ଯାଜପୁର: ବହୁଚର୍ଚ୍ଚିତ ପାଣିକୋଇଲି ପଣ୍ଡା ଅଳଙ୍କାର ଦୋକାନ ଲୁଟ୍ ମାମଲା । ମାଷ୍ଟରମାଇଣ୍ଡ ବିକାଶ ରାୟକୁ ବିହାରରୁ ଗିରଫ କଲା ପାଣିକୋଇଲି ପୋଲିସ । ବିହାର-ନେପାଳ ସୀମା ମୋତିହାରିରୁ ବିକାଶ ରାୟକୁ ଉଠାଇ ଆଣିଲା ପୋଲିସ । ବିହାର ଜେଲ୍ରେ ଥାଇ ବ୍ଲୁ ପ୍ରିଣ୍ଟ ରଚିଥିଲା, ଜେଲ୍ରୁ ଖଲାସ ପରେ ଗିରଫ ହେଲା ।
ସୂଚନାଯୋଗ୍ୟ, ଗତବର୍ଷ ଜାନୁଆରୀ ୪ ତାରିଖରେ ପଣ୍ଡା ଅଳଙ୍କାର ଦୋକାନରୁ ଲୁଟ୍ ହୋଇଥିଲା । ଦିନ ଦ୍ବିପହରରେ ପଣ୍ଡା ଅଳଙ୍କାରରୁ ଲୁଟେରା ମାନେ ୨ ଜଣଙ୍କୁ ଗୁଳି କରି ହତ୍ୟା କରି ଅଳଙ୍କାର ଲୁଟ କରିଥିଲେ । ଘଟଣାରେ ୩ ଅଭିଯୁକ୍ତ ଗିରଫ ହୋଇଥିଲେ । ନିକଟରେ ୨ ଜଣ ଅଭିଯୁକ୍ତ ଚୌଦ୍ବାର ଜେଲ୍ରୁ ଚମ୍ପଟ ମାରିଛନ୍ତି । ଏବେ ଏହି ଘଟଣାରେ ସଂପୃକ୍ତ ଅନ୍ୟ ଅଭିଯୁକ୍ତଙ୍କୁ ଧରିବାକୁ ପୋଲିସ ତନାଘନା ଚଳାଇଛି ।
Comments are closed.