Latest Odisha News

BREAKING NEWS

୧୦୬ କିଲୋମିଟର ନନଷ୍ଟପ ଦୌଡି ରେକର୍ଡ କଲା ହ୍ୟୁମାନାଇଡ ରୋବାଟ ଏ୨

ନୂଆଦିଲ୍ଲୀ: ଏବେ ସାରା ବିଶ୍ୱ ଟେକ୍ନୋଲୋଜିରେ କିପରି ଆଗରେ ରହିବେ ସେ ନେଇ ପ୍ରତିଦ୍ୱନ୍ଦ୍ୱୀତା କରିବାରେ ବ୍ୟସ୍ତ । ତେବେ ଏହି ଦୌଡରେ ଅବଶ୍ୟ ଚୀନ ଓ ଜାପାନ ଆଗରେ ରହିଛନ୍ତି । ଚୀନ କମ୍ପାନୀ ଏଜିବଟ ନିକଟରେ ହ୍ୟୁମାନାଇଡ ରୋବୋଟ ଏ୨ ପ୍ରସ୍ତୁତ କରିଥିଲା । ଏବେ ଏହି ରୋବୋଟ ଗିନିଜ ବୁକ ଅଫ ୱାର୍ଲ୍ଡ ରେକର୍ଡରେ ସ୍ଥାନ ପାଇଛି । ରିପୋର୍ଟ ମୁତାବକ ୧୦୬ କିଲୋମିଟର ନନଷ୍ଟପ ଦୌଡି ଏହି ରୋବାଟ ଉପରୋକ୍ତ ରେକର୍ଡ କରିଛି ।

ଏପରିକି ଚାଲୁଥିବା ଅବସ୍ଥାନରେ ଏହା ନିଜର ବ୍ୟାଟେରୀ ମଧ୍ୟ ବଦଳାଇ ଥିଲା । ୧୭୫ ସେଂଟିମିଟର ଲମ୍ବ ଓ ୫୫ କିଲୋଗ୍ରାମ ଓଜନ ବିଶିଷ୍ଟ ଏହି ରୋବୋଟ କ୍ରମାଗତ ୩ ଦିନ ନନଷ୍ଟପ ରହି ଚାଲିଥିଲା ଏବଂ ଦୌଡିଥିଲା । ବଡ ବଡ ସହରର ସଡକ, ପାର୍କର ରାସ୍ତା, ହାଇୱେ ଓ ପୁଲ ଅତିକ୍ରମ କରିଥିଲା । ବିଭିନ୍ନ ମ୍ୟାଟେରିୟଲରେ ନିମିୟତ ସଡକ ମଧ୍ୟ ଏହି ରୋବୋଟ ସହଜରେ ପାର କରିଥିଲା । ରୋବୋଟ ପତ୍ରକାରଙ୍କ ସହ ମଧ୍ୟ ଆଲୋଚନ କରିଥିଲା । ଚଳିତ ବର୍ଷ କମ୍ପାନୀ ଏ ଭଳି ୧୦୦୦ ରୋବୋଟ ବିକ୍ରି କରିଛି ।

Comments are closed.