କଟକ: କଟକ ମଣିସାହୁ ଛକ କୋଠା ବାଲକୋନୀ ଭୁଶୁଡ଼ିବା ଘଟଣାକୁ ଉଦ୍ବେଗ ପ୍ରକାଶ କଲେ ହାଇକୋର୍ଟ । ହାଇକୋର୍ଟ ଅସୁରକ୍ଷିତ ଅଟ୍ଟାଳିକା କାହିଁକି ଭଙ୍ଗାଯାଇନାହିଁ ପଚାରିଛନ୍ତି । ତେବେ ହାଇକୋର୍ଟରେ ଜବାବ ରଖିଛନ୍ତି କଟକ ଅତିରିକ୍ତ ଜିଲ୍ଲାପାଳ । ସୂଚନାଥାଉକି, ବ୍ୟକ୍ତିଗତ ଭାବେ ହାଇକୋର୍ଟରେ ହାଜର ହୋଇ ଜବାବ ରଖିଛନ୍ତି ADM ।
କଟକ ଅତିରିକ୍ତ ଜିଲ୍ଲାପାଳ ଦେଇଥିବା ତଥ୍ୟ ଅନୁସାରେ, କଟକ ସହରରେ ରହିଛି ୨୧୯ଟି ଅସୁରକ୍ଷିତ କୋଠା । ସେସବୁକୁ ଭାଙ୍ଗିବା ଲାଗି ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆସରିଛି ବୋଲି ଅତିରିକ୍ତ ଜିଲ୍ଲାପାଳ କହିଛନ୍ତି ।
ଏହାପରେ କାର୍ଯ୍ୟାନୁଷ୍ଠାନ କେବେ ନିଆଯିବ ସେନେଇ ଆଗାମୀ ତାରିଖ ସୁଦ୍ଧା ନିର୍ଦ୍ଧିଷ୍ଟ ତଥ୍ୟ ଦେବାକୁ କଟକ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।
ଖବରମୁତାବକ, ଗତ ୮ତାରିଖରେ କଟକ ମଣିସାହୁ ଛକରେ ଘଟିଥିବା ଅଘଟଣ ସମସ୍ତଙ୍କୁ ସ୍ତବ୍ଧ କରିଦେଇଥିଲା । ଏକ ପୁରୁଣା କୋଠାର ବାଲକୋନୀ ଭୁଶୁଡ଼ି ପଡ଼ି ଗୋଟିଏ ପରିବାରର ୩ଜଣଙ୍କର ଶୋଚନୀୟ ମୃତ୍ୟୁ ହୋଇଥିଲା ।
Comments are closed.