Latest Odisha News

BREAKING NEWS

Human sagar Death: କଣ୍ଠଶିଳ୍ପୀ ହ୍ୟୁମାନ ସାଗରଙ୍କ ମ୍ୟାନେଜରଙ୍କ ନାଁରେ ପୁଣି ଏତଲା

କଟକ: ଓଡ଼ିଶାର ଲୋକପ୍ରିୟ ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ୧୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ଥମୁନି ବିବାଦ । ହ୍ୟୁମାନଙ୍କ ମ୍ୟାନେଜରଙ୍କ ନାଁ ରେ ପୁଣି ଏତଲା ଦିଆଯାଇଛି । ମ୍ୟାନେଜର ଦିନେଶ ବେହେରାଙ୍କ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି ।

ହ୍ୟୁମାନଙ୍କ ମାଆଙ୍କୁ ଅସଭ୍ୟ ଭାଷାରେ ଗାଳିଗୁଲଜ ଘଟଣାରେ ଦିନେଶଙ୍କ ବିରୋଧରେ ଅଭିଯୋଗ ଆଣିଛନ୍ତି କଟକ ସାମାଜିକ ସଂଗଠନ । ଦିନେଶଙ୍କ ବିରୁଦ୍ଧରେ କଟକ ମହିଳା ଥାନାରେ ଏତଲା ଦିଆଯାଇଛି । ଦିନେଶଙ୍କ ବିରୁଦ୍ଧରେ ଅଭିଯୋଗ ଆଣିବା ସହ ହ୍ୟୁମାନଙ୍କ ମୃତ୍ୟୁ ଘଟଣାର ତଦନ୍ତ ଦାବି କରିଛି ସଂଘ ।

ପୂର୍ବରୁ ଦିନେଶଙ୍କ ବିରୁଦ୍ଧରେ ବଲାଙ୍ଗୀର ଟାଉନ, ଟିଟିଲାଗଡ଼, ଯାଜପୁର ଥାନାରେ ସମାନ ପ୍ରସଙ୍ଗରେ ଅଭିଯୋଗ ହୋଇ ସାରିଛି । ଏହାସହ ହ୍ୟୁମାନ ସାଗର ରୋଜଗାର କରିଥିବା ବିପୁଳ ଟଙ୍କା ହେରଫେର ହୋଇଥିବା ଅଭିଯୋଗ ହୋଇଛି । ବରିଷ୍ଠ ଫିଲ୍ମ ପ୍ରଯୋଜକ ଟୁଟୁ ନାୟକ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

 

Comments are closed.