Latest Odisha News

BREAKING NEWS

ଗୌହାଟୀ ଯିବେ ଶୁଭମନ ଗିଲ, ଖେଳିବା ନେଇ ଏବେ ବି ସସ୍ପେନ୍ସ

ଗୌହାଟୀ: ଭାରତୀୟ ଟେଷ୍ଟ ଟିମର ଅଧିନାୟକ ଶୁଭମନ ଗିଲ ଗୌହାଟୀ ଯିବେ । ବିସିସିଆଇ ପକ୍ଷରୁ ବିଧିବଦ୍ଧ ଭାବେ ଏହି ବୟାନ ଜାରୀ କରାଯାଇଛି । ପ୍ରଥମ ଟେଷ୍ଟ ଅବସରରେ ଗିଲ ଆଘାତପ୍ରାପ୍ତ ହୋଇଥିଲେ । ବେକ ସମସ୍ୟା ଯୋଗୁ ତାଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ଏବେ ସେ ସୁସ୍ଥ ହୋଇଥିଲେ ମଧ୍ୟ ଡାକ୍ତରତାଙ୍କ ପ୍ଲେନରେ ବସି ଯିବା ପାଇଁ ମନା କରିଥିଲେ । ତେବେ ବିସିସିଆଇ ମେଡିକାଲ ଟିମ ପରାମର୍ଶ ପରେ ଗିଲ ଏବେ ଗୌହାଟୀରେ ଖେଳାଯିବାକୁ ଥିବା ଦ୍ୱିତୀୟ ଟେଷ୍ଟ ପାଇଁ ଦଳ ସହିତ ଯିବେ । ମେଡିକାଲ ଟିମ ତାଙ୍କ ଉପରେ ନଜର ରଖିବେ । ତେବେ ସେ ଏହି ଟେଷ୍ଟରେ ଖେଳିବେ କି ନାହିଁ ସେ ନେଇ ସସ୍ପେନ୍ସ ଲାଗି ରହିଛି । ଦ୍ୱିତୀୟ ଟେଷ୍ଟର ଦିନକ ପୂର୍ବରୁ ସେ ଖେଳିବେ କି ନାହିଁ ତାହା ସ୍ପଷ୍ଟ କରାଯିବ ।

କୋଲକାତା ଟେଷ୍ଟରେ ଭାରତ ୩୦ ରନରେ ଦକ୍ଷିଣ ଆଫ୍ରିକା ନିକଟରୁ ପରାଜିତ ହୋଇଛି । ସିରିଜ ବଂଚାଇବାକୁ ହେଲେ ଟିମ ଇଣ୍ଡିଆକୁ ଦ୍ୱିତୀୟ ଟେଷ୍ଟ ଜିତିବାକୁ ପଡିବ । ଅନ୍ୟ ଏକ ରିପୋର୍ଟ ଅନୁସାରେ ଗିଲଙ୍କ ଦ୍ୱିତୀୟ ଟେଷ୍ଟ ଖେଳିବା ସମ୍ଭାବନା କ୍ଷୀଣ । ପ୍ରଥମ ଟେଷ୍ଟରେ ସାଇମନ ହାର୍ପରଙ୍କ ବୋଲିଂରେ ସୁଇପ ଶଟ ଖେଳିବା ଅବସରରେ ଗିଲ ବେକରେ ଯନ୍ତ୍ରଣା ଅନୁଭବ କରିଥିଲେ । ତାଙ୍କ ଅନୁପସ୍ଥିତିରେ ରିଷଭ ପନ୍ତ ଦଳର ନେତୃତ୍ୱ ନେଇଥିଲେ ।

Comments are closed.