ନୂଆଦିଲ୍ଲୀ: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା( Red Fort blast) ନିକଟରେ ହୋଇଥିବା କାର ବୋମା ବିସ୍ଫୋରଣ ମାମଲାରେ NIA (National Investigation Agency (NIA) ) ଏକ ବଡ଼ ସଫଳତା ହାସଲ କରିଛି। ଘଟଣା ପୂର୍ବରୁ ବିସ୍ଫୋରଣ ଘଟାଇଥିବା ଆତଙ୍କବାଦୀ ଉମର ଉନ୍ ନବି( Umar Un Nabi)କୁ ଆଶ୍ରୟ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଉଥିବା ଆଉ ଜଣେ ସନ୍ଦିଗ୍ଧ ବ୍ୟକ୍ତିଙ୍କୁ ବୁଧବାର ଦିନ ଏଜେନ୍ସି ଗିରଫ କରିଛି।
ଗିରଫ ଅଭିଯୁକ୍ତ ସୋଏବ ହରିୟାଣାର ଫରିଦାବାଦର ଧୌଜ ଅଞ୍ଚଳର ବାସିନ୍ଦା। ଏହି ମାମଲାରେ ଗିରଫ ହୋଇଥିବା ସେ ସପ୍ତମ ଅଭିଯୁକ୍ତ। ଦିଲ୍ଲୀ ବୋମା ବିସ୍ଫୋରଣ ପରଠାରୁ ସେ ଫେରାର୍ ଥିଲା।
ଏଜେନ୍ସି ଅନୁଯାୟୀ, ଘଟଣା ପୂର୍ବରୁ ସୋଏବ ଆତଙ୍କବାଦୀ ଉମର ଉନ୍ ନବିକୁ ଆଶ୍ରୟ ଏବଂ ଅନ୍ୟାନ୍ୟ ସୁବିଧା ଯୋଗାଇ ଦେଉଥିଲା।
ଏନଆଇଏ ତଦନ୍ତରୁ ଜଣାପଡିଛି ଯେ ଭାରତ ରାଜଧାନୀରେ କାର ବୋମା ବିସ୍ଫୋରଣରେ ହେବା ପୂର୍ବରୁ ସୋଏବ ଉମରକୁ ଲଜିଷ୍ଟିକ୍ ସହାୟତା ମଧ୍ୟ ଯୋଗାଇଥିଲା।
ବିସ୍ଫୋରଣ ପୂର୍ବରୁ ସୋଏବ ଉମରକୁ ରହିବା, ପରିବହନ ଏବଂ ଅନ୍ୟାନ୍ୟ ଆବଶ୍ୟକତା ସମେତ ଲଜିଷ୍ଟିକ୍ ସହାୟତା ଯୋଗାଇଥିଲା। ତଦନ୍ତ ଏଜେନ୍ସିଗୁଡ଼ିକ ପୂର୍ବରୁ ଅନ୍ୟ ଛଅ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛନ୍ତି, ଯେଉଁମାନେ ସମସ୍ତେ ଉମରର ସହଯୋଗୀ ଭାବରେ ଚିହ୍ନଟ ହୋଇଛନ୍ତି।
ଏହା ବ୍ୟତୀତ ସୋଏବ ହିଁ ଉମରକୁ ଲାଲକିଲ୍ଲାକୁ ନେଇଯାଇଥିବା କୁହାଯାଉଛି। ଗିରଫ ଅଭିଯୁକ୍ତ ସୋଏବକୁ ଦିଲ୍ଲୀର ପଟିଆଲା ହାଉସ କୋର୍ଟରେ ହାଜର କରାଯିବ ଏବଂ ତାଙ୍କୁ ରିମାଣ୍ଡରେ ନେବା ପାଇଁ ଦାବି କରାଯିବ।
ଏଥିସହ ଆକ୍ରମଣ ପଛର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ପାଇଁ NIA ଏବେ ବି ବିଭିନ୍ନ ରାଜ୍ୟରେ ଚଢାଉ କରୁଛି। ଏହି ଆତ୍ମଘାତୀ କାର ବୋମା ବିସ୍ଫୋରଣ ପଛର ସମ୍ପୂର୍ଣ୍ଣ ଷଡ଼ଯନ୍ତ୍ରର ପର୍ଦ୍ଦାଫାସ କରିବା ଏବଂ ସମ୍ପୃକ୍ତ ବାକି ବ୍ୟକ୍ତିମାନଙ୍କ ପାଖରେ ପହଞ୍ଚିବା ପାଇଁ ଏହି ଚଢାଉ ଜାରି ରହିଛି ।
Comments are closed.