କୋଲକାତା: ରବିବାର ହାଓଡା-ପୁରୀ ଧଉଳି ଏକ୍ସପ୍ରେସରୁ ଚେନ୍ ଛିନତାଇ କରିବାକୁ ଯାଇ ଜଣେ ମହିଳା ହାତ ହରାଇଛନ୍ତି।
କୋଲକାତାର ଜଣେ ୪୫ ବର୍ଷୀୟା ମହିଳା ତାଙ୍କ ଡାହାଣ ହାତର ଏକ ଅଂଶ ହରାଇଛନ୍ତି। କୋଲକାତାର ବେହାଲାର ସୁରମା ହାଜରା ନାମକ ମହିଳା ତାଙ୍କ ସ୍ୱାମୀଙ୍କ ସହିତ ଯାତ୍ରା କରୁଥିଲେ। ସୁରମା ୱାଶରୁମ୍ ଯାଉଥିଲା ବେଳେ ସେହି ସମୟରେ ଦୁଇ ଅପରାଧୀ ତାଙ୍କ ସୁନା ଚେନ୍ ଏବଂ ପର୍ସ ଛଡ଼ାଇ ନେଇ ଧୀର ଗତିରେ ଯାଉଥିବା ଟ୍ରେନରୁ ଡେଇଁବାକୁ ଚେଷ୍ଟା କରିଥିଲେ।
ପ୍ରତ୍ୟକ୍ଷଦର୍ଶୀଙ୍କ ଅନୁସାରେ, ସୁରମା ତାଙ୍କ ଚେନ୍ ଏବଂ ପର୍ସକୁ ବଞ୍ଚାଇବାକୁ ଚେଷ୍ଟା କରିଥିଲା ବେଳେ ଦୁର୍ବୃତ୍ତମାନେ ତାଙ୍କୁ ଟ୍ରେନରୁ ଠେଲି ଦେଇଥିଲେ। ଯାହାଫଳରେ ତାଙ୍କ ଡାହାଣ ହାତ ଚକ ତଳେ ଚାପି ହୋଇଯାଇଥିଲା।
ତାଙ୍କ ଚିତ୍କାର ଶୁଣି ଅନ୍ୟ ଯାତ୍ରୀମାନେ ସତର୍କ ହେବା ସଙ୍ଗେ ସଙ୍ଗେ ଜରୁରୀକାଳୀନ ଚେନ୍ ଟାଣି ଥିଲେ। ଯାହା ପରେ ଭୋଗପୁର ଷ୍ଟେସନ ନିକଟରେ ଟ୍ରେନଟି ଅଟକିଥିଲା। ସ୍ଥାନୀୟ ଲୋକମାନେ ମଧ୍ୟ ଘଟଣାସ୍ଥଳକୁ ଦୌଡ଼ି ଆସିଥିଲେ। ସେମାନେ ସୁରମାଙ୍କୁ ଉଦ୍ଧାର କରିବା ସହ ଏବଂ ଦୁର୍ବୃତ୍ତଙ୍କୁ କାବୁ କରିଥିଲେ। ପରେ ସେମାନଙ୍କ ଠାରୁ ଚେନ୍ ଏବଂ ପର୍ସ ଉଦ୍ଧାର କରାଯାଇଥିଲା।
ତେବେ ଜିଆରପି ସୁରମାଙ୍କୁ ଖଡ଼ଗପୁରର ଦକ୍ଷିଣ ପୂର୍ବ ରେଳବାଇ ହସ୍ପିଟାଲକୁ ନେଇଯାଇଥିଲେ। ଯେଉଁଠାରେ ଡାକ୍ତରମାନେ କହିଥିଲେ ଯେ ଗୁରୁତର କ୍ଷତି ଯୋଗୁଁ କଟା ହାତକୁ ପୁନଃ ଯୋଡାଯାଇପାରିବ ନାହିଁ। ପରେ ତାଙ୍କୁ କୋଲକାତାର ଏକ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା।
Comments are closed.