Latest Odisha News

BREAKING NEWS

Elephant Deadbody Found: ଜଙ୍ଗଲରୁ ଆଉ ଏକ ଦନ୍ତାହାତୀର ମୃତଦେହ ଉଦ୍ଧାର, କାରଣ ଖୋଜୁଛି ବନ ବିଭାଗ..

ସମ୍ବଲପୁର: ରାଜ୍ୟରେ ଥମୁନି ହାତୀ ମୃତ୍ୟୁ । କେତବେଳେ, ବିଦ୍ୟୁତ ଆଘାତରେ ଜୀବନ ଯାଉଚି ତ ଆଉ କେତବେଳେ, କୂଅ ଓ ବଡ ବଡ ଗାତରେ ପଡି । ଏହି ପରିପ୍ରେକ୍ଷୀରେ ପୁଣି ଉଦ୍ଧାର ହୋଇଛି ଦନ୍ତା ହାତୀର ମୃତ ଦେହ । ସମ୍ବଲପୁର ଜିଲ୍ଲା ବଡ଼ବାହାଲ ରେଞ୍ଜ ବଡ଼କୁଡ଼ା ଜଙ୍ଗଲରୁ ମଙ୍ଗଳବାର ଏକ ଦନ୍ତା ହାତୀର ମୃତଦେହ ଉଦ୍ଧାର ହୋଇଛି ।

ମୃତ ଦନ୍ତା ହାତୀର ବୟସ ୧୮ ବର୍ଷରୁ ଅଧିକ ହେବ ବୋଲି ଅନୁମାନ କରୁଛି ବନ ବିଭାଗ । ଅନ୍ୟପକ୍ଷେ ହାତୀ ମୃତ୍ୟୁର କାରଣ ଜଣାପଡି ନ ଥିବା ବେଳେ ବନବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି ।

ତେବେ ଏହାକୁ ମିଶାଇ ବିଗତ ଏକ ବର୍ଷ ମଧ୍ୟରେ ରେଢାଖୋଲରେ ୬ଟି ହାତୀଙ୍କ ଜୀବନ ଗଲାଣି । ଯାହା ବନ ବିଭାଗର ମୁଣ୍ଡବ୍ୟଥାର କାରଣ ପାଲଟିଛି । ଏହାକୁ ନେଇ ବନବିଭାଗ ଘଟଣାସ୍ଥଳରେ ପହଞ୍ଚି ଅଧିକ ତଦନ୍ତ କରୁଛି ।

Comments are closed.