Latest Odisha News

BREAKING NEWS

ନାବାଳିକାଙ୍କୁ ଗଣଦୁଷ୍କର୍ମ; ପୁରୁଷ ବନ୍ଧୁଙ୍କ ସହ ୬ ଗିରଫ

ଭୁବନେଶ୍ୱର: ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଜଣେ ୧୭ ବର୍ଷୀୟା ଝିଅକୁ ଜଣେ ସୁରକ୍ଷା କର୍ମୀଙ୍କ ସମେତ ଛଅ ଜଣ ଗଣଦୁଷ୍କର୍ମ କରିବା ଅଭିଯୋଗରେ ଗିରଫ ହୋଇଛନ୍ତି।

ପୀଡ଼ିତା ଜଣକ ବାଘମାରିର ବାସିନ୍ଦା ଅଟନ୍ତି ଓ ସେ ଯୁକ୍ତ ୨ ର ପ୍ରଥମ ବର୍ଷର ଛାତ୍ରୀ ଥିଲେ। ତେବେ ସେ ନଭେମ୍ବର ୧୮ ତାରିଖରେ କଲେଜ ଯାଉଥିବା ସମୟରେ ତାଙ୍କର ଜଣେ ପୁରୁଷ ବନ୍ଧୁ ଓ ଚାରି ସହଯୋଗୀ ମିଶି ଅପହରଣ କରି ଗଣଦୁଷ୍କର୍ମ କରିଥିବା ନେଇ ସୂଚନା ମିଳିଛି। ସେ ନିଖୋଜ ହେବାର ଗୋଟିଏ ଦିନ ପରେ ପରିବାର ଲୋକ ବାଘମାରି ଥାନାରେ ଏକ ମାମଲା ରୁଜୁ କରିଥିଲେ। ପରେ ସେ ନଭେମ୍ବର ୨୦ ତାରିଖରେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ମିଳିଥିଲେ।

ତେବେ ଘଟଣା ଦିନ ଝିଅଟି ଫୋନ୍ ଯୋଗେ ସୁରକ୍ଷା କର୍ମୀ ଙ୍କ ସହ ଯୋଗାଯୋଗ କରିଥିବାରୁ ତାଙ୍କୁ ଏ ନେଇ ପଚରାଉଚରା କରାଯାଉଛି। ଏଥିସହିତ ସୋସିଆଲ ମିଡିଆ ମାଧ୍ୟମରେ ସେ ଯେଉଁ ପୁରୁଷ ବନ୍ଧୁ ଙ୍କ ସହ କଥା ବାର୍ତ୍ତା ହେଉଥିଲ ତାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।

ତେବେ ନଭେମ୍ବର ୧୮ ତାରିଖରେ ଖୋର୍ଦ୍ଧା ନୂଆ ବସ୍ ଷ୍ଟାଣ୍ଡ ନିକଟରେ ରାସାୟନିକ ପଦାର୍ଥରେ ତାଙ୍କୁ ପ୍ରଥମେ ଅଚେତ କରାଯାଇ ଏକ କାରରେ ଅପହରଣ କରିଥିବା ନେଇ ପୀଡ଼ିତା କହିଛନ୍ତି।

ଏହାର ଦୁଇ ଦିନ ପରେ ଅଭିଯୁକ୍ତମାନେ ତାଙ୍କୁ ଖୋର୍ଦ୍ଧା ଡିଏଚ୍ଏଚ ରେ ଛାଡି ଦେଇଥିଲେ ଓ ଅବସ୍ଥା ଗୁରୁତର ହେବାରୁ ନଭେମ୍ବର ୨୧ ତାରିଖରେ ତାଙ୍କୁ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା।

ପୋଲିସ ଏହି ଘଟଣାରେ ସନ୍ଦିଗ୍ଧ ବ୍ୟକ୍ତିଙ୍କ ସିସିଟିଭି ଫୁଟେଜ୍ ଏବଂ କଲ୍ ରେକର୍ଡ ଯାଞ୍ଚ କରିବା ପାଇଁ ଏକାଧିକ ଦଳ ଗଠନ କରିଛି ଓ ଦୁଇଜଣ ମହିଳା ଡିଏସ୍ପି ଅଧିକାରୀଙ୍କୁ ମଧ୍ୟ ଏହାର ତଦନ୍ତ ଦାୟିତ୍ୱ ଦିଆଯାଇଥିବା ନେଇ ଖୋର୍ଦ୍ଧା ଏସ୍ପି ବିବେକାନନ୍ଦ ଶର୍ମା କହିଛନ୍ତି।

ତେବେ ପୀଡ଼ିତା ଜଣକ ନୂଆ ବସ୍ ଷ୍ଟାଣ୍ଡ ନିକଟରେ ବୁଲୁଥିବାର ସିସିଟିଭି ଫୁଟେଜ୍ ରେ ଦେଖା ଯାଇଛି କିନ୍ତୁ ସେହି କାରଟି ଏବେ ପର୍ଯ୍ୟନ୍ତ ମିଳିପାରି ନାହିଁ ଯେଉଁଥିରେ ତାଙ୍କୁ ଅପହରଣ କରାଯାଇଥିଲା।

 

Comments are closed.