Latest Odisha News

BREAKING NEWS

ପୁରୀ ରଥଯାତ୍ରା ଦଳଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ, ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ

ଭୁବନେଶ୍ୱର: ପୁରୀ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ଦଳଚକଟା ଘଟଣାରେ ପୁଣି କାର୍ଯ୍ୟାନୁଷ୍ଠାନ। ଆଉ ଜଣେ ଅଧିକାରୀଙ୍କ ବିରୋଧରେ ଆକ୍ସନ ଆରମ୍ଭ। ଦାୟିତ୍ୱରେ ଅବହେଳା ପାଇଁ ପୁରୀ ACFଙ୍କ ବିରୁଦ୍ଧରେ ଆକ୍ସନ ନିଆଯାଇଛି। ସୂଚନା ଅନୁଯାୟୀ ଘଟଣା ଦିନ ACF ଅଶୋକ ବେହେରା କଣ୍ଟ୍ରୋଲ ରୁମ୍ ଦାଇତ୍ୱରେ ଥିଲେ। ଅଶୋକ ବେହେରାଙ୍କ ବିରୋଧରେ ଜଙ୍ଗଲ, ପରିବେଶ ଏବଂ ଜଳବାୟୁ ପରିବର୍ତ୍ତନ ବିଭାଗ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଛି।

ଜୁନ୍ ୨୯ ତାରିଖରେ ଶ୍ରୀ ଗୁଣ୍ଡିଚା ମନ୍ଦିର ନିକଟରେ ଦଳାଚକଟା ଘଟିବା ଏବଂ ଦୁଇ ମହିଳାଙ୍କ ସମେତ ତିନି ଜଣଙ୍କର ମୃତ୍ୟୁ ସହ ୧୨ ଜଣ ଆହତ ହେବା ଘଟଣାରେ ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ଦ୍ୱାରା କରାଯାଇଥିବା ପ୍ରଶାସନିକ ତଦନ୍ତ ପରେ ଅଶୋକ ବେହେରାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ୩୦ ଦିନ ଭିତରେ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଯଦି ଅଶୋକ ବେହେରା ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ତାଙ୍କର ପକ୍ଷ ରଖିବାରେବିଫଳ ହୁଅନ୍ତି, ତେବେ ଏହା ଧରିନିଆଯିବ ଯେ ତାଙ୍କର ଏହି ବିଭାଗରେ କୌଣସି ପ୍ରତିନିଧିତ୍ୱ କରିବାର ଅଧିକାର ନାହିଁ ଏବଂ ତାଙ୍କ ବିରୁଦ୍ଧରେ ଏକପାଖିଆ ଭାବରେ ନିର୍ଦ୍ଦେଶ ପାସ୍ କରାଯିବ। ଉନ୍ନୟନ କମିଶନର ଅନୁ ଗର୍ଗଙ୍କ ରିପୋର୍ଟ ପରେ ବିଭାଗୀୟ ଏପରି ଆକ୍ସନ ନେଇଛି। ଏହା ସହ ଆଉ ୪ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି। ଜଣେ ସହକାରୀ ଜିଲ୍ଲାପାଳ, ୨ ଅତିରିକ୍ତ ତହସିଲଦାର ବିରୋଧରେ କାର୍ଯ୍ୟାନୁଷ୍ଠାନ ସୁପାରିସ ହୋଇଛି।

Comments are closed.