ଗଞ୍ଜାମ: ରକ୍ତାକ୍ତ ହେଲା ରକ୍ତସମ୍ପର୍କ । ନିଜ ବାପାକୁ ନିର୍ମମ ଭାବେ ହତ୍ୟା କଲା ପୁଅ। ଭତ୍ତା ଟଙ୍କା ପାଇଁ ବପାକୁ ପୁଅ ହତ୍ୟା କରିଥିବା ଅଭିଯୋଗ। ୭୫ ବର୍ଷୀୟ ବୃଦ୍ଧଙ୍କୁ ହତ୍ୟା କରିଦେଲା ଜନ୍ମିତ ପୁଅ। ବାପାଙ୍କୁ ଭତ୍ତା ଟଙ୍କା ମାଗି ଝଗଡ଼ା କରିଥିଲା ପୁଅ। ବୃଦ୍ଧ ବାପାଙ୍କ ଭତ୍ତା ଟଙ୍କା ମାଗିବା ସହ ଦ୍ବିତୀୟ ବିବାହ କରିବି ବୋଲି କହି ବାପାଙ୍କ ସହ ଝଗଡା କରିବା ପରେ କଳହ ଉଗ୍ରରୂପ ନେଇଥିଲା। ଆଉ ପରେ ବାପାଙ୍କୁ ମାରୁ ମାରୁ ମାରିଦେଲା।
ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଏ ବରିଡା ଗ୍ରାମରେ ଏଭଳି ଏକ ଅଭାବନୀୟ ଘଟଣା ଘଟିଛି। ଜନ୍ମ କରିଥିବା ପୁଅ ହିଁ ଶେଷରେ ବୃଦ୍ଧ ପିତାଙ୍କୁ ହତ୍ୟା କରିଛି। ଏ ବରିଡା ଗୋପାଳନଗରର ବୃଦ୍ଧ ପଦ୍ମନାଭ ସାହୁଙ୍କୁ ହତ୍ୟା କରିଛି ପୁଅ ରମେଶ ସାହୁ। ହତ୍ୟାକାଣ୍ଡ ପରେ ମୃତ ବୃଦ୍ଧଙ୍କ ବଡ଼ ପୁଅ କବିସୂର୍ଯ୍ୟନଗର ଥାନାରେ ପହଞ୍ଚି ଅଭିଯୋଗ କରିବା ପରେ ପୋଲିସ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରବା ସହ ହତ୍ୟାକାରୀ ରମେଶକୁ ଅଟକ ରଖିଛି ।
ଅନ୍ୟପଟେ ପୂର୍ବରୁ ବଡ ଭାଇଙ୍କୁ ମଧ୍ୟ ମାଡମାରି ରମେଶ ଗୁରୁତର କରିଥିବା ଅଭିଯୋଗ ହୋଇଛି ପୋଲିସ ଶବକୁ ଜବତ କରି ବ୍ଯବଚ୍ଛେଦ ନିମନ୍ତେ ପଠାଇବା ସହ ଘଟଣାର ତଦନ୍ତ କରୁଥିବା ଜଣାପଡିଛି।
Comments are closed.