Latest Odisha News

BREAKING NEWS

ମର୍ଣ୍ଣିଂ ଓ୍ୱାକ୍ କରିବା ବେଳେ ମାଡ଼ିଗଲା ବସ୍, ୪ ଅବସ୍ଥା ଗୁରୁତର

ଯାଜପୁର: ମର୍ଣ୍ଣିଂ ୱାକ୍ ବେଳେ ମାଡିଗଲା ବସ୍ । ୪ ପଥଚାରୀ ଗୁରୁତର ମେଡିକାଲରେ ଭର୍ତ୍ତି। ତଦନ୍ତ କରୁଛି ପୋଲିସ। ଯାଜପୁର ସଦର ଥାନା କୁଜାଲା ଛକ ନିକଟରେ ମର୍ଣ୍ଣିଂ ୱାକରୁ ଫେରୁଥିବା ବେଳେ ମାଡ଼ିଗଲା ବସ୍ ।

ଆଜି ସକାଳେ ହରଗୌରୀ ନାମକ ଏକ ଘରୋଇ ବସ୍ ବରୀରୁ କଟକ ଯାଉଥିବା ସମୟରେ କୁଜାଲା ତାରିଣୀ ଛକ ନିକଟରେ ଭାରସାମ୍ୟ ହରାଇ ୪ ଜଣଙ୍କ ଉପରେ ମାଡି ଯାଇଥିଲା ।  ୪ ଜଣଙ୍କୁ ଉଦ୍ଧାର କରି ଚିକିତ୍ସା ଲାଗି ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା । ପରେ ସେମାନଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନନ୍ତର କରାଯାଇଛି । ସେମାନେ ହେଉଛନ୍ତି, କଟକର ରାକେଶ ଜେନା, ଚିଣ୍ଟୁ ଜେନା,ମନୁ ଜେନା ଏକଂ ବାଦଲ ଜେନା।

ବସ୍ ଭାରସାମ୍ୟ ହରାଇ ରାସ୍ତା କଡ଼ରେ ଚାଲୁଥିବା ଲୋକଙ୍କୁ ଧକ୍କା ଦେଇଥିଲା । ତେବେ ଦୁର୍ଘଟଣା ଘଟାଇବା ପରେ ଘଟଣାସ୍ଥଳରୁ ଡ୍ରାଇଭର ଫେରାର ହୋଇଛି। ବସକୁ ଜବତ କରି ସଦର ଥାନା ପୁଲିସ ତଦନ୍ତ କରୁଛି।

ଏପଟେ ଉତ୍ୟକ୍ତ ଲୋକେ ଏନେଇ ଟାୟ‌ାର ଜାଳି ରାସ୍ତା ରୋକ କରିଛନ୍ତି। ପୋଲିସ ଉତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିବା ପରେ ସେମାନେ ଶାନ୍ତ ହୋଇଥିଲେ।

Comments are closed.