Latest Odisha News

BREAKING NEWS

G20 Summit in South Africa: ୩ଦିନିଆ ଗସ୍ତରେ ଦକ୍ଷିଣଆଫ୍ରିକା ଯିବେ ପ୍ରଧାନମନ୍ତ୍ରୀ ମୋଦୀ, ଯୋଗଦେବେ G20 ସମ୍ମିଳନୀରେ…

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ନଭେମ୍ବର ୨୧ ତାରିଖରୁ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଉଛନ୍ତି। ଏହି ଗସ୍ତ ସମୟରେ ସେ ନଭେମ୍ବର ୨୧ ରୁ ୨୩ ତାରିଖ ପର୍ଯ୍ୟନ୍ତ ଜୋହାନ୍ସବର୍ଗରେ ଅନୁଷ୍ଠିତ ହେବାକୁ ଥିବା G-20 ସମ୍ମିଳନୀରେ ଅଂଶଗ୍ରହଣ କରିବେ। ବୁଧବାର ଦିନ ବୈଦେଶିକ ମନ୍ତ୍ରଣାଳୟ ଏହି ସୂଚନା ଦେଇଛି। ବୈଦେଶିକ ମନ୍ତ୍ରଣାଳୟ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ଏହି ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ G-20 ଏଜେଣ୍ଡା ଉପରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ।

ଏହା ଉଲ୍ଲେଖନୀୟ ଯେ ଏହି G-20 ସମ୍ମିଳନୀ ପ୍ରଥମ ଥର ପାଇଁ ଦକ୍ଷିଣ ଆଫ୍ରିକାରେ ଅନୁଷ୍ଠିତ ହେଉଛି।

ପୂର୍ବରୁ ନଭେମ୍ବର ୨୦୨୩ରେ ନୂଆଦିଲ୍ଲୀରେ ଅନୁଷ୍ଠିତ G-20 ସମ୍ମିଳନୀ ସମୟରେ ଭାରତ ଗ୍ଲୋବାଲ୍ ସାଉଥ୍ ପାଇଁ ଦୃଢ଼ ସମର୍ଥନ କରିଥିଲା ​​ଏବଂ ଦକ୍ଷିଣ ଆଫ୍ରିକାର ସଦସ୍ୟତା ସୁରକ୍ଷିତ କରିଥିଲା। ଏପରି ପରିସ୍ଥିତିରେ, ଦକ୍ଷିଣ ଆଫ୍ରିକାରେ ପ୍ରଥମ G-20 ଶିଖର ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦମଦାର ଉପସ୍ଥିତି ଗ୍ଲୋବାଲ୍ ସାଉଥ୍ ରେ ଏକ ନୂତନ କୂଟନୈତିକ ଇତିହାସ ଲେଖିବ।

ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତିଙ୍କ ନିମନ୍ତ୍ରଣରେ ସେ G-20 ସମ୍ମିଳନୀରେ ଯୋଗଦେବେ। ଏହା ପ୍ରଧାନମନ୍ତ୍ରୀଙ୍କ ଦକ୍ଷିଣ ଆଫ୍ରିକାର ଚତୁର୍ଥ ଗସ୍ତ ହେବ।

G-20 ନେତାଙ୍କ ଶିଖର ସମ୍ମିଳନୀ ସମୟରେ, ପ୍ରଧାନମନ୍ତ୍ରୀ ମୋଦୀ ଜୋହାନ୍ସବର୍ଗରେ ଉପସ୍ଥିତ କିଛି ନେତାଙ୍କ ସହ ଦ୍ୱିପାକ୍ଷିକ ବୈଠକ ମଧ୍ୟ କରିପାରନ୍ତି। ବୈଦେଶିକ ମନ୍ତ୍ରଣାଳୟ ଅନୁଯାୟୀ, ପ୍ରଧାନମନ୍ତ୍ରୀ ମୋଦୀ ଦକ୍ଷିଣଆଫ୍ରିକା ଦ୍ୱାରା ଆୟୋଜିତ ଭାରତ-ବ୍ରାଜିଲ-ଦକ୍ଷିଣ ଆଫ୍ରିକା (IBSA) ନେତାମାନଙ୍କ ବୈଠକରେ ମଧ୍ୟ ଅଂଶଗ୍ରହଣ କରିବେ।

ଏହି ଅଧିବେଶନଗୁଡ଼ିକରେ ଅନ୍ତର୍ଭୁକ୍ତିମୂଳକ ଅଭିବୃଦ୍ଧି, ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ବିପଦ ହ୍ରାସ, ଖାଦ୍ୟ ବ୍ୟବସ୍ଥା ଏବଂ କୃତ୍ରିମ ବୁଦ୍ଧିମତ୍ତା ଭଳି ପ୍ରମୁଖ ବିଶ୍ୱ ପ୍ରସଙ୍ଗ ଉପରେ ଭାରତର ଦୃଷ୍ଟିକୋଣକୁ ଅନ୍ତର୍ଭୁକ୍ତ କରାଯିବ ।

ଏପଟେ ଆଫ୍ରିକାରେ ଅନୁଷ୍ଠିତ ହେବାକୁ ଥିବା ପ୍ରଥମ G20 ସମ୍ମିଳନୀ, ଯେଉଁଥିରେ ପ୍ରାୟ ୪୦ଟି ଦେଶ ଅଂଶଗ୍ରହଣ କରୁଛନ୍ତି।

 

 

 

Comments are closed.