଘର ଗୁଡିକର ତାଲା ଭଙ୍ଗାଯାଇ ଚଢାଉ କରାଯାଉଛି । ପୋଲିସ ଘଟଣାସ୍ଥଳରେ ତନାଘନା ଚଳାଇଥିବା ବେଳେ ୨ ପ୍ଲାଟୁନ ଫୋର୍ସ ମୁତୟନ ଅଛନ୍ତି ।
Comments are closed.