Latest Odisha News

BREAKING NEWS

Human Sagar Death: ସାମ୍ନାକୁ ଆସିଲା ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ପ୍ରତିକ୍ରିୟା; କହିଲେ ମୁଁ ଚାପରେ ଅଛି..

ଭୁବନେଶ୍ବର: ଓଲିଉଡ୍‌ର ଲୋକପ୍ରିୟ କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବିବାଦ ଘନେଇବାରେ ଲାଗିଛି । ତାଙ୍କ ମୃତ୍ୟୁ ପାଇଁ ଦୁଇ ମ୍ୟାନେଜର ଦୀନେଶ ବେହେରା ଏବଂ ପ୍ରଶାନ୍ତ ବେହେରାଙ୍କୁ ହ୍ୟୁମାନଙ୍କ ମା’ ଦୋଷ ଦେଇଛନ୍ତି । ତାଙ୍କ ମୃତ୍ୟୁ ପାଇଁ ଦାୟୀ ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ବଲାଙ୍ଗୀର ଟାଉନ୍ ଥାନା ଓ ସଇଁତଳା ଥାନାରେ ବିଭିନ୍ନ ସାମାଜିକ ସଂଗଠନ ପକ୍ଷରୁ ଏତଲା ମଧ୍ୟ ଦିଆସରିଛି । ଏହା ଭିତରେ ମୁହଁ ଖୋଲିଛନ୍ତି ମ୍ୟାନେଜର ଦୀନେଶ ବେହେରା ।

ଦୀନେଶ କହିଛନ୍ତି, ହ୍ୟୁମାନଙ୍କ ମୃତ୍ୟୁ ମୋତେ ମର୍ମାହତ କରିଛି । କିନ୍ତୁ ଏଥିରେ ଆମର କୌଣସି ହାତ ନାହିଁ, ଆମକୁ ଅଯଥା ଦାୟୀ କରାଯାଉଛି। ମୋର କିଛିବି ହୋଇଯାଇପାରେ। ହ୍ୟୁମାନଙ୍କ ମୃତ୍ୟୁ ପରେ ମୁଁ ଚାପରେ ଅଛି ବୋଲି ସେ କହିଛନ୍ତି ।

ଦୀନେଶ ଆହୁରି କହିଛନ୍ତି ଯେ, ହ୍ୟୁମାଙ୍କ ବିନା ଅନୁମତିରେ ଆମେ ଶୋ’ କରୁ ନଥିଲୁ । ସେ ରାଜି ହେଲେ ହିଁ କାର୍ଯ୍ୟକ୍ରମକୁ ଯାଉଥିଲୁ । ସେ ନିଜେ ତାଙ୍କ ଇଚ୍ଛାରେ ପୋଗ୍ରାମ କରିବାକୁ ଯାଉଥିଲେ । ହେଲେ ତାଙ୍କ ଦେହର ଅବସ୍ଥା ଦେଖି ମୁଁ ନିଜେ ତାଙ୍କୁ ଗାଇବାକୁ ମନା କରୁଥିଲେ ଏବଂ ଚିକିତ୍ସା ପାଇଁ ଯିବାକୁ କହୁଥିଲି ବୋଲି କହିଛନ୍ତି ।

Comments are closed.