ଯାଜପୁର: ଯାଜପୁର ଜିଲ୍ଲା ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଏକ ନାବାଳକକୁ ଭୁଲ ଇଞ୍ଜେକ୍ସନ ଦେବାରୁ ତାର ମୃତ୍ୟୁ ହୋଇଥିବା ଅଭିଯୋଗ କରିଛନ୍ତି ପରିବାର ଲୋକେ । ମୃତକ ହେଲେ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଚନ୍ଦ୍ରମୁଁ ପଞ୍ଚାୟତ ଅନ୍ତର୍ଗତ ରାଉତରା ଗ୍ରାମର ରାମ ମଲ୍ଲିକଙ୍କ ପୁଅ ସତ୍ୟନାରାୟଣ ମଲ୍ଲିକ ।
ଗତକାଲି ରାତିରେ ସତ୍ୟନାରାୟଣଙ୍କ ବାନ୍ତି ହେବାରୁ ପରିବାରଲୋକେ ତାଙ୍କୁ ବିଞ୍ଝାରପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଡ୍ୟୁଟିରେ ଥିବା ଡାକ୍ତର ତାଙ୍କୁ ଦୁଇଟି ଇଞ୍ଜେକ୍ସନ ନେବାକୁ ଲେଖିଥିଲେ । ନର୍ସିଙ୍ଗ ଷ୍ଟାଫ ତାଙ୍କୁ ଇଞ୍ଜେକ୍ସନ ଦେବାର କିଛି ସମୟ ପରେ ସେ ଅଧିକ ଅସୁସ୍ଥ ହୋଇପଡ଼ିଥିଲେ ।
ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ତାଙ୍କୁ ଇଞ୍ଜେକ୍ସନ ଦିଆଯାଇଥିବା କାରଣରୁ ତାଙ୍କର ମୃତ୍ୟୁ ଘଟିଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ପରିବାର ଲୋକେ । ଯାହାକୁ ନେଇ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଉତ୍ତେଜନା ପରିସ୍ଥିତି ଦେଖା ଯାଇଥିଲା ।
Comments are closed.