Latest Odisha News

BREAKING NEWS

ହ୍ୟୁମାନଙ୍କ ଦେହାନ୍ତ ସଙ୍ଗୀତ ପାଇଁ ଅପୂରଣୀୟ କ୍ଷତି: ଶୋକ ପ୍ରକାଶ କଲେ ମୋହନ ଓ ନବୀନ

ଭୁବନେଶ୍ୱର: ଲୋକପ୍ରିୟ ଓଲିଉଡ୍ ଗାୟକ ହ୍ୟୁମାନ୍ ସାଗରଙ୍କର ସୋମବାର ସନ୍ଧ୍ୟାରେ ଏମ୍ସ-ଭୁବନେଶ୍ୱରରେ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କର ବୟସ ୩୬ ବର୍ଷ ଥିଲା। ତେବେ ତାଙ୍କ ଦେହାନ୍ତରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

ମୁଖ୍ୟମନ୍ତ୍ରୀ ମୋହନ ମାଝି ଶୋକ ପ୍ରକାଶ କରି କହିଛନ୍ତି, ବିଶିଷ୍ଟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ବିୟୋଗ ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ । ତାଙ୍କର ବିୟୋଗ ଆମ ସଙ୍ଗୀତ ଓ ସିନେମା ପାଇଁ ଏକ ଅପୂରଣୀୟ କ୍ଷତି। ଶୋକସନ୍ତପ୍ତ ପରିବାର ପ୍ରତି ମୋର ସମବେଦନା ଜଣାଇବା ସହ ଦିବଙ୍ଗତ ଆତ୍ମାଙ୍କ ଶାନ୍ତି ପାଇଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି। ଓଁ ଶାନ୍ତି।

ସେହିପରି ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ହ୍ୟୁମାନ ସାଗରଙ୍କ ଦେହାନ୍ତରେ ଗଭୀର ଭାବେ ଦୁଃଖିତ ପ୍ରକାଶ କରିଛନ୍ତି। ତାଙ୍କର ଭାବପୂର୍ଣ୍ଣ ସଙ୍ଗୀତ ଅଗଣିତ ଶ୍ରୋତାଙ୍କ ହୃଦୟକୁ ଛୁଇଁଛି ଏବଂ ଓଡ଼ିଆ ସଙ୍ଗୀତ ପ୍ରତି ତାଙ୍କର ଅବଦାନ ସର୍ବଦା ସ୍ମରଣୀୟ ରହିବ। ତାଙ୍କ ଅମର ଆତ୍ମାର ସଦଗତି କାମନା କରିବା ସହ ଏପରି ଦୁଃଖଦ ସମୟରେ ଶୋକସନ୍ତପ୍ତ ପରିବାର ସଦସ୍ୟଙ୍କ ପ୍ରତି ମୋର ସମବେଦନା ଜଣାଉଛି ବୋଲି କହିଛନ୍ତି।

ଅଧିକ ପଢନ୍ତୁ:- ପରଲୋକରେ ଲୋକପ୍ରିୟ ଓଲିଉଡ୍ ଗାୟକ ହ୍ୟୁମାନ୍ ସାଗର 

ଓଡ଼ିଆ ସିନେମା, ଆଲବମ୍ ଜଗତର ଜଣାଶୁଣା ଚେହେରା।  ଅନେକ ଗୀତ ଓଡ଼ିଆ ଫିଲ୍ମ ଓ ଆଲବମ୍ ପାଇଁ ଗୀତ ଗାଇ ଓଡ଼ିଆ ଶ୍ରୋତାଙ୍କ ହୃଦୟରେ ରାଜ୍ କରିଛନ୍ତି ହ୍ୟୁମାନ୍। ସେ ଯୁବ ପିଢ଼ିଙ୍କ ପସନ୍ଦର ଗାୟକ ଥିଲେ ହ୍ୟୁମାନ ସାଗର । ‘ଇସ୍କ ତୁ ହି ତୁ’ ,  ‘ଗପ ହେଲେ ବି ସତ‘ ,’ଗୋଟେ ଶୁଆ ଗୋଟେ ଶାରୀ’ ,’ନିଃଶ୍ବାସ ତୋ ବିନା ଚାଲେ ନା’ ଭଳି ଅନେକ ଗୀତ ଲୋକଙ୍କ ମନଛୁଆଁ ହୋଇ ରହିଛି।

Comments are closed.