ଭୁବନେଶ୍ୱର: କୃଷି ବିଭାଗ ପଦ ସମ୍ଭାଳିଥିବା ଉପମୁଖ୍ୟମନ୍ତ୍ରୀ କେଭି ସିଂହଦେଓ ବୁଧବାର ପ୍ରଧାନମନ୍ତ୍ରୀ କୃଷକ ସମ୍ମାନ ନିଧି (ପିଏମ-କିଷାନ) ଯୋଜନା ଅଧୀନରେ ୬୮୨.୫୨ କୋଟି ଟଙ୍କା ପ୍ରଦାନ ନେଇ ଘୋଷଣା କରିଛନ୍ତି। ଯାହାଦ୍ଵାରା ଓଡ଼ିଶାର ୩୪,୧୨,୦୦୦ଚାଷୀ ଉପକୃତ ହୋଇଛନ୍ତି।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କୋଏମ୍ବାଟୁରରେ ଆରମ୍ଭ କରିଥିବା ପିଏମ-କିଷାନ ଯୋଜନାର ୨୧ ତମ କିସ୍ତିର ଟଙ୍କା ପ୍ରଦାନ ପାଇଁ ରାଜ୍ୟସ୍ତରୀୟ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏହା ଦ୍ବାରା ଦେଶର ୯ କୋଟିରୁ ଅଧିକ ଚାଷୀଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରାୟ ୧୮୦୦୦ କୋଟି ଟଙ୍କା ପ୍ରଦାନ କରାଯାଇଛି। ଏହି ଯୋଜନା ଅଧୀନରେ ପ୍ରତ୍ୟେକ ଚାଷୀଙ୍କ ଖାତାକୁ ୨୦୦୦ ଟଙ୍କା ପ୍ରଦାନ କରାଯାଇଥିବା ନେଇ ଜଣାପଡ଼ିଛି ।
Comments are closed.